ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୪ ଅକ୍ଟୋବର ୧୧ ତାରିଖରେ ଜୟପ୍ରକାଶ ନାରାୟଣଙ୍କ ଜନ୍ମଦିନ ଅବସରରେ ସାଂସଦ ଆଦର୍ଶ ଗ୍ରାମ ଯୋଜନା (ଏସ୍ଏଜିୱାଇ) ପ୍ରଣୟନ କରିଛନ୍ତି । ଏହି ଯୋଜନା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ କାର୍ଯ୍ୟକାରୀ ହେବ ।
ସାଂସଦ ଆଦର୍ଶ ଗ୍ରାମ ଯୋଜନା ଅନୁଯାୟୀ ପ୍ରତି ସାଂସଦ ୨୦୧୯ ମସିହା ପର୍ଯ୍ୟନ୍ତ ତିନୋଟି ଗ୍ରାମରେ ଭିତ୍ତିଭୂମି ଢାଞ୍ଚା ବିକଶିତ କରିବାର ଦାୟିତ୍ୱ ନେବେ ଯେଉଁଥିରେ ଗୋଟିଏ ଆଦର୍ଶ ଗ୍ରାମକୁ ବର୍ଷ ୨୦୧୬ ସୁଦ୍ଧା ବିକଶିତ କରିବାକୁ ହେବ । ଏହା ପରେ ପାଞ୍ଚଟି ଏମିତି ଗାଁ (ପ୍ରତି ବର୍ଷ ଗୋଟିଏ ଗ୍ରାମ)କୁ ଚୟନ କରାଯିବ ଏବଂ ସେମାନଙ୍କ ବିକାଶ କାର୍ଯ୍ୟକୁ ୨୦୨୪ ପର୍ଯ୍ୟନ୍ତ ଚାଲୁ ରଖାଯିବ । [୧]
[୨]
ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଜୟନ୍ତି ଅବସରରେ ଆରମ୍ଭ କରାଯାଇଥିବା ପରିଯୋଜନାର ଉଦ୍ଦେଶ୍ୟ ହେଉଛି ଗାଁଗୁଡ଼ିକରେ ବାସକରୁଥିବା ଲୋକଙ୍କଜୀବନ ଧାରଣ ମାନ ଉନ୍ନତି କରିବା ସହ ଭିତ୍ତିଭୂମି ବିକାଶ ଯେଉଁଥିରେ ସେମାନେ ନିଜ ଭାଗ୍ୟ ନିଜେ ନିର୍ଧାରଣ କରିବାରେ ସକ୍ଷମ ହୋଇପାରିବେ । ମହାତ୍ମା ଗାନ୍ଧୀଙ୍କ ସିଦ୍ଧାନ୍ତ ଏବଂ ମୂଲ୍ୟବୋଧରେ ପ୍ରେରିତ ହୋଇ ଏସ୍ଏଜିୱାଇ ଯୋଜନା ଅନ୍ତର୍ଗତ ରାଷ୍ଟ୍ରୀୟ ଗୌରବ, ଦେଶଭକ୍ତି, ସାମୁଦାୟିକ ଭାବନା ଏବଂ ଆତ୍ମବିଶ୍ୱାସ ଅପଣାଈ ଆବଶ୍ୟକ ଢାଞ୍ଚା ବିକଶିତ କରିବା ଉପରେ ମଧ୍ୟ ଧ୍ୟାନ ଦିଆଯିବ ।
