ସରୋଜ ରାଜ ଚୌଧୁରୀ ଜଣେ ଭାରତୀୟ ପରିବେଶବିତ୍, ବନ୍ୟଜନ୍ତୁ ସଂରକ୍ଷଣବାଦୀ, ଲେଖକ ଏବଂ ଓଡ଼ିଶା ସରକାରଙ୍କ ଅଧୀନରେ ପ୍ରଥମ ଜଙ୍ଗଲ ସଂରକ୍ଷଣକାରୀ ଥିଲେ [୧]। ସେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ସିମଲିପାଲ ଜାତୀୟ ଉଦ୍ୟାନର ପ୍ରତିଷ୍ଠାତା-ନିର୍ଦ୍ଦେଶକ ମଧ୍ୟ ଥିଲେ ।[୨] ଚୌଧୁରୀ ବ୍ୟାଘ୍ର ଗଣନା ପାଇଁ ନିୟୋଜିତ ପଦଚିହ୍ନ-କୌଶଳ ତଥା ଘରୋଇ ବାଘୁଣୀ ଖଇରୀ ସହ ବନ୍ଧୁତା ପାଇଁ ଜଣାଶୁଣା ଥିଲେ। ପଶୁଙ୍କ ସହ ତାଙ୍କର ଅନୁଭୂତି "Khairi: The Beloved Tigress" ନାମକ ଏକ ପୁସ୍ତକରେ ଲିପିବଦ୍ଧ ହୋଇଛି ଯାହାକି ୧୯୭୭ ମସିହାରେ ପ୍ରକାଶିତ ହୋଇଥିଲା । ୧୯୮୩ ମସିହାରେ ଭାରତ ସରକାର ତାଙ୍କୁ ପଦ୍ମଶ୍ରୀଙ୍କ (ଚତୁର୍ଥ ସର୍ବୋଚ୍ଚ ଭାରତୀୟ ନାଗରିକ ସମ୍ମାନ) ପ୍ରଦାନ କରିଥିଲେ ।
ଓଡ଼ିଶାରେ ଜନ୍ମିତ ସରୋଜ ରାଜ ଚୌଧୁରୀ ଓଡ଼ିଶା ସରକାରଙ୍କ ବନ ଅଧିକାରୀ ଭାବରେ ନିଜର ବୃତ୍ତି ଆରମ୍ଭ କରିଥିଲେ ଏବଂ ବନ୍ୟଜନ୍ତୁ ସଂରକ୍ଷଣ ଅଧିକାରୀ ଭାବରେ ପଦବୀରେ ଅବସ୍ଥାପିତ ହୋଇଥିଲେ । ପରେ, ତାଙ୍କୁ ବନ ଅନୁସନ୍ଧାନ ପ୍ରତିଷ୍ଠାନର(Forest Research Institute), ଯାହାକି ୧୮୭୮ ମସିହାରେ ଜର୍ମାନ ଫରେଷ୍ଟର ଡିଟ୍ରିଚ ବ୍ରାଣ୍ଡିସଙ୍କଦ୍ୱାରା ପ୍ରତିଷ୍ଠିତ, ମୁଖ୍ୟ ଭାବରେ ନିଯୁକ୍ତି ଦିଆଯାଇଥିଲା । ୧୯୭୨ରେ ଯେତେବେଳେ ଶିମିଳିପାଳ ଜାତୀୟ ଉଦ୍ୟାନ ପ୍ରତିଷ୍ଠା ହେଲା, ଚୌଧୁରୀଙ୍କୁ ଏହାର ପ୍ରତିଷ୍ଠାତା କ୍ଷେତ୍ର ନିର୍ଦ୍ଦେଶକ ତଥା ବାରିପଦାସ୍ଥିତ ମୁଖ୍ୟାଳୟ ସହିତ ପ୍ରୋଜେକ୍ଟ ଟାଇଗରର ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଥିଲା ।[୩]
୧୯୭୪ ମସିହା ଚୌଧୁରୀଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ଥିଲା । ସେହି ସମୟରେ ଖରିଆ ଆଦିବାସୀମାନେ ଖଇରୀ ନଦୀ ନିକଟରେ ମିଳିଥିବା ଏକ ମାଇ ବାଘ ଛୁଆ ଧରି ତାଙ୍କ ନିକଟକୁ ଆଣିଥିଲେ | ସେ ବାଘ ଛୁଆଟିକୁ ଅତ୍ୟନ୍ତ ଯତ୍ନର ସହ ରଖିବା ସହ ଜଶିପୁରରେ ଥିବା ନିଜ ସରକାରୀ ଗୃହକୁ ଏପରି ରୂପାନ୍ତରିତ କଲେ ଯେପରିକି ତାହା ଖଇରୀର ରହିବା ପାଇଁ କୌଣସି ଅସୁବିଧା ହେବନାହିଁ | ସେ ପାଇଥିବା ନଦୀର ନାମ ଅନୁସାରେ ନାମ ଦିଆଯାଇଥିବା ଖଇରୀ ନାମକ ଏହି ବାଘ ଛୁଆ ପୂର୍ଣ୍ଣ ବୟସ୍କ ହୋଇଯିବା ପରେ ମଧ୍ୟ ମଧ୍ୟ ଅନେକ ବର୍ଷ ପର୍ଯ୍ୟନ୍ତ ଚୌଧୁରୀଙ୍କ ପାଖରେ ରହିଲା । ସେ ତାଙ୍କ ବାସଭବନରେ ଅନ୍ୟ ଅନେକ ବନ୍ୟଜନ୍ତୁଙ୍କୁ ମଧ୍ୟ ପାଳୁଥିଲେ ଯେପରିକି ଏକ କୁମ୍ଭୀର, ଜୁମ୍ବୁ ନାମକ ଏକ ଭାଲୁ ଛୁଆ, ବାଇନା ନାମକ ଏକ ଅନ୍ଧ ହାଇନା ଏବଂ ଏକ ଜଙ୍ଗଲୀ ନେଉଳ, ସମସ୍ତେ ତାଙ୍କ ପ୍ରାଙ୍ଗଣରେ ମୁକ୍ତ ଭାବରେ ବୁଲୁଥିଲେ ।[୪] ୧୯୮୧ ମସିହାରେ ରାବିସ୍ରେ ପୀଡ଼ିତ ଖଇରୀ ମରିଯିବା ପରେ ମର୍ମାହତ ଚୌଧୁରୀ ସେହି ବର୍ଷ ମୃତ୍ୟୁ ବରଣ କରିଥିଲେ ।[୫]
ଭାରତ ସରକାର ୧୯୮୩ ମସିହାରେ ତାଙ୍କୁ ପଦ୍ମଶ୍ରୀ ସମାନରେ ସମାନିତ କରିଛନ୍ତି ।