Sambalpur State ସମ୍ବଲପୁର / संबलपुर | |||||
Princely State of British India | |||||
| |||||
![]() | |||||
History | |||||
• | Foundation of the state | 1493 | |||
• | Annexed by the British Raj | 1848 | |||
Area | |||||
• | 1901 | ୧,୩୯୯ km2 (୫୪୦ sq mi) | |||
Population | |||||
• | 1901 | ୭୯,୯୦୦ | |||
Density | ୫୭.୧ /km2 (୧୪୭.୯ /sq mi) | ||||
![]() {{cite encyclopedia}} : Invalid |ref=harv (help)
|
ସମ୍ବଲପୁର , ସମଭାଲପୁର ବା ହିରାଖଣ୍ଡ ନାମରେ ମଧ୍ୟ ପରିଚିତ , ବ୍ରିଟିଶ ଶାସନ କାଳରେ ଏକ ରାଜକୀୟ ରାଜ୍ୟ ଥିଲା । ଏହାର ରାଜଧାନୀ ସମ୍ବଲପୁର ସହରରେ ଥିଲା ଓ 1849 ମସିହାରେ ଏହି ରାଜ୍ୟକୁ ବ୍ରିଟିଶ[୧]ମାନେ ନିଜ ଅଧୀନକୁ ନେଇଯାଇଥିଲେ । ଏହାର ଆୟତନ 1,399 ବର୍ଗ କିଲୋମିଟର ଥିବା ବେଳେ 1901 ମସିହାରେ ଏହାର ଲୋକ ସଂଖ୍ୟା 79,900 ଥିଲା । population of 79,900 persons according to the 1901 census.
ସମ୍ବଲପୁର ରାଜ୍ୟ 15 ଶ ଶତାବ୍ଦୀରେ ବଲରାମ ଦେଓଙ୍କଦ୍ୱାରା ପ୍ରତିଷ୍ଠିତ ହେଇଥିଲା ।[୨] ସେ ଚୌହାନ ବଂଶର ରାଜପୁତ ଥିଲେ । ପାଟଣା ରାଜ୍ୟର ରାଜା ନରଶିଙ୍ଗ ଦେଓ ତାଙ୍କର ବ୍ରାତା ଥିଲେ । 1540ରେ ପାଟଣା ରାଜ୍ୟ ଦ୍ୱିଭାଜିତ ହେଇ ପାଟଣା ଅଂଶ ନରାଶିଙ୍ଗ ଦେଓ ଶାସକ ରହିଥିବା ବେଳେ ଉତ୍ତରାଞ୍ଚଳ ବଲରାମ ଦେଓ ଶାସନ କଲେ । ବଲରାମ ତାଙ୍କର ନୂତନ ରାଜଧାନୀ ସମ୍ବଲପୁରଠାରେ କରିଥିଲେ । .[୩]
ସମ୍ବଲପୁର ରାଜ୍ୟ ଅଧୀନରେ କେତେକ ଗଡଜାତ ରାଜ୍ୟ ଥିଲେ ଓ ସରଙ୍ଗଗଡ ରାଜ୍ୟ ସହ ସମ୍ବଲପୁରର ବନ୍ଧୁତା ଥିଲା । 1800 ମସିହା ଯାଏ ଚୌହାନ ବଂଶଦ୍ୱାରା ଶାସିତ ହେବା ପରେ ଏହା ଭୋସଲେ ବଂଶ ହାତକୁ ଗଲା ।[୪]
ସମ୍ବଲପୁରକୁ ମରଠାମାନେ 1808 ଓ 1817ରେ ଆକ୍ରମଣ କରିଥିଲେ । ଇଂରେଜମାନେ ମରଠା ମାନଙ୍କୁ ପରାସ୍ତ କରି ଚୌହାନ ରାଜାଙ୍କୁ ରାଜ୍ୟ ଦେଇଥିଲେ । 1818 ମସିହାରେ ବ୍ରିଟିଶ ମାନଙ୍କ ତତ୍ତ୍ୱାବଧାନରେ ରେ ସମ୍ବଲପୁରର ଶାସନ ରହିଲା । 1849 ମସିହାରେ ରାଜବଂଶରେ କେହି ପୁରୁଷ ଉତ୍ତରାଧିକାରୀ ନ ରହିବାରୁ ଏହା ବ୍ରିଟିଶ ଅଧୀନକୁ ଗଲା ।
1857ରେ ଏହି ରାଜପରିବାର ବଂଶଜ ସୁରେନ୍ଦ୍ର ସାଇ ବ୍ରିଟିଶ ଶାସକଙ୍କ ବିରୁଦ୍ଧରେ ବିଦ୍ରୋହ କରିଥିଲେ । ସମ୍ବଲପୁର 1858ରୁ କଟକ ଡିଭିଜନ ଅଧୀନରେ ରହି ପରେ କେନ୍ଦ୍ରୀୟ ପ୍ରଭିନ୍ସକୁ ଗଲା ।
ସମ୍ବଲପୁରର ଶାସକ ମାନଙ୍କୁ ରାଜା କୁହାଯାଉଥିଲା .[୫]