- ଏହି ଯୋଜନା ଅଧିନରେ ବଛାଯାଇଥିବା ଗ୍ରାମରେ କୃଷି, ସ୍ୱାସ୍ଥ୍ୟ, ସଫା ସୁତୁରା, ପାରମ୍ପରିକ ଜୀବିକା, ପରିବେଶ ଶିକ୍ଷା,ଇତ୍ୟାଦି କ୍ଷେତ୍ରଗୁଡ଼ିକର ଏକାସାଙ୍ଗରେ ବିକାଶ କରାଯିବ ।
- ନା କେବଳ ଢାଞ୍ଚାଗତ ଉନ୍ନତି ହେବ ଆଉ ମଧ୍ୟ ଗାଁରେ ରହୁଥିବା ଲୋକମାନଙ୍କୁ ନିଜ ଜୀବନରେ କିଛି ବିଶେଷ ମୂଲ୍ୟବୋଧ ଆପଣାଇବା ପାଇଁ ପ୍ରେରିତ କରାଯିବ ଯାହା ଅନ୍ୟ ଲୋକଙ୍କ ପାଇଁ ଆଦର୍ଶ ହୋଇ ପାରିବ ।
- ଲୋକଙ୍କ ଭାଗିଦାରୀ, ଅନ୍ତୋଦୟ, ମହିଳାଙ୍କ ପ୍ରତି ସମାନତା ଭାବ, ମହିଳାଙ୍କୁ ସମ୍ମାନ, ସମାଜିକ ନ୍ୟାୟ, ସାମୁଦାୟିକ ସେବା ଭାବନା, ସ୍ୱଚ୍ଛତା, ପରିବେଶ ସନ୍ତୁଳନର ଧ୍ୟାନ ରଖିବା, ଶାନ୍ତି ଏବଂ ସଦ୍ଭାବ ପୋଷଣ କରିବା, ପରସ୍ପର ସହଯୋଗିତା, ସ୍ୱାୟତ ଶାସନ, ଆତ୍ମନିର୍ଭରଶୀଳତା, ସାର୍ବଜନିକ ଜୀବନରେ ପାରଦର୍ଶିତା ଏବଂ ଉତ୍ତରଦାୟୀ ଏଥିରେ ଅନ୍ତର୍ଭୁକ୍ତ ।
- ଗ୍ରାମପଞ୍ଚାୟତକୁ ବିକାଶ ଏବଂ ଭିତିଭୂମିର ଏକ ୟୁନିଟ୍ ବିଚାର କରାଯିବ ଏହା ଜନସଂଖ୍ୟା ସମତଳ ଅଞ୍ଚଳରେ ୩୦୦୦ରୁ ୫୦୦୦ ଏବଂ ପାହାଡ଼ିଆ ଅଞ୍ଚଳରେ ୧୦୦୦ରୁ ୩୦୦୦ ମଧ୍ୟରେ ହେବ ଯେଉଁ ଜିଲ୍ଲାରେ ଜନସଂଖ୍ୟାର ଆକାର ଉପଲବ୍ଧ ନାହିଁ ସେଠାରେ ଉପେକ୍ଷିତ ଜନସଂଖ୍ୟା ବିଶିଷ୍ଟ ଗ୍ରାମପଂଚାୟତକୁ ଚୟନ କରାଯାଇ ପାରିବ ।
- ଭାରତରେ ୨,୬୫,୦୦୦ ଗ୍ରାମପଞ୍ଚାୟତ ଅବସ୍ଥିତ । ସାଂସଦ ଆଦର୍ଶ ଗ୍ରାମ ପାଇଁ ନିଜ ଇଛାରେ କୌଣସି ବି ଉପଯୁକ୍ତ ଗ୍ରାମପଞ୍ଚାୟତକୁ ବାଛିପାରିବେ । ଏଥିରେ ସାଂସଦ କିମ୍ବା ତାଙ୍କ ପତ୍ନୀଙ୍କର ଗ୍ରାମ ହୋଇନଥିବ ।
- ଏହି ଯୋଜନା କାର୍ଯ୍ୟକ୍ଷମ ଗ୍ରାମ ବିକାଶ ଯୋଜନା ଜରିଆରେ କରାଯିବ ଯେଉଁଥିରେ ପ୍ରତି ବଛାଯାଇଥିବା ଗ୍ରାମପଞ୍ଚାୟତ ପାଇଁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହେବ ।
