ସମିତ ଭଞ୍ଜ | |
---|---|
ଜନ୍ମ |
ତମଲୁକ, ବଙ୍ଗଳା ପ୍ରେସିଡେନ୍ସି, ବ୍ରିଟିଶ ଭାରତ | ୨ ଜାନୁଆରୀ ୧୯୪୪
ମୃତ୍ୟୁ | ୨୪ ଜୁଲାଇ ୨୦୦୩[୧] | (ବୟସ ୫୯)
ଜାତୀୟତା | ଭାରତୀୟ |
ବୃତ୍ତିସମୂହ |
|
ବୈବାହିକ-ସାଥୀ | ରଞ୍ଜା ଭଞ୍ଜ |
ସମିତ ଭଞ୍ଜ (ବଙ୍ଗଳା: শমিত ভঞ্জ; ୨ ଜାନୁଆରୀ ୧୯୪୪ - ୨୪ ଜୁଲାଇ ୨୦୦୩) ଜଣେ ଭାରତୀୟ ଅଭିନେତା ତଥା କଥାଚିତ୍ର ନିର୍ଦ୍ଦେଶକ ଥିଲେ, ଯିଏକି ବଙ୍ଗଳା କଥାଚିତ୍ର ଜଗତରେ ସକ୍ରିୟ ଥିଲେ ।
ସମିତ ୧୯୪୪ ମସିହାର ଜାନୁଆରୀ ୨ ତାରିଖରେ ବ୍ରିଟିଶ ଭାରତ ଅଧିନସ୍ଥ ବଙ୍ଗଳା ପ୍ରେସିଡେନ୍ସି ଅନ୍ତର୍ଗତ ତମଲୁକଠାରେ ଜନ୍ମଗ୍ରହଣ କରିଥିଲେ ।
ସେ ସାବିତବ୍ରତ ଦତ୍ତଙ୍କ ଥିଏଟର ଗ୍ରୁପ୍ ରୁପକାରରେ ଯୋଗ ଦେଇଥିଲେ ଏବଂ ୧୯୬୦ ଦଶକ ପୂର୍ବରୁ ଅନେକ ନାଟକରେ ଅଭିନୟ କରିଥିଲେ । ୧୯୬୫ ମସିହାରେ ସେ ବାଲାଇ ସେନଙ୍କ ବଙ୍ଗଳା ଚଳଚ୍ଚିତ୍ର ସୁରେର ଅଗୁନ ଜରିଆରେ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ଜୟା ଭାଦୁରୀଙ୍କ ନାୟକ ନବୀନ ଭୂମିକାରେ ସେ ଗୁଡ୍ଡି ନାମକ ଏକ ଜଣାଶୁଣା ହିନ୍ଦୀ କଥାଚିତ୍ରରେ ଅଭିନୟ କରିଥିଲେ, ଯାହାକି ତାଙ୍କୁ ଲୋକପ୍ରିୟତା ଦେଇଥିଲା । ଚଳଚ୍ଚିତ୍ରରେ ଅଭିନୟ କରିବା ବ୍ୟତୀତ ସେ ମଞ୍ଚ ନାଟଖ ଓ ଯାତ୍ରା ଆଦିରେ ଅଭିନୟ କରୁଥିଲେ ।
୨୦୦୩ ମସିହାର ଜୁଲାଇ ୨୪ ତାରିଖରେ କଲିକତାରେ ସେ ମୃତ୍ୟୁବରଣ କରିଥିଲେ ।[୨] ମୃତ୍ୟୁବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା ।[୩]