ସବିତା ବେହେନ | |
---|---|
ଜନ୍ମ | ୨୩ ଜାନୁଆରୀ ୧୯୧୯ ରୋହତସ, ଜେଲମ ଜିଲ୍ଲା, ବ୍ରିଟିଶ୍ ଇଣ୍ଡିଆ |
ମୃତ୍ୟୁ | ୧୦ ମାର୍ଚ୍ଚ ୨୦୦୯ |
ବୃତ୍ତି(ସମୂହ) | ସାମାଜିକ କର୍ମୀ, ରାଜନେତା, ଶିକ୍ଷାବିତ୍ |
ପ୍ରସିଦ୍ଧି | ମହିଳା ସଶକ୍ତିକରଣ |
ପୁରସ୍କାର | ପଦ୍ମଶ୍ରୀ |
ସବିତା ବେହେନ (୧୯୧୯-୨୦୦୯) ଜଣେ ଭାରତୀୟ ରାଜନେତା, ସାମାଜିକ କର୍ମୀ, ଶିକ୍ଷାବିତ ତଥା ଦ୍ୱିପାକ୍ଷିକ ଭାରତୀୟ ସଂସଦର ଉପ ଗୃହ ରାଜ୍ୟସଭାର ପୂର୍ବତନ ସଦସ୍ୟ ଥିଲେ ।[୧][୨] ସେ ମହିଳା ସଶକ୍ତିକରଣ ଏବଂ ଲିଙ୍ଗଗତ ସମାନତାର ସମର୍ଥକ ଭାବରେ ଜଣାଶୁଣା ହୋଇଥିଲେ[୩] ଏବଂ ୧୯୯୦ ମସିହାରେ ପ୍ୟାରିଟି ଡେମୋକ୍ରାସି ପରିଷଦଦ୍ୱାରା ୩୩୦୦ ବିଶିଷ୍ଟ ଜୀବନ୍ତ ମହିଳାଙ୍କ ମଧ୍ୟରେ ତାଲିକାଭୁକ୍ତ ହୋଇଥିଲେ ।[୪] ୧୯୭୧ ମସିହାରେ ଭାରତ ସରକାର ତାଙ୍କୁ ଚତୁର୍ଥ ସର୍ବୋଚ୍ଚ ଭାରତୀୟ ନାଗରିକ ପୁରସ୍କାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ ।[୫]
ସବିତା ବେହେନ ୨୩ ଜାନୁଆରୀ ୧୯୧୯ ମସିହାରେ[୪] ତତ୍କାଳୀନ ବ୍ରିଟିଶ ଭାରତର ଜେଲୁମ ଜିଲ୍ଲାର ରୋହତସରେ (ଯାହା ବର୍ତ୍ତମାନ ପାକିସ୍ତାନରେ ଅଛି) ଜନ୍ମ ଗ୍ରହଣ କରିଥିଲେ ।[୬] ସେ ସରକାରୀ କଲେଜ, ଲାହୋର ଏବଂ ପି.ଏଲ. କଲେଜ ଶିମଲାରେ ନିଜର ପାଠପଢା ସମାପ୍ତ କରିଥିଲେ । ଅଳ୍ପ ବୟସରେ ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇ ସେ ସାମାଜିକ କାର୍ଯ୍ୟରେ ସକ୍ରିୟ ହୋଇଥିଲେ । ସେ ୧୯୪୪ ମସିହାରେ ମହିଳା ସେବିକା ଦଳ ପ୍ରତିଷ୍ଠା କରିଥିଲେ ଏବଂ ପରେ ଦିଲ୍ଲୀରେ ମହିଳାମାନଙ୍କ ପାଇଁ ହରିଜନ ଆଡଲ୍ଟ ଏଜୁକେସନ ସେଣ୍ଟର, ଟେଲରିଂ ଓ ଇଣ୍ଡଷ୍ଟ୍ରିଆଲ୍ ସେଣ୍ଟର ପ୍ରତିଷ୍ଠା କରିଥିଲେ । ସେ ହରିଜନ ଏବଂ ଦଳିତ ପିଲାମାନଙ୍କ ପାଇଁ ତିନୋଟି ବିଦ୍ୟାଳୟ ପ୍ରତିଷ୍ଠା କରିଥିଲେ ।
