![]() | |
Clinical data | |
---|---|
Pronunciation | Ceritinib: /səˈrɪtɪnɪb/ sə-RIT-i-nib Zykadia: /zaɪˈkeɪdiːə/ zy-KAY-dee-ə |
Trade names | Zykadia, Spexib, others |
Synonyms | LDK378 |
AHFS/Drugs.com | monograph |
data | |
Pregnancy category |
|
Routes of administration | By mouth (capsules) |
Legal status | |
Legal status |
|
Pharmacokinetic data | |
Bioavailability | Not determined |
Protein binding | 97% |
Metabolism | CYP3A |
Elimination half-life | 41 hours |
Excretion | Feces (92.3%), urine (1.3%)[୧] |
Identifiers | |
| |
ECHA InfoCard | 100.241.919 |
Chemical and physical data | |
Formula | C28H36ClN5O3S |
Molar mass | ୫୫୮.୧୪ g·mol−1 |
3D model (JSmol) | |
| |
|
ସେରିଟିନିବ, ଅନ୍ୟମାନଙ୍କ ମଧ୍ୟରେ ଏକ ବେପାର ନାମ Zykadia, ଏକ ଔଷଧ ଯାହା ଅଣ-ଛୋଟ ଜୀବକୋଷ ଫୁସଫୁସ କର୍କଟର (NSCLC) ଚିକିତ୍ସା ପାଇଁ ବ୍ୟବହୃତ ହୁଏ । [୨] ନିର୍ଦ୍ଦିଷ୍ଟ ଭାବରେ ଏହା ଉନ୍ନତ ରୋଗ ପାଇଁ ବ୍ୟବହୃତ ହୁଏ ଯାହା ଆନାପ୍ଲାଷ୍ଟିକ୍ ଲିମ୍ଫୋମା କାଇନେଜ (ALK) ପଜିଟିଭ୍ ଅଟେ | [୨] ଏହା ପାଟିରେ ଦିଆଯାଏ । [୩]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ତରଳ ଝାଡ଼ା, ଅଇ, ଥକାପଣ, ଯକୃତ ସମସ୍ୟା, ଓଜନ ହ୍ରାସ, ରାସ, ବୃକ୍କ ସମସ୍ୟା ଏବଂ ନିମ୍ନ ଲୋହିତ ରକ୍ତ କଣିକା ହୋଇପାରେ । [୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଉଚ୍ଚ ରକ୍ତ ଶର୍କରା, ନିମୋନିଆ, ଲଙ୍ଗ କ୍ୟୁଟି ସିଣ୍ଡ୍ରୋମ ଏବଂ ଅଗ୍ନାଶୟ ପ୍ରଦାହ ହୋଇପାରେ। [୨] [୩] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ ।[୩] ଏହା ଏକ ଟାଇରୋସିନ୍ କାଇନେଜ ଇନହିବିଟର, ବିଶେଷ ଭାବରେ ଏକ ଏଏଲକେ (ALK) ପ୍ରତିବନ୍ଧକ । [୨] [୪]
୨୦୧୪ ମସିହାରେ ଆମେରିକାରେ ଏବଂ ୨୦୧୫ରେ ୟୁରୋପରେ ଚିକିତ୍ସା ବ୍ୟବହାର ପାଇଁ ସେରିଟିନିବ ଅନୁମୋଦିତ ହୋଇଥିଲା। [୨] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ୪ସପ୍ତାହର ଚିକିତ୍ସା ଖର୍ଚ୍ଚ ପ୍ରାୟ ୨୮୦୦ ପାଉଣ୍ଡ ହୁଏ । [୪] ଯୁକ୍ରରାଷ୍ଟ୍ରରେ ଏହି ପରିମାଣର ଖର୍ଚ୍ଚ ୧୦,୪୦୦ ଡଲାର ।[୫]