ମୂଲାମ ଥିରୁନାଲ ସେତୁ ପାର୍ବତୀ ବାୟୀ | |
---|---|
ଅଟ୍ଟିଙ୍ଗଲର କନିଷ୍ଠ ମହାରାଣୀ (ଏଲାୟା ଥମ୍ପୁରନ) ଓ ଟ୍ରାଭାଙ୍କୋରର ରାଣୀମା
| |
ଫାଇଲ:Junior Maharani Sethu Parvathi Bayi. jpg.jpg | |
ଟ୍ରାଭାଙ୍କୋର ଆମ୍ମା ମହାରାଣୀ | |
ଜୀବନସାଥୀ | ଶ୍ରୀ ପୂରମ ନଲ ରବି ବର୍ମା କୋଚୁ କୋୟି ଥମ୍ପୁରନ (ଭାଲିୟା ଥମ୍ପୁରନ କିଲିମାନୂର ପ୍ୟାଲେସ) |
ସମ୍ପୂର୍ଣ୍ଣ ନାମ | |
ଶ୍ରୀ ପଦ୍ମନାଭସେବିନୀ ମହାରାଣୀ ମୂଲମ ଥିରୁନାଲ ସେତୁ ପାର୍ବତୀ ବାୟୀ | |
ବଂଶ | ବେନାଦ ସ୍ୱରୂପମ (Venad Swaroopam|) |
ବାପା | ପାଲିୟାକ୍କର ଇଷ୍ଟର୍ଣ୍ଣ ପ୍ୟାଲେସର ଶ୍ରୀ ଥିରୁବୋନମ ନଲ କେରଳ ବର୍ମା ଥମ୍ପୁରନ |
ମାଆ | ମାଭେଲିକା ରାଜ ପରିବାରର ଶ୍ରୀମତି ତିରୁବଦିରା ନଲ ଭାଗିରଥୀ ବାୟୀ ଉମା କୋଛୁକୁଞ୍ଜି ଆମ୍ମା ଥାମ୍ପୁରତି |
ଜନ୍ମ | ଟ୍ରାଭାଙ୍କୋର (Travancore) | ୭ ନଭେମ୍ବର ୧୮୯୬
ମୃତ୍ୟ | ୪ ଅପ୍ରେଲ ୧୯୮୩ ତିରୁବନନ୍ତପୁରମ (Thiruvananthapuram) | (ବୟସ ୮୬)
ଜୀବିକା | ଟ୍ରାଭାଙ୍କୋରର କନିଷ୍ଠ ମହାରାଣୀ ଓ ରାଜମାତା, ଅଲ ଇଣ୍ଡିଆ ଓମେନସ ସୋସିଆଲ କନଫରେନ୍ସ କାଲକାଟା (୧୯୨୯) ଓ ତ୍ରିଭାନ୍ଦ୍ରମ (୧୯୩୭), ପ୍ରେସିଡେଣ୍ଟ ଆଣ୍ଡ ପାଟ୍ରନ ଅଫ ନ୍ୟାସନାଲ କାଉନସିଲ ଅଫ ଓମେନ ଇନ ଇଣ୍ଡିଆ (୧୯୪୦), ଭାଇସ-ପାଟ୍ରନ ଶ୍ରୀ ମୁଲମ କ୍ଲବ (ତ୍ରିଭାନ୍ଦ୍ରମ)(୧୯୪୦-୧୯୮୩), ଟ୍ରାଭାଙ୍କୋର ବିଶ୍ୱବିଦ୍ୟାଳୟର ପ୍ରୋ-ଚାନସେଲର (୧୯୩୭-୧୯୪୯), ଆନ୍ଧ୍ର ସିନେଟର ଆଜୀବନ ସଦସ୍ୟ । |
ଧର୍ମ | ହିନ୍ଦୁ (Hinduism) |
ସେତୁ ପାର୍ବତୀ ବାୟୀ ସମ୍ପୁର୍ଣ୍ଣ ନାମ ମୂଲାମ ଥିରୁନାଲ ସେତୁ ପାର୍ବତୀ ବାୟୀ (ଇଂରାଜୀ ଭାଷାରେ Moolam Thirunal Sethu Parvathi Bayi (୧୮୯୬–୧୯୮୩), ଜଣାଶୁଣା ନାମ ଆମ୍ମା ମହାରାଣୀ (Amma Maharani) ଟ୍ରାଭାଙ୍କୋରର କନିଷ୍ଠ ମହାରାଣୀ ଓ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତର ପ୍ରବର୍ତ୍ତକ ଥିଲେ । ଟ୍ରାଭାଙ୍କୋରର (Travancore) ଶେଷ ରାଜା ଚିତିରା ଥିଜୁନାଲ ବଳରାମ ବର୍ମାଙ୍କର (Chithira Thirunal Balarama Varma) ସେ ମାଆ ଥିଲେ ।
ଟ୍ରାଭାଙ୍କୋର ରାଜ ପରିବାର ସହିତ ମହିଳା ଆଧାରରେ ସେତୁଙ୍କର ବଂଶଗତ ପ୍ରତ୍ୟକ୍ଷ ସମ୍ପର୍କ ଥିଲା । ସନ ୧୯୦୦ରେ ଟ୍ରାଭାଙ୍କୋର ରାଜ ପରିବାରର ବରିଷ୍ଠ ମହାରାଣୀ ଲକ୍ଷ୍ମୀ ବାୟୀ କୌଣସି ଦାୟାଦ ନଥିବାରୁ ପାର୍ବତୀ ବାୟୀ ଓ ତାଙ୍କର ସମ୍ପର୍କୀୟ ଭଉଣୀଙ୍କୁ ପୋଷ୍ୟ ସନ୍ତାନ ଭାବରେ ଗ୍ରହଣ କରିଥିଲେ । ମାତ୍ର ୫ ବର୍ଷ ବୟସରେ ପାର୍ବତୀ ବାୟୀ ଟ୍ରାଭାଙ୍କୋରର କନିଷ୍ଟ ମହାରାଣୀ ହୋଇଗଲେ । କିଲିମାନୁର ରାଜପ୍ରସାଦର (Kilimanoor Palace) ପୂରମ ନଲ ରବି ବର୍ମା ଥମ୍ପୁରନଙ୍କର ଶିକ୍ଷାଗତ ଯୋଗ୍ୟତା ଦେଖି ସେତୁ ପାର୍ବତୀ ବାୟୀ ତାଙ୍କୁ ପତି ଭାବରେ ମନୋନୀତ କରିଥିଲେ । ସନ ୧୯୦୭ରେ ତାଙ୍କର ବିବାହ ସମ୍ପନ୍ନ ହୋଇଥିଲା । ସନ ୧୯୧୨ରେ ସେ ଭାବୀ ଦାୟାଦ ଶ୍ରୀ ଚିତିରା ଥିରନଲଙ୍କୁ (Heir-Apparent Sree Chithira Thirunal) ଜନ୍ମ ଦେବା ପରେ ସେ 'ଆମ୍ମା ମହାରାଣୀ' ବା 'ଟ୍ରାଭାଙ୍କୋର ରାଣୀ ମାଆ' ହୋଇଗଲେ ।
ସେତୁ ପାର୍ବତୀ ବାୟୀ ଜଣେ ନିପୁଣ ବୀଣା ବାଦିକା ଥିଲେ ଓ କର୍ଣ୍ଣାଟକ ସଙ୍ଗୀତ ତଥା ଅନ୍ୟାନ୍ୟ କଳାର ବିଖ୍ୟାତ ପ୍ରୋତ୍ସାହକ ଥିଲେ । ତାଙ୍କର ପୂର୍ବପୁରୁଷ ଟ୍ରାଭାଙ୍କୋର ମହାରାଜା ସ୍ୱାତୀ ଥିରୁନଲ ରାମ ବର୍ମାଙ୍କର (Swathi Thirunal Rama Varma) ରଚନା ଗୁଡ଼ିକୁ ଲୋକଲୋଚନକୁ ଆଣିଥିଲେ । [୧][୨] ସେତୁ ପାର୍ବତୀ ବାୟୀ ଓ ତାଙ୍କ ସମ୍ପର୍କୀୟ ଭଗିନୀ ସେତୁ ଲକ୍ଷ୍ମୀ ବାୟୀ ଦ୍ୱୟ ବିଖ୍ୟାତ ଭାରତୀୟ ରାଜା ରବି ବର୍ମାଙ୍କର (Raja Ravi Varma) ନାତୁଣୀ ଥିଲେ ।[୩]
