ସୁଖଦେବ ଥାପଡ଼ | |
---|---|
![]() ୧୯୨୯ରେ ଥାପଡ଼ | |
ଜନ୍ମ | |
ମୃତ୍ୟୁ | ୨୩ ମାର୍ଚ୍ଚ ୧୯୩୧ | (ବୟସ ୨୩)
ମୃତ୍ୟୁର କାରଣ | ଫାଶୀଦଣ୍ଡ |
ଜାତୀୟତା | ବ୍ରିଟିସ୍ ଇଣ୍ଡିଆର ଭାରତୀୟ |
ବୃତ୍ତି | ସଶସ୍ତ୍ର କ୍ରାନ୍ତିକାରୀ |
(s) | ଏଚ୍.ଏସ୍.ଆର୍.ଏ ନୌଜୱାନ୍ ଭାରତ ସଭା |
ପ୍ରସିଦ୍ଧି | କ୍ରାନ୍ତିକରୀ |
ଆନ୍ଦୋଳନ | ଭାରତୀୟ ସ୍ୱାଧିନତା ସଂଗ୍ରାମ |
Criminal charges | ହତ୍ୟା ଜନ୍ ପି ସଣ୍ଡର୍ସ ଓ ଚରଣ ସିଂ |
ଅପରାଧ ଜରିମାନା | ମୃତ୍ୟୁଦଣ୍ଡ |
Criminal status | ମୃତ୍ୟୁଦଣ୍ଡରେ ଦଣ୍ଡିତ |
ସୁଖଦେବ ଥାପର (୧୫ ମଇ ୧୯୦୭-୨୩ ମାର୍ଚ୍ଚ ୧୯୩୧) ଜଣେ ଭାରତୀୟ କ୍ରାନ୍ତିକାରୀ ଥିଲେ, ଯିଏକି ଭାରତର ସ୍ୱାଧୀନତା ପାଇଁ ବ୍ରିଟିଶ ସରକାର ବିରୋଧରେ ଲଢ଼ିଥିଲେ। ସେ ହିନ୍ଦୁସ୍ତାନ ସମାଜବାଦୀ ରିପବ୍ଲିକାନ୍ ଆସୋସିଏସନ୍ (ଏଚ୍. ଏସ୍. ଆର୍. ଏ.)ର ସଦସ୍ୟ ଥିଲେ। ୧୯୩୧ ମସିହା ମାର୍ଚ୍ଚ ୨୩ ତାରିଖରେ ଶିବରାମ ରାଜଗୁରୁ ଏବଂ ଭଗତ ସିଂ ସହ ତାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରାଯାଇଥିଲା।
ପିତା ରାମଲାଲ ଥାପର ଏବଂ ମାତା ରଲ୍ଲୀ ଦେବୀଙ୍କ ଘରେ ସୁଖଦେବ ଥାପର ୧୯୦୭ ମସିହା ମେ ୧୫ ତାରିଖରେ ପଞ୍ଜାବର ଲୁଧିଆନା ସହରରେ ଜନ୍ମଗ୍ରହଣ କରିଥିଲେ।[୧]
ସେ ହିନ୍ଦୁ ସମ୍ପ୍ରଦାୟର ଏକ ପଞ୍ଜାବୀ ଖତ୍ରୀ ପରିବାରରେ ଜନ୍ମ ହୋଇଥିଲେ ଏବଂ ତାଙ୍କ ପିତାଙ୍କ ମୃତ୍ୟୁ ପରେ ତାଙ୍କ ମାମୁଁ ଲାଲା ଅଚିନ୍ତରାମ ତାଙ୍କୁ ପାଳନପୋଷଣ କରିଥିଲେ।[୨]
ସୁଖଦେବ ଥାପର ହିନ୍ଦୁସ୍ତାନ ସମାଜବାଦୀ ରିପବ୍ଲିକାନ୍ ଆସୋସିଏସନ୍ ଏବଂ ନୌଜୱାନ ଭାରତ ସଭାର ସଦସ୍ୟ ଥିଲେ। ସେ ପଞ୍ଜାବ ଏବଂ ଉତ୍ତରଭାରତର ବିଭିନ୍ନ ଅଞ୍ଚଳରେ ବୈପ୍ଳବିକ ଆନ୍ଦୋଳନ ମଧ୍ୟ ଆରମ୍ଭ କରିଥିଲେ।[୩] ସେ ଏଚ୍. ଏସ୍. ଆର୍. ଏ.ର ପଞ୍ଜାବ ଯ଼ୁନିଟର ମୁଖ୍ୟ ଥିଲେ ଏବଂ ନିଷ୍ପତ୍ତି ନେବାରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିଲେ। [ଆଧାର ଲୋଡ଼ା][citation needed]
