ସରିଲା ରାଜ୍ୟ | |
---|---|
tehsil | |
Country | India |
State | Uttar Pradesh |
District | Hamirpur |
Elevation | 129 m (423 ft) |
Population (2001) | |
• Total | ୧୭,୮୫୮ |
Languages | |
• Official | Hindi |
Time zone | UTC+5:30 (IST) |
ଯାନବାହାନ ପଞ୍ଚୀକରଣ | UP |
Website | up |
ସରିଲା (Hindi सरीला)ଏକ ପୂର୍ବତନ ରାଜକୀୟ ରାଜ୍ୟ । ଏହା ବ୍ରିଟିଶ ସମୟରେ ଏକ ଧୀନସ୍ଥ ରାଜ୍ୟ ଥିଲା । ସ୍ୱାଧୀନତା ପରେ ଏହା ଉତ୍ତରାଞ୍ଚଳ ରାଜ୍ୟ ଉତ୍ତରପ୍ରଦେଶର ହମୀରପୁର ଜିଲ୍ଲାରେ ଏକ ପଞ୍ଚାଯତ ହିସାବରେ ରହିଛି ।
ସରିଲାର ଭୌଗୋଳିକ ଅବସ୍ଥାନ 25°46′N 79°41′E / 25.77°N 79.68°E.[୧] ଏହାର ପତ୍ତନ ହାରାହାରି 423 ଫୁଟ ଓ ଏହା ରଥ-ଜଳପୁର ରାସ୍ତାରେ ରଥଠାରୁ 28 କିଲୋମିଟର ଦୂରରେ ଅବସ୍ଥିତ ।
2001 ଜନଗଣନାରେ ସରିଲାର ଜନସଂଖ୍ୟା 17.858 ରହିଥିଲା । ତାହା ମଧ୍ୟରୁ ପୁରୁଷ 53% ଥିବା ବେଳେ ମହିଳା 47% ଥିଲେ ଓ ସାକ୍ଷ୍ୟରତା ହାର 49% ଥିଲା । ଜନସଂଖ୍ୟାର 17% 6 ବର୍ଷରୁ କମ ଥିଲେ ।
ବୁନ୍ଦେଲା ରାଜା ବଂଶର ମହାରାଜା ଛତ୍ରସାଲ 17 ଶ ଶତାବ୍ଦୀରେ ବୁନ୍ଦେଳଖଣ୍ଡ ଅଞ୍ଚଳର ବହୁ ଅଞ୍ଚଳ ଅଧିକାର କରିଥିଲେ । ତାଙ୍କର ପୌତ୍ର ରାଜା ପାହାର ସିଂହ , ଯିଏ ଯାଇତପୁରର ରାଜା ଥିଲେ , ସେ ଏହି ଅଞ୍ଚଳ ପାଇଥିଲେ । ଏଠାରେ ସେ ସରିଲା ଦୁର୍ଗ ନିର୍ମାଣ କରି 1755ରେ ହିନ୍ଦୁ ରାଜ୍ୟ ସ୍ଥାପନ କରିଥିଲେ । ଏହି ରାଜ୍ୟର ଆୟତନ 91 ବର୍ଗ କିଲୋମିଟର ଥିଲା ।
1807ରେ ସରିଲା ରାଜ୍ୟ ବ୍ରିଟିଶ ଅଧୀନ ରାଜ୍ୟ ହେଇ ରହିଲା ଓ9 ବୁନ୍ଦେଳଖଣ୍ଡ ଏଜେନ୍ସିଦ୍ୱାରା ନିୟନ୍ତ୍ରିତ ହେଲା । ରାଜ୍ୟ 1050ରେ ସ୍ୱାଧୀନ ଭାରତ ରାଜ୍ୟ ସଂଘ ସହ ମିଶ୍ରଣ ହେଲା ।
ରାଜ୍ୟରେ ଅନେକ ପ୍ରାଚୀନ ଦୁର୍ଗ , ରାଜମହଳ , ହିନ୍ଦୁ ମନ୍ଦିର ରହିଛି
[[Category:Cities and towns in Hamirpur district, Uttar Pradesh]