- ଏହି ଯୋଜନା ଅଧିନସ୍ଥ ପ୍ରତ୍ୟେକ ଗରିବ ସୀମାରେଖା ତଳେ ଥିବା ପରିବାରକୁ ଗରିବୀରୁ ମୁକ୍ତି ପାଇବା ପାଇଁ ପ୍ରୟାସ କରାଯିବ ଏହି ଲକ୍ଷ୍ୟକୁ ପାଇବା ପାଇଁ ଯେତିକି ଅର୍ଥ ଦରକାର ହେବ ତାହା ନିର୍ବାଚନ କ୍ଷେତ୍ର ପାଣ୍ଠି ଏମ୍ପିଲ୍ୟାଡ୍ରୁ ଭରଣ କରାଯିବ ।
- ଏହି ଗ୍ରାମରେ ନିୟୋଜନ ପ୍ରକ୍ରିୟା ସହଭାଗିତା ଜରିଆରେ ହେବ ଯେଉଁଥିରେ ସାମ୍ପ୍ରଦାୟିକ ମିଳିତ ସହଯୋଗ ସ୍ଥାପନା କାର୍ଯ୍ୟ ଜିଲ୍ଲାପାଳ କରିବେ । ସାଂସଦ ଏହି ଲକ୍ଷ୍ୟକୁ ସଫଳକରିବାକୁ ମୂଖ୍ୟ ଭୂମିକା ନେବେ ।
- ସମାଜିକ କାର୍ଯ୍ୟଗୁଡ଼ିକର ପୁରଣରେ ଗାଁର ଅନ୍ୟ ବିକାଶ କାର୍ଯ୍ୟ ବି ପୁରା ହୋଇଥାଏ । ଉଦାହରଣ ସ୍ୱରୂପ ବଛା ଯାଇଥିବା ଗାଁରେ ବାସକରୁଥିବା ଲୋକମାନେ ମଦ୍ୟପାନ, ଧୁମ୍ରପାନ, ନିଶା ଯଥା ତମ୍ବାଖୁ/ଗୁଟୁଖା ଇତ୍ୟାଦି ସେବନ କରିବାର ପ୍ରବୃତି କମ୍ ହୋଇଥାଏ ।
- ସାଂସଦ ଆଦର୍ଶ ଗ୍ରାମ ଯୋଜନାର ଏକ ମହତ୍ ଉଦ୍ଦେଶ୍ୟ ହେଉଛି ମଜଭୂତ ଏବଂ ପାରଦର୍ଶୀ ଗ୍ରାମପଞ୍ଚାୟତ ଓ ସକ୍ରିୟ ଗ୍ରାମସଭାଗୁଡ଼ିକଦ୍ୱାରା ସ୍ଥାନୀୟ ଲୋକତନ୍ତ୍ରକୁ ମଜଭୂତ କରିବା ତଥା ସୁଶାସନ ନିଶ୍ଚିତ କରିବା ଅଟେ । ଏଥିପାଇଁ ନିର୍ଣ୍ଣୟ ନେବା ପ୍ରକ୍ରିୟାରେ ମହିଳାମାନଙ୍କ ଭାଗିଦାରୀକୁ ପ୍ରୋତ୍ସାହନ ଦିଆଯିବ ।
- ଏହି ଯୋଜନା ଅନ୍ତର୍ଗତ ମହିଳା ଏବଂ ଶିଶୁଙ୍କ ସମ୍ବନ୍ଧିତ ବିଶେଷ ଇସୁ ଉପରେ ବିଚାର ବିମର୍ଶ ପାଇଁ ମହିଳା ସଭା ଏବଂ ବାଲ୍ ସଭା କରାଯିବାକୁ ଅଛି । ସମସ୍ତଙ୍କ ପାଇଁ ଶିକ୍ଷା ସୁବିଧା, ବୟସ୍କ ସାକ୍ଷରତା, ଇ-ସାକ୍ଷରତା ସୁଲଭ କରିବା ମଧ୍ୟ ଅନ୍ତର୍ଭୁକ୍ତ । .[୩]
