ସିତାରା (ଗାୟିକା)

ସିତାରା
ବ‌ହରୀନ କେରଳୀୟ ସମାଜମ ଓଣମ ପ୍ରୋଗ୍ରାମରେ ସିତାରା
Background information
ଜନ୍ମ ସମୟରେ ନାମସିତାରା କୃଷ୍ଣକୁମାର
ଜନ୍ମ (1986-07-01) ୧ ଜୁଲାଇ ୧୯୮୬ (ବୟସ ୩୮)
ଚେଲାରି (Thennhippalam), ମଲାପୁରମ (Malappuram), କେରଳ, ଭାରତ
ଶୈଳୀଲୋକ ସଙ୍ଗୀତFolk, ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ (Indian classical), ପାର୍ଶ ଗାୟିକା, ଗଜଲ (Ghazal)
ପେଷାପାର୍ଶ୍ୱ ଗାୟିକା, ସଙ୍ଗୀତ ନିର୍ଦ୍ଦେଶିକା
କାର୍ଯ୍ୟକାଳ୨୦୦୭ – ବର୍ତ୍ତମାନ ପର୍ଯ୍ୟନ୍ତ
ୱେବସାଇଟsithara.in

ସିତାରା କୃଷ୍ଣକୁମାର (ଇଂରାଜୀ ଭାଷାରେ Sithara Krishnakumar (ଜନ୍ମ ୧ ଜୁଲାଇ ୧୯୮୬) ଜଣେ ଭାରତୀୟ ପାର୍ଶ୍ୱ ଗାୟିକା, ସ୍ୱର ସଂଯୋଜିକା ଓ ସାମୟିକ ଅଭିନେତ୍ରୀ । [] ମୁଖ୍ୟତଃ ସେ ମଲୟାଲମ, ତେଲୁଗୁ ଓ କନ୍ନଡ଼ ଚଳଚ୍ଚିତ୍ରରେ କାମ କରନ୍ତି । ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ (Hindustani) ଓ କର୍ଣ୍ଣାଟକୀ ଶାସ୍ତ୍ରୀୟ ସଙ୍ଗୀତରେ (Carnatic classical music) ସେ ପ୍ରଶିକ୍ଷଣ ପାଇଛନ୍ତି ଓ ଆଉ ମଧ୍ୟ ସେ ଜଣେ ଗଜଲ ଗାୟିକା ଭାବରେ ଜଣାଶୁଣା । [][] ସେ ପାଇଥିବା ଅନେକ ପୁରସ୍କାର ମଧ୍ୟରେ ସର୍ବୋତ୍ତମ ଗାୟିକା ଭାବରେ ଦୁଇଟି କେରଳ ପ୍ରଦେଶ ଚଳଚ୍ଚିତ୍ର ପୁରସ୍କାର (Kerala State Film Award for Best Singer) ପାଇଛନ୍ତି ।

ପୃଥିବୀର ବିଭିନ୍ନ ସ୍ଥାନ‌କୁ ଯାତ୍ରା କରି ସେ ମଞ୍ଚ ଅଭିନୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ପ୍ରଦର୍ଶନ କରିଛନ୍ତି । ଲୋକ ସଙ୍ଗୀତ ଓ ଫ୍ୟୁଜନ ସଙ୍ଗୀତ (fusion) ନିମନ୍ତେ ତାଙ୍କର ବିଶେଷ ଅଭିରୁଚି ଥାଏ ।[] ବିଭିନ୍ନ ଜନପ୍ରିୟ ସଙ୍ଗୀତ ମଣ୍ଡଳୀ ସାଥିରେ ସେ ସ‌ହ‌ଯୋଗ କରିଛନ୍ତି । ସନ ୨୦୧୪ରେ ସେ କେବଳ ମହିଳା ସମ୍ପର୍କୀୟ ଗୀତ ଗାଇବାକୁ ଏକ ଖ୍ୟାତନାମା ସଙ୍ଗୀତ ଦଳର ପ୍ରୋତ୍ସାହନରେ ଏକ ସଙ୍ଗୀତ ବ୍ୟାଣ୍ଡ ଗଢ଼ିଥିଲେ ।[] ସମସାମୟିକ ଓ ଶାସ୍ତ୍ରୀୟ ସଙ୍ଗୀତର ଏକ ଦଶ ଜଣ ସଭ୍ୟ ବିଶିଷ୍ଟ ମାଲାବାରିକସ ଦଳରେ ସେ ଯୋଗ ଦେଇଛନ୍ତି । []

