ସାବିତ୍ରୀ ବାଈ ଫୁଲେ | |
---|---|
ସାଂସଦ: ୧୬ଶ ଲୋକ ସଭା | |
କାର୍ଯ୍ୟକାଳ ୧୬ ମଇ ୨୦୧୪ – ୨୩ ମଇ ୨୦୧୯ | |
ପୂର୍ବ ଅଧିକାରୀ | କମଳ କିଶୋର |
ପର ଅଧିକାରୀ | ଅକ୍ଷୈବର ଲାଲ |
ନିର୍ବାଚନ ମଣ୍ଡଳୀ | ବହରାଇଚ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ନାନପୁର, ଉତ୍ତର ପ୍ରଦେଶ, ଭାରତ | ୧ ଜୁନ ୧୯୮୧
ରାଜନୀତିକ ଦଳ | କାନ୍ସିରାମ ବହୁଜନ ସମାଜ ପାର୍ଟି |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଭାରତୀୟ ଜାତୀୟ କଂଗ୍ରେସ (୨୦୧୯-୨୦୨୧) ଭାରତୀୟ ଜନତା ପାର୍ଟି (୨୦୧୪-୨୦୧୯) |
ଶିକ୍ଷାନୁଷ୍ଠାନ | ଡ. ରାମ ମନୋହର ଲୋହିଆ ଅବଧ ବିଶ୍ୱବିଦ୍ୟାଳୟ |
ବୃତ୍ତି | ରାଜନିତିଜ୍ଞ, ସମାଜସେବୀ |
୧୭ ଡିସେମ୍ବର, ୨୦୧୬ ସୁଦ୍ଧା ଆଧାର: [୧] |
ସାବିତ୍ରୀ ବାଈ ଫୁଲେ (ଜନ୍ମ: ୧ ଜାନୁଆରୀ ୧୯୮୧) ଜଣେ ଭାରତୀୟ ରାଜନୀତିଜ୍ଞ । ସେ କାନ୍ସିରାମ ବହୁଜନ ସମାଜ ପାର୍ଟିର (କେବିଏସ୍ପି) ସଭାପତି ।[୧] ୨୦୧୨ ମସିହାରେ ସେ ରାଜ୍ୟ ବିଧାନ ସଭାକୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚିତ ହୋଇଥିଲେ । ୨୦୧୪ ଭାରତୀୟ ସାଧାରଣ ନିର୍ବାଚନରେ ସେ ବହରାଇଚ ଲୋକ ସଭା ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନ ଲଢ଼ିଥିଲେ ଏବଂ ୧୬ଶ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ ।[୨]
୭ ସେପ୍ଟେମ୍ବର ୨୦୧୫ ମସିହାରେ, ଫୁଲେ ଜାତିଭିତ୍ତିକ ମନ୍ତବ୍ୟ ଦେଇ ତାଙ୍କୁ ଭୟଙ୍କର ପରିଣାମ ଦେବା ମାମଲାରେ ଦିଲୀପ ବିଲଡକନ୍ ଲିମିଟେଡ୍ କମ୍ପାନୀ ବିରୁଦ୍ଧରେ ଅଭିଯୋଗ କରିଥିଲେ ।[୩][୪]
ସାବିତ୍ରୀ ବାଈ ୧ ଜାନୁୟାରୀ ୧୯୮୧ ମସିହାରେ ଉତ୍ତରପ୍ରଦେଶର ବାହରାଇଚ ଜିଲ୍ଲାର ନାନପାରାଠାରେ ଏକ ବୌଦ୍ଧ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଡକ୍ଟର ରାମ ମନୋହର ଲୋହିଆ ଅଭାଦ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିଥିଲେ । ସେ ବାବାସାହେବ ଆମ୍ବେଦକର ଏବଂ ଗୌତମ ବୁଦ୍ଧଙ୍କଦ୍ୱାରା ପ୍ରଭାବିତ ହୋଇଥିଲେ । ସେ ବୌଦ୍ଧ ଧର୍ମକୁ ଅନୁସରଣ କରନ୍ତି ଏବଂ ବୌଦ୍ଧ ଧର୍ମର ପ୍ରତୀକ ଭାବରେ ସାଫ୍ରନ ପୋଷାକ ପିନ୍ଧନ୍ତି ।[୫]
ସେ ୨୦୧୨ ମସିହାରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ବାହରାଇଚ ଜିଲ୍ଲାର ବାଲହାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ସେ ବାହରାଇଚରୁ ୨୦୧୪ ଲୋକ ସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ୧୬ତମ ଲୋକ ସଭା ସଦସ୍ୟ ହୋଇଥିଲେ । "ଦଳ ସମାଜକୁ ବିଭାଜନ କରିବାକୁ ଚେଷ୍ଟା କରୁଛି" ବୋଲି କହି ୬ ଡିସେମ୍ବର ୨୦୧୮ ମସିହାରେ ସେ ବିଜେପି ଛାଡିଥିଲେ ।[୬] ତାଙ୍କର ଏହି କାର୍ଯ୍ୟ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହନୁମାନଙ୍କ ଜାତି ଉପରେ ମନ୍ତବ୍ୟ ଦେବା ପରେ[୭] ଏବଂ ୨ ମାର୍ଚ୍ଚ ୨୦୧୯ ମସିହାରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗଦେବା ପରେ ଆସିଛି ।[୮] ସେ ଭାରତୀୟ ସାଧାରଣ କଂଗ୍ରେସ ପ୍ରାର୍ଥୀ ଭାବରେ ବାହରାଇଚ ସଂସଦ ନିର୍ବାଚନ ମଣ୍ଡଳୀରୁ ୨୦୧୯ ମସିହା ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ସେ ୩୪୪୫୪ ଭୋଟ ପାଇ ଭାରତୀୟ ଜନତା ପାର୍ଟିର ଅକ୍ଷୟବର ଲାଲଙ୍କୁ ହରାଇଥିଲେ ।[୯]
ଜାନୁଆରୀ ୨୦୨୦ ମସିହାରେ, ଫୁଲେ "କାନଶିରାମ ବହୁଜନ ସମାଜ ପାର୍ଟି" (କେ.ବି.ଏସ.ପି) ପ୍ରତିଷ୍ଠା କରିଥିଲେ ।
{{cite news}}
: CS1 maint: unrecognized language (link)