- ଶିକ୍ଷା ବ୍ୟତିତ ଏହି ଗ୍ରାମଗୁଡ଼ିକରେ ଉଚ୍ଚ ଗୁଣବତ୍ତାର ସ୍ୱାସ୍ଥ୍ୟ ସୁବିଧା ବି ମିଳିବ । ଶତ ପ୍ରତିଶତ ଟିକାକରଣ, ଶତ ପ୍ରତିଶତ ସଂସ୍ଥାଗତ ପ୍ରସବ, ଆଇଏମ୍ଆର୍ ତଥା ଏମ୍ଏମ୍ଆର୍ କମ୍ , ଛୁଆମାନଙ୍କଠାରେ କୁପୋଷଣ ଦୁରେଇବା ଇତ୍ୟାଦି ସମ୍ଭବ ହୋଇ ପାରିବ ।
- ଏହି ଯୋଜନାକୁ ସଫଳ କରିବାକୁ ଉନ୍ନତ ବୈଷୟିକ ସହାୟତା ଆପଣାଇବା ସହ ଉଦ୍ଭାବନ ଉପରେ ମଧ୍ୟ ଧ୍ୟାନ କେନ୍ଦ୍ରୀଭୂତ କରାଯିବ । ସ୍ପେସ୍ ଆପ୍ଲିକେସନ୍ ଏବଂ ରିମୋଟ୍ ସେନସିଂ ଉପଯୋଗ କରି କୃଷି କ୍ଷେତ୍ରକୁ ଉତ୍ପାଦନ ସମୃଦ୍ଧ କରାଯିବାକୁ ଯୋଜନା କରାଯାଇଛି ।
- ଏହି ଯୋଜନା ପାଇଁ ରାଷ୍ଟ୍ରୀୟ ସ୍ତରରେ ଏକ ଅଲଗା ଏବଂ ୱେବ୍ ଅଧାରିତ ବାସ୍ତବିକ ସମୟ ଦର୍ଶାଉଥିବା ନିୟନ୍ତ୍ରଣ ପ୍ରଣାଳୀ ସ୍ଥାପନା ହେବ ଯେଉଁଥିରେ ସମସ୍ତ ବିଷୟ ଅନ୍ତର୍ଭୁକ୍ତ ହେବ ।
- ମନ୍ତ୍ରଣାଳୟ ଗ୍ରାମପଞ୍ଚାୟତ ସହିତ ବିଭିନ୍ନ ସ୍ତରର ସରକାରୀ ପଦାଧିକାରୀଙ୍କ ପାଇଁ ବିଶେଷ ରୂପେ ପ୍ରସ୍ତୁତ ହୋଇଥିବା କ୍ଷମତା ସୃଜନ କାର୍ଯ୍ୟକ୍ରମ ଆରମ୍ଭ କରିବ ।
- ରାଜ୍ୟସ୍ତରରେ ମୂଖ୍ୟ ସଚିବଙ୍କ ତତ୍ତ୍ୱାବଧାନ କ୍ରମେ ଏକ ଉଚ୍ଚ ଅଧିକାରୀ କମିଟି ଗଠନ ହେବ ଯେଉଁଥିରେ ସମ୍ବନ୍ଧିତ ବିଭାଗ ପଦାଧିକାରୀଙ୍କ ବ୍ୟତିତ ବିଶେଷଜ୍ଞ ଏବଂ ସାଧାରଣ ସମାଜିକ ସଦସ୍ୟ ଭାବେ ଅନ୍ୟୁନ୍ୟ ଦୁଇ ଜଣ ପ୍ରତିନିଧି ରହିବେ ।
- ଏହି ଯୋଜନା କାର୍ଯ୍ୟକ୍ଷମ ପାଇଁ ଜିଲ୍ଲାପାଙ୍କୁ ମୁଖ୍ୟ ଭାବେ ବିବେଚନା କରାଯାଏ । ସେ ଏହି ଯୋଜନାରେ ବିଭାଗ ମୁଖିଆଙ୍କ ସହ ପ୍ରତି ମାସରେ ସମୀକ୍ଷା କରିବେ । ସମ୍ବନ୍ଧିତ ସାଂସଦ ଏହି ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବେ । [୪]