ସୁଖଦେବ ଅନେକ ବୈପ୍ଳବିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ, ଯେଉଁଥିରୁ ଗୋଟିଏ ଥିଲା ୧୯୨୯ରେ ଜେଲ୍ରେ ଅନଶନ କରିବା । ଲାହୋର ଷଡ଼ଯନ୍ତ୍ର ମାମଲା (୧୯୨୯-୧୯୩୦)ରେ ତାଙ୍କ ଆକ୍ରମଣ ପାଇଁ ସେ ବହୁଳ ଭାବରେ ଜଣାଶୁଣା |[୪]ସେ ୧୭ ଡିସେମ୍ବର ୧୯୨୮ରେ ଆସିଷ୍ଟାଣ୍ଟ ସୁପରିଣ୍ଟେଣ୍ଡେଣ୍ଟ୍ ଅଫ୍ ପୋଲିସ୍ ଜେ. ପି. ସଣ୍ଡର୍ସଙ୍କ ହତ୍ୟା ପାଇଁ ଭଗତ ସିଂ ଏବଂ ଶିବରାମ ରାଜଗୁରୁ ସହିତ ଜଣାଶୁଣା ଥିଲେ । ଏହାଥିଲା ବରିଷ୍ଠ ନେତା ଲାଲା ଲାଜପତ ରାୟଙ୍କର ଅକଥନୀୟ ଯନ୍ତ୍ରଣାଦାୟକ ମୃତ୍ୟୁର ପ୍ରତିଶୋଧ।[୪]
ସୁଖଦେବ ୧୯୨୯ ଲାହୋର ଷଡ଼ଯନ୍ତ୍ର ମାମଲାର ମୁଖ୍ୟ ସନ୍ଦିଗ୍ଧ ଥିଲେ, ଯାହାର ଆନୁଷ୍ଠାନିକ ଶୀର୍ଷକ ଥିଲା "କ୍ରାଉନ୍ ବନାମ ସୁଖଦେବ ଏବଂ ଅନ୍ୟମାନେ"। ମାମଲାର ପ୍ରଥମ ସୂଚନା ରିପୋର୍ଟ (ଏଫ୍. ଆଇ. ଆର୍.) ଏପ୍ରିଲ୍ ୧୯୨୯ରେ ସ୍ୱତନ୍ତ୍ର ମାଜିଷ୍ଟ୍ରେଟ୍ ଆର୍. ଏସ୍. ପଣ୍ଡିତଙ୍କ କୋର୍ଟରେ ବରିଷ୍ଠ ପୋଲିସ ଅଧୀକ୍ଷକ ହାମିଲଟନ୍ ହାର୍ଡିଙ୍ଗଙ୍କଦ୍ୱାରା ଦାଖଲ କରାଯାଇଥିଲା। ଏଥିରେ ତାଙ୍କୁ ସ୍ୱାମୀ ଓରଫ କୃଷକ, ଥାପର ଖତ୍ରୀ ଜାତିର ରାମଲାଲଙ୍କ ପୁଅ ଭାବେ ବର୍ଣ୍ଣନା କରାଯାଇଛି। ସୁଖଦେବ ଏବଂ ତାଙ୍କ ସାଥୀମାନଙ୍କୁ ଅଟକ ରଖାଯାଇ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ୧୯୨୯ ମସିହା ଏପ୍ରିଲ ୮ ତାରିଖରେ ନୂଆଦିଲ୍ଲୀର ସେଣ୍ଟ୍ରାଲ ଆସେମ୍ବ୍ଲି ହଲରେ ବୋମା ବିସ୍ଫୋରଣ ପରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା।[୫]
ଥାପର, ଭଗତ ସିଂ ଏବଂ ଶିବରାମ ରାଜଗୁରୁ ସମସ୍ତଙ୍କୁ ୨୩ ମାର୍ଚ୍ଚ ୧୯୩୧ରେ ଲାହୋର ସେଣ୍ଟ୍ରାଲ ଜେଲରେ ଫାଶୀ ଦିଆଯାଇଥିଲା। [୪] ସତଲେଜ ନଦୀ କୂଳରେ ସେମାନଙ୍କ ଅବଶେଷକୁ ଗୁପ୍ତ ଭାବରେ ଜଳାଇ ଦିଆଯାଇଥିଲା।
ଫାଶୀଦଣ୍ଡାଦେଶର ଏହି ଖବରକୁ ଯୋରସୋରରେ ପ୍ରଚାର କରାଯାଇଥିଲା, କାରଣ ବିଶେଷ କରି ଏହା କରାଚି ଭାରତୀୟ ଜାତୀଯ଼ କଂଗ୍ରେସ ବାର୍ଷିକ ସମ୍ମିଳନୀ ଦିନ ଘଟିଥିଲା। [୬]ନ୍ୟୁୟର୍କ ଟାଇମ୍ସ ପ୍ରକାଶିତ ରିପୋର୍ଟ ଅନୁଯାୟୀ,...
