Monoclonal antibody | |
---|---|
Type | Whole antibody |
Source | Chimeric/humanized hybrid |
Target | complement component 1s |
Clinical data | |
Trade names | Enjaymo |
Synonyms | BIVV009, sutimlimab-jome |
AHFS/Drugs.com | monograph |
data |
|
Routes of administration | Intravenous infusion |
Legal status | |
Legal status |
ସୁଟିମଲିମାବ (ଇଂରାଜୀ ଭାଷାରେ Sutimlimab), ଏଞ୍ଜାଇମୋ ବ୍ରାଣ୍ଡ ଏହାର ବିକ୍ରୟ ନାମ, ହେଉଛି ଶୀତଳ ଆଗ୍ଲୁଟିନିନ ରୋଗର (CAD) ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ଯାହା ନିର୍ଦ୍ଦିଷ୍ଟ ଭାବରେ ଲାଲ ରକ୍ତ କଣିକା ଭାଙ୍ଗିଯିବାରୁ ରୋକିବା ପାଇଁ ବ୍ୟବହୃତ ହୁଏ ।[୨] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨] ଏହା ଆରମ୍ଭ ହେବା ପୂର୍ବରୁ ଲୋକଙ୍କୁ ଏନକାପସୁଲେଟେଡ୍ ବ୍ୟାକ୍ଟେରିଆ ବିରୁଦ୍ଧରେ ଟିକା ଦିଆଯିବା ଆବଶ୍ୟକ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଶ୍ୱାସକ୍ରିୟା ସଂକ୍ରମଣ, ତରଳ ଝାଡ଼ା, ଗଣ୍ଠି ଯନ୍ତ୍ରଣା ଏବଂ ପ୍ରାନ୍ତୀୟ ଫୁଲା ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସଂକ୍ରମଣ, ଇନଫ୍ୟୁଜନ୍ ପ୍ରତିକ୍ରିୟା ଏବଂ ଅଟୋଇମ୍ମ୍ୟୁନ ରୋଗ ଅନ୍ତର୍ଭୁକ୍ତ ହୋଇପାରେ ।[୨] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ସି୧ ସହିତ ସଂଲଗ୍ନ ହୋଇ ତାକୁ ଅବରୋଧ କରେ ।[୩]
୨୦୨୨ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସୁଟିମଲିମାବ ମଞ୍ଜୁର ହୋଇଥିଲା ।[୨] ଯୁକ୍ତରାଷ୍ଟ୍ରରେ ୪୦ରୁ ୭୫ କିଲୋଗ୍ରାମ ଓଜନ ବିଶିଷ୍ଟ ବ୍ୟକ୍ତିଙ୍କ ପାଇଁ ବର୍ଷକୁ ପ୍ରାୟ ୨୮୦,୦୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୪] ଏହା ଯୁକ୍ତରାଜ୍ୟ ବଜାରରେ ମିଳେନାହିଁ ।[୪]