Monoclonal antibody | |
---|---|
Type | Fab' fragment |
Source | Humanized (from mouse) |
Target | TNF alpha |
Clinical data | |
Trade names | Cimzia |
Synonyms | CDP870 |
AHFS/Drugs.com | monograph |
MedlinePlus | a608041 |
data |
|
Pregnancy category | |
Routes of administration | Subcutaneous |
Legal status | |
Legal status | |
Pharmacokinetic data | |
Elimination half-life | about 11 days |
Excretion | Kidney (PEG only) |
Chemical and physical data | |
Formula | C2115H3252N556O673S16 |
Molar mass | ୪୭,୭୪୯.୪୬ g·mol−1 |
(verify) |
ସାର୍ଟୋଲିଜୁମାବ ପେଗୋଲ, ବେପାର ନାମ ସିମଜିଆ, କ୍ରୋନ୍ ରୋଗ, ରିଉମାଟଏଡ୍ ଆର୍ଥ୍ରାଇଟିସ୍, ସୋରିଆଟିକ୍ ଆର୍ଥ୍ରାଇଟିସ୍, ପ୍ଲେକ ପ୍ଲେକ୍ ଏବଂ ଆଙ୍କିଲୋଜିଙ୍ଗ୍ ସ୍ପଣ୍ଡିଲାଇଟିସ୍ ଇତ୍ୟାଦି ରୋଗମାନଙ୍କ ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ । [୧] ଚର୍ମ ତଳେ ଇଞ୍ଜେକ୍ସନ ଆକାରରେ ଏହା ଦିଆଯାଏ । [୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ ଯେପରିକି ଆବସେସ୍, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା, ଅଇ, ମୁଣ୍ଡବିନ୍ଧା, ନିଦ୍ରାହୀନତା, ଉଚ୍ଚ ରକ୍ତଚାପ, ଯକୃତ ପ୍ରଦାହ, ରାସଏବଂ ଇଞ୍ଜେକ୍ସନ ସ୍ଥାନରେ ଯନ୍ତ୍ରଣା ହୋଇପାରେ । [୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କର୍କଟ, ହୃଦଘାତ ଏବଂ ଆଞ୍ଜିଓଡେମା ଇତ୍ୟାଦି ହୋଇପାରେ ।| [୨] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡିର ଏକ ଖଣ୍ଡ ଯାହା ଟ୍ୟୁମର ନେକ୍ରୋସିସ୍ ଫ୍ୟାକ୍ଟର୍ ଆଲଫା (TNF-α) ସହିତ ବନ୍ଧନଯୁକ୍ତ ହୁଏ । [୨]
୨୦୦୮ରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୦୯ରେ ୟୁରୋପରେ ମେଡିକାଲ ବ୍ୟବହାର ପାଇଁ ସାର୍ଟୋଲିଜୁମାବ ପେଗୋଲ ଅନୁମୋଦିତ ହୋଇଥିଲା । [୧] [୩] ବିଶ୍ୱ ସ୍ୱାସ୍ତ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ତାଲିକାର ଏହାର ନାମ ଅଛି ।[୪] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ମୂଲ୍ୟ ପ୍ରାୟ ୭୧୫ ପାଉଣ୍ଡ ଅଟେ। [୫] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୪,୭୦୦ ଡଲାର ଅଟେ । [୬]