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ମାଲାପ୍ପୁରମ ଅଧିବାସୀ କେ.ଏମ. କୃଷ୍ଣକୁମାର ଓ ସାଲି କୃଷ୍ଣକୁମାରଙ୍କ ଔରସରୁ ସିତାରା ଜନ୍ମଗ୍ରହଣ କରିଥିଲେ । ଏକ ଶାସ୍ତ୍ରୀୟ କଳା ବିଶିଷ୍ଟ ପରିବାରରେ ଜନ୍ମଗ୍ରହଣ କରିଥିବାରୁ ମାତ୍ର ୪ ବର୍ଷ ବୟସରୁ ସେ ଗାଇବାକୁ ଆରମ୍ଭ କରିଥିଲେ । ସେ ତେନହିପଲମ ହାୟର ସେକେଣ୍ଡାରୀ ସ୍କୁଲ ଓ ଏନଏନଏମ ହାୟର ସେକେଣ୍ଡାରୀ ସ୍କୁଲରେ ଶିକ୍ଷା ଲାଭ କରିଥିଲେ । ଇଂରାଜୀ ଭାଷାରେ ସେ ଫେରୋକର (Feroke) ଫାରୁକ କଲେଜରୁ ସ୍ନାତକ ଶିକ୍ଷା ଲାଭ କରିଥିଲେ[] ଓ କେରଳର କାଲିକଟ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ହାସଲ କରିଥିଲେ । ହୃଦ୍‌ରୋଗ ବିଶେଷଜ୍ଞ 'ଡ: ସାଜିଶ ଏମ'ଙ୍କ ସ‌ହିତ ଅଗଷ୍ଟ ୩୧ ତାରିଖ ୨୦୦୭ରେ ସେ ବିବାହ କରିଥିଲେ[] ଓ ଜୁନ ୯ ତାରିଖ, ୨୦୧୩ରେ ତାଙ୍କର ଗୋଟିଏ କନ୍ୟା ଜାତ ହୋଇଥିଲେ ଯାହାର ନାମ ସାୱନ ରିତୁ ରଖାଯାଇଥିଲା । ତାଙ୍କ ପରିବାର ସ‌ହିତ ସେ କେରଳର ଆଲୁଭାରେ (Aluva) ବାସ କରୁଛନ୍ତି ।

ପ୍ରଥମେ ସେ ନର୍ତ୍ତକୀ ଭାବରେ କଳା ଜୀବନ ଆରମ୍ଭ କରି ପରେ ପାର୍ଶ୍ୱ ଗାୟିକା କାମ କରିଥିଲେ । ଶ୍ରୀ ରମନାଟ୍ଟୁକାର ସଥୀସନ ମାଷ୍ଟର ଓ ପଲାଇ ସିକେ ରାମଚନ୍ଦ୍ରନ ପାଖରେ କର୍ଣ୍ଣାଟକୀ ସଙ୍ଗୀତ ଶିକ୍ଷା କରିଥିଲେ । ଉସ୍ତାଦ ଫିଆଜ ଖାନ ପାଖରୁ ସେ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ । କଳାମଣ୍ଡଳମ ବିନୋଦିନୀ ତାଙ୍କୁ ଶାସ୍ତ୍ରୀୟ ନୃତ୍ୟ ଶିକ୍ଷା ଦେଇଥିଲେ । ତାଙ୍କର ବ‌ହୁମୁଖୀ ପ୍ରତିଭାକୁ ଦେଖି କାଲିକଟ ବିଶ୍ୱବିଦ୍ୟାଳୟ ତାଙ୍କୁ ଲଗାତାର ଦୁଇ ଥର (୨୦୦୫,୨୦୦୬) କଳାତିଳକମ ଉପାଧୀରେ ସମ୍ମାନିତ କରିଥିଲେ । [] କୋଲକାତା ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟରୁ କଂଠ ସଙ୍ଗୀତ ଓ ହିନ୍ଦୁସ୍ଥାନୀ ଖୟାଲ ସଙ୍ଗୀତରେ ମାଷ୍ଟର ଡିଗ୍ରୀ ପାଇଥିଲେ । [୧୦]

