![]() | |
Clinical data | |
---|---|
Trade names | Xpovio, Nexpovio |
Synonyms | KPT-330 |
AHFS/Drugs.com | monograph |
MedlinePlus | a619044 |
data | |
Pregnancy category |
|
Routes of administration | By mouth |
Legal status | |
Legal status | |
Pharmacokinetic data | |
Protein binding | 95% |
Metabolism | Liver oxidation, glucuronidation, and conjugation, by CYP3A4, UGT and GST |
Elimination half-life | 6–8 hours |
Identifiers | |
| |
Chemical and physical data | |
Formula | C17H11F6N7O |
Molar mass | ୪୪୩.୩୧ g·mol−1 |
3D model (JSmol) | |
|
ସେଲିନେକ୍ସର (ଇଂରାଜୀ ଭାଷାରେ Selinexor) ଅନ୍ୟମାନଙ୍କ ମଧ୍ୟରେ ଏକ୍ସପୋଭିଓ (Xpovio) ଏକ ବେପାର ନାମ, ହେଉଛି ମଲ୍ଟିପ୍ଲ ମାୟେଲୋମା ରୋଗର ଚିକିତ୍ସା ପାଇଁ ବ୍ୟବହୃତ ଏକ ଔଷଧ ।[୩] ଅତିକମରେ ୪ ପ୍ରକାର ଚିକିତ୍ସା ଫଳପ୍ରଦ ହୋଇ ନ ଥିବା କ୍ଷେତ୍ରରେ ଏହା ବ୍ୟବହୃତ ହୁଏ ।[୩] ଏହାକୁ ଡେକ୍ସାମେଥାଜୋନ ସହିତ ପାଟିରେ ଦିଆଯାଏ ।[୩] [୧]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ବାନ୍ତି, ଓଜନ ହ୍ରାସ, ତରଳ ଝାଡ଼ା, ଥକ୍କା, କମ୍ ରକ୍ତ ପ୍ଲାଟେଲେଟ ବା ଥ୍ରୋମ୍ବୋସାଇଟୋପେନିଆ, ସ୍ୱଳ୍ପ ଲାଲ ରକ୍ତ କଣିକା, ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ଏବଂ ଅଳ୍ପ ସୋଡ଼ିଅମ ରକ୍ତତା ହୋଇପାରେ । [୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ସିଙ୍କୋପ୍ ଅନ୍ତର୍ଭୁକ୍ତ ହୋଇପାରେ ।[୩] ଗର୍ଭାବସ୍ଥାରେ ବ୍ୟବହାର ଶିଶୁର କ୍ଷତି କରିପାରେ | [୩] ଏହା ପରମାଣୁ ରପ୍ତାନୀର ପ୍ରତିବନ୍ଧକ ଏବଂ ଏକ୍ସପୋର୍ଟିନ୧କୁ ଅବରୋଧ କରି କାର୍ଯ୍ୟକ୍ଷମ ହୁଏ ।[୧]
୨୦୧୯ ମସିହାରେ ଯୁକ୍ତରାଷ୍ଟ୍ରରେ ଏବଂ ୨୦୨୧ରେ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସେଲିନକ୍ସର ଅନୁମୋଦିତ ହୋଇଥିଲା ।[୩] [୧] ଯୁକ୍ତରାଷ୍ଟ୍ରରେ ଏହା ଚିକିତ୍ସାରେ ପ୍ରତି ୪ ସପ୍ତାହରେ ପ୍ରାୟ ୨୪,୦୦୦ ଡଲାର ଖର୍ଚ୍ଚ ହୋଇଥାଏ ।[୪] ଯୁକ୍ତରାଜ୍ୟରେ ଅନୁମୋଦିତ ହୋଇଥିଲେ ମଧ୍ୟ ଏହା ୨୦୨୧ ସୁଦ୍ଧା ଉପଲବ୍ଧ ହୋଇ ନଥିଲା ।[୫]