ୟୁନାଇଟେଡ଼ ପ୍ରାନ୍ତର କାନପୁରଠାରେ ହୋଇଥିବା ଆତଙ୍କରାଜ ତଥା କରାଚୀ ବାହାର ଏକ ଯୁବକଦ୍ୱାରା ମହାତ୍ମାଗାନ୍ଧିଙ୍କ ଉପରେ କରାଯାଇଥିବା ଆକ୍ରମଣ ଥିଲା ଭାରତୀୟ ଉଗ୍ରବାଦୀମାନଙ୍କର ଭଗତ ସିଂ ଏବଂ ତାଙ୍କ ଦୁଇ ସହଚରଙ୍କର ଫାଶୀଦଣ୍ଡ ଉପରେ ଉତ୍ତର ।
ବି. ଆର୍. ଆମ୍ବେଦକର ତାଙ୍କ ଦୈନିକ ଜନତାର ଏକ ସମ୍ପାଦକୀୟରେ ଏହି ହତ୍ୟା ପାଇଁ ବ୍ରିଟିଶ ସରକାରଙ୍କୁ ଦାୟୀ କରିଥିଲେ । [୧] ସେ ବିଶ୍ୱାସ କରୁଥିଲେ ଯେ ଏହି ତିନିଜଣଙ୍କୁ ଫାଶୀ ଦେବା ନିଷ୍ପତ୍ତି ନିତାନ୍ତ ରୂପେ ଅନ୍ୟାୟ ଥିଲା, ଏହା କେବଳ କନଜରଭେଟିଭ୍ ପାର୍ଟିର ପ୍ରତିକ୍ରିୟା ପ୍ରତି ଭୟ ହେତୁଁ ଏବଂ ଇଂଲଣ୍ଡରେ ଜନମତକୁ ସନ୍ତୁଷ୍ଟ କରିବା ନିମନ୍ତେ ନିଆଯାଇଥିଲା। [ଆଧାର ଲୋଡ଼ା][citation needed]
ଫାଶୀ ଦେବାର ମାତ୍ର କିଛି ସପ୍ତାହ ପୂର୍ବରୁ ସ୍ୱାକ୍ଷରିତ ହୋଇଥିବା ଗାନ୍ଧୀ-ଇରୱିନ୍ ଚୁକ୍ତିକୁ କଂଜରଭେଟିଭ ପାର୍ଟି ଭାରତରେ ବ୍ରିଟିଶ ସାମ୍ରାଜ୍ୟ କର୍ତ୍ତୃତ୍ୱକୁ ଦୁର୍ବଳ କରୁଦେଉଛି ବୋଲି ଅନୁଭବ କରିଥିଲେ। ଯଦି ଏପରି ପରିସ୍ଥିତିରେ ଜଣେ ବ୍ରିଟିଶ ପୋଲିସ ଅଧିକାରୀଙ୍କୁ ହତ୍ୟାକରି ଦୋଷୀ ସାବ୍ୟସ୍ତ ହୋଇଥିବା ତିନିଜଣଙ୍କ ମୃତ୍ୟୁଦଣ୍ଡକୁ ବ୍ରିଟିଶ ସରକାର କିମ୍ବା ଭାରତର ଭାଇସରାୟ ପରିବର୍ତ୍ତନ କରିଥାନ୍ତେ, ତେବେ ଏହା ସଂସଦରେ ପୂର୍ବରୁ ଦୁର୍ବଳ ଥିବା ବ୍ରିଟିଶ ସରକାରଙ୍କୁ ସମାଲୋଚନା କରିବା ପାଇଁ କଂଜରଭେଟିଭ ପାର୍ଟିଙ୍କୁ ଅଧିକ ଖୋରାକ ଯୋଗାଇ ଦେଇଥାନ୍ତା। [ଆଧାର ଲୋଡ଼ା][citation needed]
ହୁସେନିୱାଲାଠାରେ ଜାତୀୟ ସହିଦ ସ୍ମାରକୀ ଅବସ୍ଥିତ, ଯେଉଁଠାରେ ଭଗତ ସିଂହ ଏବଂ ରାଜଗୁରୁଙ୍କ ସହ ସୁଖଦେବଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ସେମାନଙ୍କ ସ୍ମୃତିରେ ମାର୍ଚ୍ଚ ୨୩ରେ ସହିଦ ଦିବସ ପାଳନ କରାଯାଏ ଏବଂ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଏ |
ଶହୀଦ ସୁଖଦେବ କଲେଜ ଅଫ୍ ବିଜନେସ୍ ଷ୍ଟଡିଜ, ଯାହାକି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଅନ୍ତର୍ଭୁକ୍ତ, ସୁଖଦେବଙ୍କ ସ୍ମୃତିରେ ନାମିତ ହୋଇଛି। ଏହା ୧୯୮୭ ଅଗଷ୍ଟରେ ସ୍ଥାପିତ ହୋଇଥିଲା।
ଅମର ସହିଦ ସୁଖଦେବ ଥାପର ଆନ୍ତଃରାଜ୍ୟ ବସ୍ ଟର୍ମିନାଲ୍ ହେଉଛି ସୁଖଦେବଙ୍କ ଜନ୍ମସ୍ଥାନ ଲୁଧିୟାନା ସହରର ମୁଖ୍ୟ ବସ୍ଷ୍ଟାଣ୍ଡ।