![]() | |
Clinical data | |
---|---|
Synonyms | 7-Ethyl-2-methyl-4-hendecanol sulfate sodium salt |
AHFS/Drugs.com | monograph |
Routes of administration | Intravenous injection |
Legal status | |
Legal status |
|
Identifiers | |
| |
ECHA InfoCard | 100.004.892 |
Chemical and physical data | |
Formula | C14H29NaO4S |
Molar mass | ୩୧୬.୪୩ g·mol−1 |
3D model (JSmol) | |
| |
| |
(verify) |
ସୋଡିଅମ ଟେଟ୍ରାଡେସିଲ ସଲଫେଟ (ଇଂରାଜୀ ଭାଷାରେ Sodium tetradecyl sulfate/ STS ), ସୋଟ୍ରାଡେକଲ୍ ବ୍ରାଣ୍ଡ ଏହାର ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଭେରିକୋଜ ଶିରା, ଏସୋଫେଜିଅଲ ଭାରିସେସ୍ ଏବଂ ସ୍ପାଇଡର ଶିରା ରୋଗମାନଙ୍କର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] [୨] ସ୍କ୍ଲେରୋଥେରାପି ନାମରେ ଏକ ଜଣାଶୁଣା ପ୍ରଣାଳୀରେ ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦେଇ ବ୍ୟବହୃତ ହୁଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଯନ୍ତ୍ରଣା, ଲାଲିମା, ଫୁଲା, ବର୍ଦ୍ଧିତ ପିଗମେଣ୍ଟେସନ ଏବଂ ଚର୍ମ ଭାଙ୍ଗିବା ଅନ୍ତର୍ଭୁକ୍ତ ।[୧] ଗମ୍ଭୀର ପାର୍ଶ୍ୱ ପ୍ରତିକ୍ରିୟାରେ ଫୁସଫୁସ ଏମ୍ବୋଲିଜ୍ମ, ଷ୍ଟ୍ରୋକ ଏବଂ ଆନାଫାଇଲାକ୍ସିସ ଅନ୍ତର୍ଭୁକ୍ତ ହୋଇପାରେ । ଏହା ଏକ ଆୟୋନିକ୍ ସର୍ଫାକ୍ଟାଣ୍ଟ ଏବଂ ଡିଟରଜେଣ୍ଟ ଯାହା ଦେବା ଫଳରେ ପ୍ରଦାହ, ରକ୍ତ ଜମାଟ ବାନ୍ଧିବା ଏବଂ ଶିରାରେ କ୍ଷତ ଚିହ୍ନ ସୃଷ୍ଟି ହୁଏ ଯେଉଁଥିରେ ଇଞ୍ଜେକସନ ଦିଆଯାଏ ।[୨]
୧୯୪୬ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସୋଡିୟମ୍ ଟେଟ୍ରାଡେସିଲ୍ ସଲଫେଟ୍ ଅନୁମୋଦିତ ହୋଇଥିଲା ।[୨] ଏହାର ମୂଲ୍ୟ ଅପେକ୍ଷାକୃତ କମ୍ ଅଟେ | [୧] ଯୁକ୍ତରାଷ୍ଟ୍ରରେ ୫ ମାତ୍ରାର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୩୩୦ ଡଲାର ଥିଲା ।[୩] ଯୁକ୍ତରାଜ୍ୟରେ ଏହି ରାଶିର ମୂଲ୍ୟ ୩୪ ପାଉଣ୍ଡ ଅଟେ ।[୪]
{{cite book}}
: CS1 maint: date format (link)