![]() 2010 କମନୱେଲଥ୍ ଗେମ୍ସରେ ପୁନିଆ | |
ବ୍ୟକ୍ତିଗତ ତଥ୍ୟ | |
---|---|
ଜନ୍ମ | Sonipat, Haryana, India | ୨୭ ଜୁଲାଇ ୧୯୮୩
ଉଚ୍ଚତା | ୧.୮୨ m (୫ ft 11 1⁄2 in)[୧] |
ଓଜନ | 94 kg (207 lb) (2014)[୧] |
Sport | |
ଦେଶ | ![]() |
କ୍ରୀଡ଼ା | Athletics |
Event(s) | Discus |
Updated on 6 October 2014. |
ସୀମା ଅନ୍ତିଲ (ଜନ୍ମ ୨୭ ଜୁଲାଇ ୧୯୮୩) ଜଣେ ଭାରତୀୟ ଡିସ୍କ ଥ୍ରୋୟର । [୨]
ସୀମା ଅନ୍ତିଲ ହରିୟାଣାର ସୋନିପାତ ଜିଲ୍ଲାର ଖେୱଡା ଗ୍ରମରେ ଜନ୍ମଗ୍ରହଣ କରିଥିଲେ ।[୩] ୧୧ ବର୍ଷ ବୟସରୁ ସେ ଲଙ୍ଗ ଜମ୍ପର ଭାବେ ଖେଳିବାକୁ ଲାଗିଯାଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସେ ଡିସ୍କ ଥ୍ରୋୟର ଖେଳ ଖେଳିବା ଆରମ୍ଭ କଲେ ।[୪] ସାନଟିଅଗୋରେ ୨୦୦୦ ମସିହାରେ ସେ ୱର୍ଲଡ ଜୁନିୟର ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ । ଏବଂ ସେଠାରେ ତାଙ୍କ ଡାକ ନାଁ ମିଲେନିୟମ ଚାଇଲ୍ଡ ହୋଇଯାଇଥିଲା ।[୫]ସେ ସୋନିପାତ ସରକାରୀ କଲେଜରେ ପାଠ ପଢୁଥିଲେ ।
ସାନଟିଅଗୋରେ ୨୦୦୦ ମସିହାରେ ସେ ୱର୍ଲଡ ଜୁନିୟର ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ କିନତୁ ନିଶାଦ୍ରବ୍ୟ ସେବନ ପରୀକ୍ଷାରୁ ତାହା ହରାଇ ବସିଲେ । ଏହାପରେ ତାଙ୍କୁ ଚେତାବନୀ ମଧ୍ୟ ଦିଆ ଯାଇଥିଲା ।[୬] ୨୦୦୨ ମସିହାରେ ସେ ଏକ ବ୍ରୋଞ୍ଜ ମେଡାଲ ଜିତିଥିଲେ । ୨୦୦୬ କମନ୍ୱେଲ୍ଥ ଗେମ୍ସରେ ସେ ରୌପ୍ୟ ପଦକ ଜିତିଥିଲେ ଏବଂ ୨୬ ଜୁନ ୨୦୦୬ ମସିହାରେ ଭିମ ଆୱାର୍ଡରେ ମଧ୍ୟ ସମ୍ମାନିତ ହୋଇଥିଲେ । ୨୦୦୬ରେ ଏସିୟନ ଗେମ୍ସରେ ସେ ଅନୁପସ୍ଥିତ ଥିଲେ ।[୭][୮] ୨୦୧୦ ମସିହା କମନ୍ୱେଲ୍ଥ ଗେମ୍ସରେ ସେ ବ୍ରୋଞ୍ଜ ମେଡାଲ ଜିତିଥିଲେ । ୨୦୧୪ ମସିହା କମନ୍ୱେଲ୍ଥ ଗେମ୍ସରେ ସେ ରୌପ୍ୟ ମେଡାଲ ଜିତିଥିଲେ ଏବଂ ଏସିୟାନ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।[୯]
ସେ ଅଙ୍କୁଷ ପୁନିଆଙ୍କୁ ବିବାହ କରିଛନ୍ତି ।[୧୦]
Year | Competition | Venue | Position | Notes |
---|---|---|---|---|
Representing ![]() | ||||
2004 | Olympic Games | Athens, Greece | 14th | 60.64 m |
2012 | Olympic Games | London, England | 13th | 61.91 m |
2016 | Olympic Games | Rio de Janeiro, Brazil | 20th | 57.58 m |