ଶଙ୍କର ମହାଦେବନ (Shankar Mahadevan) ସ‌ହିତ ସିତାରା ଏକ ମହୋତ୍ସବରେ ପ୍ରଦର୍ଶନ କରୁଛନ୍ତି ।

ସନ ୨୦୦୭ରେ ମଲୟାଲମ ଚଳଚ୍ଚିତ୍ର 'ଅଥିଶୟନ'ରେ (Athishayan) ପମ୍ମି ପମ୍ମି ଗୀତ ଗାଇ ପାର୍ଶ୍ୱ ଗାୟିକା ଭାବରେ ସିତାରା ତାଙ୍କର କର୍ମମୟ ଜୀବନ ଆରମ୍ଭ କରିଥିଲେ । ଏହା ପୂର୍ବରୁ ସେ ଅନେକ ଗୁଡ଼ିଏ ସର୍ବସାଧାରଣ କାର୍ଯ୍ୟକ୍ରମରେ ଭାଗ ନେଇ ପ୍ରଶଂସିତ ହୋଇଥିଲେ ।

ସନ ୨୦୧୭ର ସେ ନିଜେ ଲେଖିଥିବା ଏଣ୍ଟେ ଅକଶମ ଗୀତର ସ୍ୱର ପ୍ରଦାନ କରିଥିଲେ । ଏହା ପରେ ସେ ମିଥୁନ ଜୟରାଜ ସ‌ହିତ ମିଶି ସଙ୍ଗୀତ ସ୍ୱର ପ୍ରଦାନ କଲେ । ରମେଶ ପିଶାରୋଦି ନିର୍ଦ୍ଦେଶିତ ଗାନାଗନ୍ଧର୍ବନ ଚଳଚ୍ଚିତ୍ରରେ ଏକ କ୍ଷୁଦ୍ର ଭୂମିକାରେ ଅଭିନୟ କରିଥିଲେ ।

  1. "Sithara goes to Kollywood". Times of India. 2 March 2012. Archived from the original on 2013-02-16. Retrieved 2020-02-20.
  2. "Yesudas to honour Pappukkutty". CNN-IBN. Archived from the original on 19 April 2014. Retrieved 2 April 2012.
  3. "Beyond textbooks and classrooms". The Hindu. 20 June 2006.
  4. "Sithara Sings a Folk Song". istream.com. Retrieved 7 January 2013.[permanent dead link]
  5. "Sithara & Eastraga". The Hindu. 4 April 2014.
  6. M, Athira (2017-10-20). "Sound experiments". The Hindu (in Indian English). ISSN 0971-751X. Retrieved 2018-03-27.
  7. "Providence college leading in arts festival". The Hindu. 5 March 2006. Archived from the original on 22 April 2005. Retrieved 20 February 2020.
  8. "Dr. Sajish M". Aster Medcity. Archived from the original on 2020-09-28. Retrieved 2020-02-20.
  9. "A platform for interaction". The Hindu. 24 February 2007. Archived from the original on 16 February 2013. Retrieved 21 February 2020.
  10. "Musical Star Sithara". Thiraseela.com. 14 February 2013.