ସୋଲଡର ଡିସଟୋସିଆ (Shoulder dystocia) | |
---|---|
![]() ସୋଲଡର ଡିସଟୋସିଆ ରୋଗୀକୁ ସୁପ୍ରାପ୍ୟୁବିକ Suprapubic ଚାପଦିଆଯାଉଛି । | |
ବିଭାଗ | Obstetrics |
ଲକ୍ଷଣ | ଶିଶୁର ମୁଣ୍ଡ ଯୋନୀପଥରେ ବାହାରକୁ ଆସି ପୁନଶ୍ଚ ଭିତରକୁ ପଶିଯିବା ।[୧] |
ବିପଦ କାରକ | ଜେସ୍ଟେସନାଲ ମଧୁମେହ (Gestational diabetes), ପୂର୍ବରୁ ଏଭଳି ହୋଇଥିବା ଇତିହାସ, ଅପରେଶନ ଯୋଗେ ଯୋନୀପଥ ପ୍ରସବ (operative vaginal delivery), ମାଆର ମୋଟାପଣ, ମାକ୍ରୋସୋମିଆ (overly large baby) ବା ବଡ଼ ଶିଶୁ, ଏପିଡ୍ୟୁରାଲ ନିଶ୍ଚେତକ (epidural anesthesia)[୨] |
ରୋଗ ନିର୍ଣ୍ଣୟ ପଦ୍ଧତି | ମୁଣ୍ଡ ବାହାରିବାର ଏକ ମିନିଟ ମଧ୍ୟରେ ଶରୀର ନ ବାହାରିଲେ ।[୨] |
ଚିକିତ୍ସା | ମାଆର ଗୋଡ଼ ବାହାର ଓ ଉର୍ଦ୍ଧ୍ୱକୁ ଠେଲିବା, ପ୍ୟୁବିକ ଅସ୍ଥି ଉପରକୁ ଥିବା ଉଦର ଉପରେ ଚାପ ଦେବା, ହାତରେ ଶିଶୁର କାନ୍ଧକୁ ବୁଲେଇବା ଚେଷ୍ଟା କରିବା ମହିଳାଙ୍କୁ ଏକ ନିର୍ଦ୍ଦିଷ୍ଟ ପୋଜିସନରେ ରଖିବା (all fours)[୩][୨] |
ପୁନଃପୌନିକ | ~ ଯୋନୀପଥ ପ୍ରସବର ୧%[୨] |
ସୋଲଡର ଡିସଟୋସିଆ (ଇଂରାଜୀ ଭାଷାରେ Shoulder dystocia କୁହାଯାଏ ଯେତେବେଳେ ପ୍ରସବ (delivery) ସମୟରେ ଶିଶୁର (baby) ମୁଣ୍ଡ ବାହାରି ଆସିବା ପରେ କାନ୍ଧ (shoulder) ମାଆର ପ୍ୟୁବିକ ଅସ୍ଥିଠାରେ (pubic bone) ଅଟକି ଯାଇ ତଳକୁ ଆସିପାରେନାହିଁ ।[୩][୧] ଅଟକି ଯିବା ଫଳରେ ମୁଣ୍ଡଟି ପଛକୁ ଫେରି ଯୋନୀପଥ ଭିତରକୁ ଚାଲିଯାଏ ଯାହାକୁ ଟରଟଲ ଚିହ୍ନ ବା ଇଂରାଜୀରେ "turtle sign" କୁହାଯାଏ ।[୧] କେଶ୍ ଜଟିଳ ହେଲେ ଶିଶୁର ବ୍ରାକିଆଲ ପ୍ଲେକସସ୍ ଇଞ୍ଜୁରି (brachial plexus injury) ବା କ୍ଲାଭିକ୍ଲ ଅସ୍ଥିଭଗ୍ନ (clavicle fracture) ହୋଇଯାଏ ।[୨][୧] ମାଆର ମଧ୍ୟ ଜଟିଳ ଅବସ୍ଥା ହୋଇ ଯୋନୀପଥ ଟିଅର (vaginal), ପେରିନିଆଲ ଟିଅର (perineal tear), ପୋଷ୍ଟପାର୍ଟମ ରକ୍ତସ୍ରାବ ବା ଜରାୟୁ ରପଚର (uterine rupture) ହୋଇପାରେ ।[୩][୧]
ରୋଗୀର ଜେସ୍ଟେସନାଲ ମଧୁମେହ (Gestational diabetes), ପୂର୍ବରୁ ଏଭଳି ହୋଇଥିବା ଇତିହାସ, ଅପରେଶନ ଯୋଗେ ଯୋନୀପଥ ପ୍ରସବ (operative vaginal delivery), ମାଆର ମୋଟାପଣ, ମାକ୍ରୋସୋମିଆ (overly large baby) ବା ବଡ଼ ଶିଶୁ, ଏପିଡ୍ୟୁରାଲ ନିଶ୍ଚେତକ (epidural anesthesia) ଇତ୍ୟାଦି ଥିଲେ ଏହି ରୋଗ ସଙ୍କଟ ହୋଇପାରେ ।[୨] ମୁଣ୍ଡ ବାହାରିବାର ଏକ ମିନିଟ ମଧ୍ୟରେ ଶରୀର ନ ବାହାରିଲେ ଏହି ରୋଗ ନିର୍ଣ୍ଣୟ କରାଯାଏ ।[୨] ଏହା ଏକ ବାଧାପ୍ରାପ୍ତ ପ୍ରସବ (obstructed labour) ।[୪]
ସୋଲଡର ଡିସଟୋସିଆ ଏକ ପ୍ରସୂତୀ ଆଶୁ ଚିକିତ୍ସା ।[୩] ଶିଶୁର କାନ୍ଧ ଖସେଇବା ନିମନ୍ତେ ମାଆର ଗୋଡ଼ ବାହାର ଓ ଉର୍ଦ୍ଧ୍ୱକୁ ଠେଲିବା, ପ୍ୟୁବିକ ଅସ୍ଥି ଉପରକୁ ଥିବା ଉଦର ଉପରେ ଚାପ ଦେବା ଓ ଯୋନୀପଥର ଏକ ଅଂଶକୁ ଏପିସିଓଟୋମି (making a cut in the vagina) ଅପରେଶନ କରି କାଟିବା ଆଦି ଇତ୍ୟାଦି ଉପାୟ ଅବଲମ୍ବନ କରାଯାଏ ।[୩] ଏହି ଉପାୟ କାମ ନକଲେ ହାତରେ ଶିଶୁର କାନ୍ଧକୁ ବୁଲେଇବା ଚେଷ୍ଟା କରିବା, ମହିଳାଙ୍କୁ ଏକ ନିର୍ଦ୍ଦିଷ୍ଟ ପୋଜିସନରେ ରଖିବାକୁ (all fours) ଚେଷ୍ଟାକରାଯାଏ ।[୩][୨] ଯୋନୀପଥରେ ପ୍ରସବ କରାଯାଉଥିବା ମହିଳାଙ୍କ ମଧ୍ୟରୁ ୦.୪% କେଶ୍ରେ ସୋଲଡର ଡିସଟୋସିଆ ହୁଏ ।[୨] ଏଥି ଯୋଗୁ ମୃତ୍ୟ ଏକ ବିରଳ ଘଟଣା ।[୧]
ଶ୍ରେଣୀବିଭାଗ |
---|