ସୁନା ଚଢ଼େଇ ମୋ ରୂପା ଚଢ଼େଇ | |
---|---|
ନିର୍ଦ୍ଦେଶକ | ହିମାଂଶୁ ପରିଜା |
ପ୍ରଯୋଜକ | ସୌମ୍ୟ ରଞ୍ଜନ ପଟ୍ଟନାୟକ, ଅଜିତ ମିଶ୍ର |
ସଂଳାପ | ଚିନ୍ମୟ ଦାସ ପଟ୍ଟନାୟକ |
ଚିତ୍ରନାଟ୍ୟ | ହିମାଂଶୁ ପରିଜା |
କାହାଣୀ | ହିମାଂଶୁ ପରିଜା, ପ୍ରଶାନ୍ତ ଜେନା, ସୋମ୍ୟରଞ୍ଜନ ପଟ୍ଟନାୟକ |
କଳାକାର | ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ସିଦ୍ଧାନ୍ତ ମହାପାତ୍ର, ସୋଫିଆ ଆଲମ୍, ବିଜୟ ମହାନ୍ତି, ମିହିର ଦାସ |
ସଙ୍ଗୀତ | ମଳୟ ମିଶ୍ର |
ଚିତ୍ରଗ୍ରହଣ | ଏସ୍ ରଞ୍ଜନ |
ସମ୍ପାଦକ | ଚନ୍ଦ୍ରଶେଖର ମିଶ୍ର |
ମୁକ୍ତିଲାଭ ତାରିଖ | ୧୫ ଫେବୃଆରୀ ୨୦୦୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସୁନା ଚଢ଼େଇ ମୋ ରୂପା ଚଢ଼େଇ, ୨୦୦୯ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧] ସୋମ୍ୟରଞ୍ଜନ ପଟ୍ଟନାୟକ ଏବଂ ଅଜିତ ମିଶ୍ର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ । ହିମାଂଶୁ ପରିଜା, ପ୍ରଶାନ୍ତ ଜେନା ଏବଂ ସୋମ୍ୟରଞ୍ଜନ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଚିନ୍ମୟ ଦାସ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ହିମାଂଶୁ ପରିଜା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତ ନିର୍ଦ୍ଦେଶକ ମଳୟ ମିଶ୍ର ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ । ସିଦ୍ଧାନ୍ତ ମହାପାତ୍ର, ସୋଫିଆ ଆଲମ୍, ବିଜୟ ମହାନ୍ତି, ମିହିର ଦାସ, ସ୍ନିଗ୍ଧା ମହାନ୍ତି, ହରିହର ମହାପାତ୍ର, ସରୋଜ ଦାସ, ମଧୁ, ପ୍ରିୟଙ୍କା ମହାପାତ୍ର, ଅଜିତ ମିଶ୍ର, ଲୋରେନ୍ସ, ଶଙ୍କର ମିଶ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମଳୟ ମିଶ୍ର । ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ମହମଦ ଅଜିଜ୍, ଶ୍ରୀଚରଣ, ଇରା ମହାନ୍ତି, ଉଦିତ ନାରାୟାଣ, ସୁରେଶ ୱାଡ଼େକର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
କ୍ରମ | ଗୀତ | ସମୟ |
---|---|---|
1. | "ସୁନା ଚଢ଼େଇ ମୋ ରୂପା ଚଢ଼େଇ" | |
2. | "ନୀଳ ଆକାଶ ତଳେ ମୁଁ ଉଡ଼ିଲା ବେଳେ" | |
3. | "କିଏସେ ଗଢ଼ିଲା ଝିଅଙ୍କୁ ଲୋ" | |
4. | "ହେ ପ୍ରେମ ଋତୁ" |