Clinical data | |
---|---|
Trade names | Solosec, Flagentyl, Sindil, others[୧] |
Synonyms | PM 185184, RP 14539 |
AHFS/Drugs.com | monograph |
Routes of administration | By mouth |
Legal status | |
Legal status |
|
Identifiers | |
| |
ECHA InfoCard | 100.020.123 |
Chemical and physical data | |
Formula | C7H11N3O3 |
Molar mass | ୧୮୫.୧୮ g·mol−1 |
3D model (JSmol) | |
| |
| |
(verify) |
ସେକନିଡାଜୋଲ (ଇଂରାଜୀ ଭାଷାରେ Secnidazole), ସୋଲୋସେକ ଏକ ବିକ୍ରୟ ନାମ, ହେଉଛି ଏକ ଅଣୁଜୀବରୋଧୀ ଔଷଧ ଯାହା ଜୀବାଣୁ ଭାଜିନୋସିସ ଏବଂ ଟ୍ରାଇକୋମାନାସ ଭାଜିନାଇଟିସ ଭଳି ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୨] [୩] ଏହା ପାଟିରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯୋନୀପଥ ଇଷ୍ଟ ସଂକ୍ରମଣ, ମୁଣ୍ଡବିନ୍ଧା, ଅଇ, ତରଳ ଝାଡ଼ା ଏବଂ ପେଟ ଯନ୍ତ୍ରଣା ହୋଇପାରେ ।[୨] ଗର୍ଭାବସ୍ଥାରେ ଓ ସ୍ତନ୍ୟପାନ ସମୟରେ ଏହି ଔଷଧ ଦେଲେ ପାର୍ଶ୍ୱ ପ୍ରତିକ୍ରିୟା ହୋଇପାରେ ।[୨] ଏହା ଏକ ନାଇଟ୍ରୋଇମିଡାଜୋଲ ଯାହାର କାର୍ଯ୍ୟ ପ୍ରଣାଳୀ ସଂପୂର୍ଣ୍ଣ ସ୍ପଷ୍ଟ ନୁହେଁ । [୨]
୨୦୧୭ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସେକନିଡାଜୋଲକୁ ଅନୁମୋଦନ କରାଯାଇଥିଲା ।[୨] ଯୁକ୍ତରାଷ୍ଟ୍ରରେ ଗୋଟିଏ ମାତ୍ରାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୨୮୦ ଡଲାର ଥିଲା ।[୪] କିଛି ଦଶନ୍ଧି ଧରି ଦୁନିଆର ଅନ୍ୟାନ୍ୟ ସ୍ଥାନରେ ଏହା ଉପଲବ୍ଧ ଅଛି ।[୫]