![]() | |
Clinical data | |
---|---|
Trade names | Xcopri, Ontozry |
Synonyms | YKP3089 |
AHFS/Drugs.com | monograph |
MedlinePlus | a620021 |
data |
|
Routes of administration | By mouth |
Legal status | |
Legal status |
|
Pharmacokinetic data | |
Bioavailability | ≥88% |
Protein binding | 60% |
Metabolism | Mainly glucuronidation via UGT2B7 |
Elimination half-life | 50–60 hours |
Excretion | Mainly via urine |
Identifiers | |
| |
Chemical and physical data | |
Formula | C10H10ClN5O2 |
Molar mass | ୨୬୭.୬୭ g·mol−1 |
3D model (JSmol) | |
| |
|
ସେନୋବାମେଟ, ବେପାର ନାମ ଏକ୍ସକୋପ୍ରି (Xcopri) ଏବଂ ଓଣ୍ଟୋଜ୍ରି (Ontozry) ଏକ ଔଷଧ ଯାହା ଅପସ୍ମାରର ଚିକିତ୍ସା ପାଇଁ ବ୍ୟବହୃତ ହୁଏ, ବିଶେଷ ଭାବରେ ଫୋକାଲ୍-ଅନସେଟ୍ ଅପସ୍ମାର ନିମନ୍ତେ । [୨] ଏହା ଅନ୍ୟାନ୍ୟ ଔଷଧ ସହିତ ଏକତ୍ର ବ୍ୟବହୃତ କରାଯାଇପାରେ । [୧] ଏହା ପାଟିରେ ଦିଆଯାଏ । [୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ନିଦ୍ରାଳୁ ଭାବ, ମୁଣ୍ଡ ବୁଲାଇବା, ଥକାପଣ, ଦ୍ୱିତ ଦୃଷ୍ଟି, ଏବଂ ମୁଣ୍ଡବିନ୍ଧା ହୋଇପାରେ । [୨] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ କ୍ଷୁଦ୍ର କ୍ୟୁଟି (QT), ଇଓସିନୋଫିଲିଆ ସହିତ ଔଷଧ ପ୍ରତିକ୍ରିୟା (DRESS) ଏବଂ ଆତ୍ମହତ୍ୟା ପ୍ରବଣ ହୋଇପାରେ । [୨] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ । [୨] ଏହା କିପରି କାର୍ଯ୍ୟ କରେ ତାହା ସମ୍ପୂର୍ଣ୍ଣ ସ୍ପଷ୍ଟ ନୁହେଁ; ତଥାପି, ଏହା ଆୟନ ଚ୍ୟାନେଲଗୁଡ଼ିକୁ ପରିବର୍ତ୍ତନ କରେ । [୨]
୨୦୧୯ ମସିହାରେ ଆମେରିକାରେ ଏବଂ ୨୦୨୧ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ସେନୋବାମେଟ ଅନୁମୋଦିତ ହୋଇଥିଲା ।[୪] [୧] ଏହା ନିୟନ୍ତ୍ରିତ ପଦାର୍ଥ ଅଧିନିୟମର ସିଡ୍ୟୁଲ୍ ୫ରେ (V) ଅଛି। [୫] ଯୁକ୍ତରାଷ୍ଟ୍ରରେ ୧୦୦ ମିଗ୍ରାର ୩୦ଟି ବଟିକାର ମୂଲ୍ୟ ୨୦୨୨ ସୁଦ୍ଧା ପ୍ରାୟ ୧୦୦୦ ଡଲାର ଅଟେ । [୬]