ସରସ୍ୱତୀ ସମ୍ମାନ, ଭାରତୀୟ ଭାଷାରେ ଉତ୍କୃଷ୍ଟ ସାହିତ୍ୟ ରଚନା ପାଇଁ ଦିଆଯାଉଥିବା ଏକ ବାର୍ଷିକ ପୁରସ୍କାର ଅଟେ । ଏହି ପୁରସ୍କାର ଭାରତୀୟ ସମ୍ବିଧାନର ସିଡୁଲ-୮ରେ ତାଲିକାଭୁକ୍ତ ଯେକୌଣସି ଭାଷା ପାଇଁ ଦିଆଯାଇଥାଏ । ଏହା ଭାରତର ସର୍ବୋଚ୍ଚ ସାହିତ୍ୟ ସମ୍ମାନମାନଙ୍କ ଭିତରେ ଅନ୍ୟତମ । ଏହି ପୁରସ୍କାର ପାଇଁ ୭.୫ ଲକ୍ଷ ଟଙ୍କା, ପ୍ରଶସ୍ତି ପତ୍ର ଓ ଏକ ଫଳକ ପ୍ରଦାନ କରାଯାଏ [୧]। ଏହା କେ.କେ. ବିର୍ଲା ଫାଉଣ୍ଡେସନଦ୍ୱାରା ୧୯୯୧ରେ ସ୍ଥାପିତ ହୋଇଥିଲା ।
- ୧୯୯୧ - ହରିବଂଶ ରାୟ ବଚ୍ଚନ - ନିଜ ଆତ୍ମଜୀବନୀ ପାଇଁ
- ୧୯୯୨ - ରମାକାନ୍ତ ରଥ - ଓଡ଼ିଆ କାବ୍ୟଗ୍ରନ୍ଥ "ଶ୍ରୀରାଧା" ପାଇଁ
- ୧୯୯୩ - ବିଜୟ ତେନ୍ଦୁଲ୍କର
- ୧୯୯୪ - ହର୍ବଜନ ସିଂ (କବି)
- ୧୯୯୫ - ବାଲାମଣି ଆମ୍ମା - କବିତା ସଂକଳନ "ନିବେଦ୍ୟମ" ପାଇଁ
- ୧୯୯୬ - ସମ୍ସୁର ରହମାନ ଫାରୁକି - "ଶେର-ଏ ଶୋର-ଅଙ୍ଗ୍ରେଜ" ପାଇଁ
- ୧୯୯୭ - ମନୁଭାଇ ପଞ୍ଚୋଳି
- ୧୯୯୮ - ଶଙ୍କର ଘୋଷ - "ଗନ୍ଧର୍ବ କବିତାଗୁଚ୍ଛ" ସଂକଳନ ପାଇଁ
- ୧୯୯୯ - ଇନ୍ଦିରା ପାର୍ଥସାରଥୀ
- ୨୦୦୦ - ମନୋଜ ଦାସ - "ଅମୃତ ଫଳ" ଉପନ୍ୟାସ ପାଇଁ
- ୨୦୦୧ - ଦଲିପ କୌର - ଉପନ୍ୟାସ "କଥା କହୋ ଉର୍ବଶୀ"
- ୨୦୦୨ - ମହେଶ ଏଲ୍କୁଞ୍ଚୱାର - ନାଟକ "ଯୁଗାନ୍ତ"
- ୨୦୦୩ - ଗୋବିନ୍ଦ ଚନ୍ଦ୍ର ପାଣ୍ଡେ - ୧୬୩ଟି ସଂସ୍କୃତ କବିତା ବିଶିଷ୍ଟ ସଂକଳନ "ଭାଗୀରଥୀ" ପାଇଁ
- ୨୦୦୪ - ସୁନୀଲ ଗଙ୍ଗୋପାଧ୍ୟାୟ - ଉପନ୍ୟାସ "ପ୍ରଥମ ଆଲୋ" ପାଇଁ
- ୨୦୦୫ - କେ. ଆୟପ୍ପା ପନିକର - କବିତା ସଂକଳନ "ଆୟପ୍ପା ପାଣିକରୁଡେ କୃତିକାଳ" (Ayyappa Panikarude Kritikal)
- ୨୦୦୬ - ଜଗନ୍ନାଥ ପ୍ରସାଦ ଦାସ - କବିତା ସଂକଳନ "ପରିକ୍ରମା" ପାଇଁ
- ୨୦୦୭ - ନୈୟର ମାସୁଦ - କ୍ଷୁଦ୍ର ଗଳ୍ପ ସଂକଳନ "ତଊସ ଚମନ କି ମୈନା" (ମୟୂର ବଗିଚାର ବଣି)
- ୨୦୦୮ - ଲକ୍ଷ୍ମୀ ନନ୍ଦନ ବୋରା - ଉପନ୍ୟାସ "କୟାକଳ୍ପ"
- ୨୦୦୯ - ସୁର୍ଜିତ ପାତର - "ଲଫ୍ଜା ଦି ଦର୍ଘା" ପାଇଁ
- ୨୦୧୦ - ଏସ. ଏଲ. ଭ୍ୟାରପ୍ପା - ଉପନ୍ୟାସ "ମନ୍ଦ୍ର" ପାଇଁ
- ୨୦୧୧- ଏ. ଏ. ମନବାଲନ - "ଇରମ କଥୟମ ଇରମୟକଲୁ" ପାଇଁ
|
---|
୧୯୯୧-୨୦୦୦ | |
---|
୨୦୦୧-୨୦୧୦ | |
---|
୨୦୧୧-୨୦୨୦ | |
---|