ସୁଦର୍ଶନ ସାହୁ | |
---|---|
![]() ସୁଦର୍ଶନ ସାହୁ ପଦ୍ମବିଭୂଷଣ ପୁରସ୍କାର ଗ୍ରହଣ କରୁଥିବା ଅବସରରେ | |
ଜନ୍ମ | [୧] | ୧୧ ମାର୍ଚ୍ଚ ୧୯୩୯
ବୃତ୍ତି | ପ୍ରସ୍ତର ଶିଳ୍ପୀ |
ବୈବାହିକ-ସାଥୀ | ଅନ୍ନପୂର୍ଣ୍ଣା |
ସନ୍ତାନ | ରବି ନାରାୟଣ, ସୂର୍ଯ୍ୟ ନାରାୟଣ, ପୂର୍ଣ୍ଣିମା, ପୁଷ୍ପା [୨] |
ପୁରସ୍କାର | ପଦ୍ମଶ୍ରୀ, ଶିଳ୍ପ ଗୁରୁ |
ୱେବସାଇଟ | http://sudarshancrafts.com/pioneer.html |
ସୁଦର୍ଶନ ସାହୁ (ଜନ୍ମ: ୦୧ ମାର୍ଚ୍ଚ ୧୯୩୯) ଓଡ଼ିଶାର ପୁରୀଠାରେ ଜନ୍ମିତ ଜଣେ ସୁପରିଚିତ ପ୍ରସ୍ତର ଶିଳ୍ପୀ । ପ୍ରସ୍ତର କଳାରେ ଉତ୍କର୍ଷତା ପାଇଁ ତାଙ୍କୁ ୨୦୨୧ ମସିହାରେ ପଦ୍ମ ବିଭୂଷଣ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।
ସୁଦର୍ଶନ, ୧୯୩୯ ମସିହାରେ ପୁରୀଠାରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନ ତାଙ୍କର ଦାରିଦ୍ରରେ ବିତିଥିଲା । ୯ ବର୍ଷ ବୟସରେ ତାଙ୍କ ପିତାଙ୍କ ମୃତ୍ୟୁ ପରେ, ସେ ନିଜ ସାଙ୍ଗମାନଙ୍କୁ ଦେଖି ଏହି ପଥର କାମରେ ମନ ଦେଇଥିଲେ । କୁନିଆ ମହାରଣା ଓ ଭୁବନେଶ୍ୱର ମହାପାତ୍ରଙ୍କୁ ସେ ନିଜ ଗୁରୁ ମାନିଥିଲେ । କିନ୍ତୁ ଏହା ତାଙ୍କର କୌଳିକ ବୃତ୍ତି ହୋଇ ନଥିବାରୁ, ତାଙ୍କୁ ଆରମ୍ଭରେ ଅନେକ ବିରୋଧ ସମ୍ମୁଖୀନ କରିବାକୁ ପଡ଼ିଥିଲା । ଏହି ବିରୋଧ ଯୋଗୁ, ସେ କୌଣସି ଗୁରୁଙ୍କଠାରୁ ନଶିଖି, ନିଜେ ନିଜେ ଚେଷ୍ଟା କରି ଏହି କଳାକୁ ଆୟତ୍ତ କରିଥିଲେ । ପୁରୀର ଶିଳ୍ପୀ ଭୁବନ ମହାରଣାଙ୍କ ଯୋଗୁ, ସୁଦର୍ଶନଙ୍କୁ କାମ ମିଳିବା ଆରମ୍ଭ ସହିତ ତାଙ୍କ କଳାର ଆଦୃତି ବଢ଼ିଥିଲା ।
ବୁଦ୍ଧଙ୍କର ନୀତିଆଦର୍ଶଦ୍ୱାରା ସେ ପ୍ରଭାବିତ । ବୁଦ୍ଧଙ୍କ ବିଷୟରେ ଅନେକ ପୁସ୍ତକ ପଢ଼ିଛନ୍ତି । ଏହାର ପ୍ରଭାବ ତାଙ୍କ କାମରେ ପରିଲକ୍ଷିତ ହୋଇଥାଏ । ସେ ପୃଥିବୀର ଅନେକ ସ୍ଥାନରେ ବୁଦ୍ଧ ମୂର୍ତ୍ତୀ ପ୍ରତିଷ୍ଠା କରିଛନ୍ତି ।[୩]
Puri on March11, 1939
his two sons,Rabi Narayan and Surya Narayan Sahoo
{{cite news}}
: CS1 maint: unrecognized language (link)
National Award for stone carving in 1981
1988 Padmashree awardee
Padmashree Sudarshan Sahoo receives ETV Priya Odia 2012 award