କର୍ଣ୍ଣାଟକ ଶୈଳୀ ସଙ୍ଗୀତରେ ରୁଚି ରଖି ସେତୁ ପାର୍ବତୀ ବାୟୀ ଅତି ଅଳ୍ପ ବୟସରୁ ବୀଣା ବାଦନ ଶିକ୍ଷା କରିଥିଲେ । ସଙ୍ଗୀତ ବିଶାରଦ ଓ ଗବେଷକଙ୍କ ମତରେ ସେ କର୍ଣ୍ଣାଟକ ସଙ୍ଗୀତକୁ ସ୍ମରଣୀୟ ଅବଦାନ ଦେଇଥିଲେ । ସେ ଆନେକ ସଙ୍ଗୀତ ଉତ୍ସବ ପାଳନ କରିଥିଲେ, ସ୍ୱାତୀ ତିରୁନଲଙ୍କର ରଚନାରେ ସୁଧାର ଆଣିଥିଲେ । ସେମ୍ମଙ୍ଗୁଡ଼ି ଶ୍ରୀନିବାସନ ଆୟାର (Semmangudi Srinivasa Iyer) ଓ ମୁଥିଆ ଭାଗବତର (Muthiah Bhagavathar) ଭଳି ସଙ୍ଗୀତକାରଙ୍କୁ ପ୍ରତ୍ସାହନ ଦେଇଥିଲେ । [୪] ମହାରାଜା ସ୍ୱାତୀ ତିରୁନଲନଲ ରଚନା ଗୁଡ଼ିକୁ ଲୋକଲୋଚନକୁ ଆଣିବାକୁ ବହୁତ ଚେଷ୍ଟା କରିଥିଲେ । ସ୍ୱାତୀ ରଚନାରେ ସୁଧାର ଆଣିବାକୁ ସେ ମୁଥିଆ ଭାଗବତର ଓ ସେମ୍ମାନଗୁଡ଼ି ଶ୍ରୀନିବାସ ଆୟାରକୁ ଦାୟିତ୍ୱ ଦେଇଥିଲେ ଓ ନିଜେ ମଧ୍ୟ ତାହାଙ୍କୁ ସେହି କାମରେ ସାହାଯ୍ୟ କରିଥିଲେ । ତାଙ୍କର ବଡ଼ ପୁଅ ତଦାନନ୍ତୀନ ଟ୍ରାଭାଙ୍କୋର ମହାରାଜା ଶ୍ରୀ ଚିତିରା ଥିରୁନଲ ବଳରାମ ବର୍ମା ସନ ୧୯୩୯ରେ ଏକ ସଙ୍ଗୀତ କଲେଜ ସ୍ଥାପନ କରି ମୁଥିଆ ଭାଗବଥରଙ୍କୁ ପ୍ରଥମ ପ୍ରନସିପାଲ ହେବା ଦାୟିତ୍ୱ ଦେଇ ତାହାର ନାମ ସ୍ୱାତୀ 'ଥିରୁନଲ କଲେଜ ଅଫ ମିଉଜିକ' (Swathi Thirunal College of Music) ରଖିଥିଲେ । [୫] ସଙ୍ଗୀତକାର ସେମ୍ମନଗୁଡ଼ି ଶ୍ରୀନିବାସନ ଆୟାର (Semmangudi Srinivasa Iyer) ଏହି କାମକୁ ଆଗକୁ ବଢ଼େଇଥିଲେ । ସେତୁ ପାର୍ବତୀ ବାୟୀଙ୍କର ପ୍ରଚେଷ୍ଟା ଯୋଗୁ ସନ ୧୯୩୦ ପରେ ନବରାତ୍ରୀ ଉତ୍ସବ ଏକ ବିରାଟ ଘଟଣାରେ ପରିବର୍ତ୍ତୀତ ହୋଇଥିଲା । ପୂର୍ବରୁ କେବଲ ମୁଲ୍ଲାମୁଡୁ ଭାଗବତରଙ୍କୁ ସେଠାରେ ଗାଇବାକୁ ଅନୁମତି ଦିଆଯାଉଥିଲା । ସେତୁ ପାର୍ବତୀ ବାୟୀଙ୍କର ପ୍ରଚେଷ୍ଟା ଯୋଗୁ ମୁଥିଆ ଭାଗବତର, ସେମ୍ମାନଗୁଡ଼ି ଶ୍ରୀନିବାସ ଆୟାର ଓ ଏମଡି ରାମାନାଥନ ଇତ୍ୟାଦିଙ୍କୁ ସେଠାରେ ଗାଇବାକୁ ନିମନ୍ତ୍ରଣ କରଥିଲେ । [୬][୭][୮]