![]() | |
ମାଲିକ | ଲୋକ ସେବକ ମଣ୍ଡଳ |
---|---|
ପ୍ରତିଷ୍ଠାତା | ଉତ୍କଳମଣି ଗୋପବନ୍ଧୁ ଦାସ |
ପ୍ରକାଶକ | ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ |
ସମ୍ପାଦକ | ତପନ କୁମାର ମିଶ୍ର |
ପ୍ରତିଷ୍ଠିତ | ୧୯୧୯ ଅକ୍ଟୋବର ୪ |
ଭାଷା | ଓଡ଼ିଆ |
ମୁଖ୍ୟାଳୟ | କଟକ |
Circulation | ୩,୦୦,୦୦୦ |
Sister newspapers | ସମାଜ ସାପ୍ତାହିକ |
ୱେବସାଇଟ | Official website |
ମାଗଣା ଅନଲାଇନ ଅଭିଲେଖ | samajaepaper.in |
ସମାଜ ଓଡ଼ିଶାର ଏକ ଦୈନିକ ଓଡ଼ିଆ ଖବରକାଗଜ । ଏହା ଗୋପବନ୍ଧୁ ଦାସଙ୍କଦ୍ୱାରା ୧୯୧୯ ମସିହା ଅକ୍ଟୋବର ୪ ତାରିଖ ସତ୍ୟବାଦୀ ବନବିଦ୍ୟାଳୟର ଛୁରିଅନା ବକୁଳବନରୁ ତାଙ୍କ ସମ୍ପାଦକତାରେ ପ୍ରଥମେ ପ୍ରକାଶ ପାଇଥିଲା ।[୧] ଏହାର ପାଠକ ସଂଖ୍ୟା ପ୍ରାୟ ୧୬ ଲକ୍ଷ ଏବଂ ଦୈନିକ ପ୍ରାୟ ୩ ଲକ୍ଷ ଛପା କପି ପ୍ରକାଶ କରାଯାଏ । ଅଧୁନା ଏହା ଏକ ସଙ୍ଗେ କଟକ, ବାଲେଶ୍ୱର, ରାଉରକେଲା, ବ୍ରହ୍ମପୁର, ଭୁବନେଶ୍ୱର, ବିଶାଖାପାଟଣା, କଲିକତା ଓ ସମ୍ବଲପୁରରୁ ପ୍ରକାଶିତ ହେଉଅଛି । ସମାଜ ଏବେ ଲୋକ ସେବକ ମଣ୍ଡଳଦ୍ୱାରା ପରିଚାଳିତ ହେଉଛି । ତପନ କୁମାର ମିଶ୍ର ଏବେ ସମାଜର ସମ୍ପାଦକ[୨] ଏବଂ ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ ପ୍ରକାଶକ ଭାବେ କାର୍ଯ୍ୟ ନିର୍ବାହ କରୁଛନ୍ତି ।[୩]
ସମାଜର ପ୍ରତିଷ୍ଠାତା ଗୋପବନ୍ଧୁ ଦାସ ଜଣେ ସ୍ୱାଧୀନତା ସଂଗ୍ରାମୀ ଏବଂ ସମାଜ ସଂସ୍କାରକ ଥିଲେ । [୪]ସମାଜ ସଂସ୍କାର କାର୍ଯ୍ୟ କରିବା ପାଇଁ ସେ ସାମ୍ବାଦିକତାକୁ ବୃତି ହିସାବରେ ଗ୍ରହଣ କରିଥିଲେ । ପ୍ରଥମେ ସେ ସତ୍ୟବାଦୀ ମାସିକ ପତ୍ରିକା ପ୍ରକାଶ କରୁଥିଲେ । ୧୯୧୯ ମସିହା ଅକ୍ଟୋବର ୧୦ ତାରିଖ ବିଜୟା ଦଶମୀ ଅବସରରେ ସେ ସମାଜ ଖବରକାଗଜର ପ୍ରକାଶନ ଆରମ୍ଭ କରିଥିଲେ । ସମାଜ ପ୍ରଥମେ ଏକେ ସାପ୍ତାହିକ ଖବରକାଗଜ ରୂପେ ପ୍ରକାଶ ପାଉଥିଲା ଏବଂ କାଳକ୍ରମେ ଏହା ଦୈନିକ ପ୍ରକାଶ ପାଇବାକୁ ଲାଗିଲା | [୫] ସେ ନିଜେ ଏହାର ପ୍ରଥମ ସମ୍ପାଦକ ଥିଲେ । ଆଚାର୍ଯ୍ୟ ହରିହର, ପଣ୍ଡିତ ନୀଳକଣ୍ଠ ଦାସ ଆଦିଙ୍କ ସହଯୋଗରେ ଗୋପବନ୍ଧୁ ଦାସ ତତ୍କାଳୀନ ଇଂରେଜ ଶାସକଙ୍କ ବିରୁଦ୍ଧରେ ସମାଜରେ ଲେଖୁଥିଲେ ଏବଂ ଏଥି ପାଇଁ ତାଙ୍କୁ କାରାବରଣ କରିବାକୁ ପଡ଼ିଥିଲା । ୧୯୨୮ ମସିହାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ତିରୋଧାନ ପୁର୍ବରୁ ସମାଜକୁ ଲାଲା ଲାଜପତ ରାୟଙ୍କଦ୍ୱାରା ପ୍ରତିଷ୍ଟିତ ଲୋକ ସେବକ ମଣ୍ଡଳକୁ ହସ୍ତାନ୍ତର କରାଯାଇଥିଲା । ସେବେଠାରୁ ଲୋକ ସେବକ ମଣ୍ଡଳ ସମାଜର ପରିଚାଳନା କରିଆସୁଛି ।[୬] ୧୯୨୮ ମସିହାରେ ଲିଙ୍ଗରାଜ ମିଶ୍ର, ସମାଜର ସମ୍ପାଦକ ନିଯୁକ୍ତ ହୋଇଥିଲେ । ୧୯୩୦ ମସିହାରୁ ସମାଜ ଏକ ଦୈନିକ ସମ୍ବାଦପତ୍ର ରୂପେ ପ୍ରକାଶ ପାଇବାକୁ ଲାଗିଲା । ୧୯୪୬ ମସିହାରେ ପଣ୍ଡିତ ଲିଙ୍ଗରାଜ ମିଶ୍ରଙ୍କୁ ଓଡ଼ିଶାର ଶିକ୍ଷାମନ୍ତ୍ରୀ ନିଯୁକ୍ତ କରାଗଲା ଓ ରାଧାନାଥ ରଥ, ସମାଜର ସମ୍ପାଦନାର ଦାୟିତ୍ୱ ନେଲେ । ୧୯୫୨ ମସିହାରୁ ୧୯୬୧ ମସିହା ପର୍ଯ୍ୟନ୍ତ, ରାଧାନାଥ ରଥ ସକ୍ରିୟ ରାଜନୀତିରେ ଭାଗନେଇ ସମାଜର ସମ୍ପାଦନାରୁ ଦଊରେଇ ରହିଥିଲେ ଓ ୧୯୬୧ ମସିହାରେ ସମାଜର ସମ୍ପାଦନାକୁ ପୁନଶ୍ଚ ପ୍ରତ୍ୟାବର୍ତ୍ତନ କରିଥିଲେ । ରାଧାନାଥ ରଥଙ୍କ ପରେ ମନୋରମା ମହାପାତ୍ର, ସମାଜର ସମ୍ପାଦକ ଦାୟିତ୍ୱରେ ରହିଥିଲେ ।
ସମାଜ କ୍ରମେ ନିଜକୁ ଏକ ଖବରକାଗଜରୁ ଏକ ସାମାଜିକ ଅନୁଷ୍ଠାନରେ ପରିବର୍ତିତ କରିସାରିଛି । ଏକ ସ୍ୱାଧୀନତା ପରବର୍ତ୍ତୀ ସମୟରେ ଏହା ସମାଜ ସଂସ୍କାର ତଥା ଦେଶ ଗଠନ ଦିଗରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ଆସିଛି । ସମାଜର ଏହି ଗଠନ ମୁଳକ କାର୍ଯ୍ୟ ପାଇଁ ୨୦୦୭ ମସିହାରେ ଏହାକୁ ଆଇ.ଏଲ୍.ଏନ୍.ଏ. ସର୍ବୋତ୍କୃଷ୍ଟ ଜାତୀୟବାଦି ଖବରକାଗଜ ଭାବରେ ସମ୍ମାନିତ କରାଯାଇଛି । [୭]ଏହା ବ୍ୟତିତ ସମାଜର ରିଲିଫ କମିଟି ମଧ୍ୟ ଖୁବ ଉଚ୍ଚକୋଟିର ସମାଜ ସେବା କାର୍ଯ୍ୟ କରିଆସିଛି ।
{{cite news}}
: Check date values in: |accessdate=
and |date=
(help)[permanent dead link]
{{cite web}}
: Cite has empty unknown parameter: |1=
(help)
{{cite web}}
: Cite has empty unknown parameter: |1=
(help)