Monoclonal antibody | |
---|---|
Type | Whole antibody |
Source | Human |
Target | IL-6R |
Clinical data | |
Trade names | Kevzara |
AHFS/Drugs.com | monograph |
MedlinePlus | a617032 |
data | |
Pregnancy category |
|
Routes of administration | Subcutaneous |
Legal status | |
Legal status | |
Pharmacokinetic data | |
Bioavailability | 80% |
Metabolism | Likely proteases |
Elimination half-life | 8-10 days (concentration dependant)[୧] |
Chemical and physical data | |
Formula | C6388H9918N1718O1998S44 |
Molar mass | ୧,୪୪,୧୬୪.୨୮ g·mol−1 |
(verify) |
ସାରିଲୁମାବ (ଇଂରାଜୀ ଭାଷାରେ Sarilumab), କେଭଜାରା ନାମରେ ବିକ୍ରି ହୁଏ, ଏକ ଔଷଧ ଯାହା ରିମାଟଏଡ ଆର୍ଥ୍ରାଇଟିସ (RA)ର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] ମଧ୍ୟମରୁ ଗୁରୁତର ରୋଗରେ ଅନ୍ୟ କୌଣସି ଚିକିତ୍ସା କାମ ନକଲେ ବ୍ୟବହୃତ ହୁଏ ।[୨] ଟୋସିଲିଜୁମାବ ଉପଲବ୍ଧ ନ ଥିଲେ ଏହା ଗୁରୁତର କୋଭିଡ-୧୯ ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ ।[୩] ଏହା ଚର୍ମ ତଳେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨]
ସବୁଠାରୁ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ହେଉଛି ସଂକ୍ରମଣ ।[୧] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସ୍ୱଳ୍ପ ରକ୍ତ ନିଉଟ୍ରୋଫିଲ୍, କମ୍ ପ୍ଲାଟେଲେଟ୍, ଅସ୍ୱାଭାବିକ ଲିପିଡ୍, ଯକୃତ ସମସ୍ୟା, ଆଲର୍ଜି ପ୍ରତିକ୍ରିୟା ଏବଂ କର୍କଟ ହୋଇପାରେ ।[୧] [୪] ଇଞ୍ଜେକ୍ସନ ସ୍ଥାନରେ ଯନ୍ତ୍ରଣା ହୋଇପାରେ ।[୨] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଇଣ୍ଟରଲିଉକିନ୍-୬ ରିସେପ୍ଟର ସହିତ ସଂଲଗ୍ନ ହୁଏ ଏବଂ ତାକୁ ଅବରୋଧ କରେ ।[୨]
୨୦୧୭ ମସିହାରେ ଯୁକ୍ତରାଷ୍ଟ୍ର ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସାରିଲୁମାବ ଅନୁମୋଦନ କରାଯାଇଥିଲା ।[୪] [୨] ଯୁକ୍ତରାଷ୍ଟ୍ରରେ ୨୦୨୧ ସୁଦ୍ଧା ଏହି ଚିକିତ୍ସା ବାବଦ ମାସକୁ ପ୍ରାୟ ୭,୭୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୫] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ପ୍ରାୟ ୧୮୦୦ ଡଲାର ଅଟେ ।[୬] କାନାଡ଼ାରେ ୨୦୧୭ ସୁଦ୍ଧା ମାସିକ ଖର୍ଚ୍ଚ ପ୍ରାୟ ୧୫୦୦ ସିଏଡି ଅଟେ ।[୭]
{{cite book}}
: CS1 maint: date format (link)