ସବିତା ବେହେନ ଶରଣାର୍ଥୀ ବିଧବା ସୁରକ୍ଷା କମିଟିର ସଭାପତି ଥିଲେ ଏବଂ ଶରଣାର୍ଥୀ ମହିଳାମାନଙ୍କ ପାଇଁ ଦୁଇଟି ଶିଳ୍ପ ଏବଂ ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସେ ଅଲ ଇଣ୍ଡିଆ ମହିଳା ପରିଷଦ, ଦିଲ୍ଲୀର ମହିଳା କଲ୍ୟାଣ ସଂଘ ଏବଂ ଦିଲ୍ଲୀର ସୁପର ବଜାର କୋଅପରେଟିଭ ଷ୍ଟୋର ଲିମିଟେଡର ଅଧ୍ୟକ୍ଷତା କରିଥିଲେ ଏବଂ ଦିଲ୍ଲୀ ମ୍ୟୁନିସିପାଲିଟି କମିଟିର ପ୍ରଥମ ମହିଳା ଉପାଧ୍ୟକ୍ଷ ଭାବେ ୧୯୫୬ ମସିହାରୁ ୧୯୫୭ ମସିହା ପର୍ଯ୍ୟନ୍ତ ଥିଲେ । ସେ ୧୯୬୨ରୁ ୧୯୬୬ ପର୍ଯ୍ୟନ୍ତ ପଞ୍ଜାବ ବିଧାନ ସଭାର ପୂର୍ବବର୍ତ୍ତୀ ପଞ୍ଜାବ ବିଧାନ ପରିଷଦର ସେବା କରିଥିଲେ । ସେ ୧୯୭୨ ମସିହାରେ ଦିଲ୍ଲୀର ପ୍ରତିନିଧିତ୍ୱ କରି ଭାରତୀୟ ସଂସଦର ଉପର ଗୃହ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଏବଂ ୧୯୭୮ ମସିହାପର୍ଯ୍ୟନ୍ତ ଗୃହରେ ସେବା କରିଥିଲେ । "ସେଣ୍ଟ୍ରାଲ କାଉନସିଲ୍ ଅଫ୍ ହୋମିଓପାଥି ପ୍ରତିଷ୍ଠା" ପାଇଁ ଭାରତୀୟ ସଂସଦଦ୍ୱାରା ସ୍ଥାପିତ ଭାରତୀୟ ସଂସଦର ମିଳିତ କମିଟିର ୧୫ ଜଣ ମନୋନୀତ ସଦସ୍ୟଙ୍କ ମଧ୍ୟରୁ ସେ ଅନ୍ୟତମ ଥିଲେ ।[୭]
ତାଙ୍କୁ ୧୯୭୧ ମସିହାରେ ଭାରତ ସରକାର ପଦ୍ମଶ୍ରୀ ନାଗରିକ ସମ୍ମାନ ପ୍ରଦାନ କରିଥିଲେ । "କାଉନସିଲ ଫର ପ୍ୟାରିଟି ଡେମୋକ୍ରାସି" ତାଙ୍କୁ ୧୯୯୦ ମସିହାରେ ୩୩୦୦ ବିଶିଷ୍ଟ ଜୀବନ୍ତ ମହିଳାଙ୍କ ମଧ୍ୟରେ ତାଲିକାଭୁକ୍ତ କରିଥିଲା । ସେ ୧୦ ମାର୍ଚ୍ଚ ୨୦୦୯ ମସିହାରେ ୯୦ ବର୍ଷ ବୟସରେ ଦେହାନ୍ତ କରିଥିଲେ ।