Spermatocele | |
---|---|
Spermatic cyst,[୧] epididymal cyst, testicular cyst[୨] | |
ଉଚ୍ଚାରଣ | |
ବିଭାଗ | Urology |
ଲକ୍ଷଣ | Scrotal mass, testicular pain[୧] |
ଆକ୍ରାନ୍ତ ସମୟ | 40s and 50s[୨] |
କାରଣ | Unknown[୫] |
ରୋଗ ନିର୍ଣ୍ଣୟ ପଦ୍ଧତି | Examination, ultrasound[୬] |
ସଠିକ ରୋଗ ନିର୍ଣ୍ଣୟ | Hydrocele, inguinal hernia, testicular cancer, varicocele, lymphedema[୬] |
ଚିକିତ୍ସା | None, aspiration, sclerotherapy, or surgery[୧] |
ପୁନଃପୌନିକ | Up to 30% of males[୨] |
ସ୍ପର୍ମାଟୋସିଲ, ଏପିଡିଡାଇମିସରେ ଏକ ତରଳ ପଦାର୍ଥ ଭର୍ତ୍ତି ସିଷ୍ଟକୁ କୁହାଯାଏ ।[୭] ସେଗୁଡ଼ିକ ମୁଷ୍କ (ଟେଷ୍ଟିସ) ପୃଷ୍ଟଭାଗରେ କିମ୍ବା ଉପରେ ତିଆରି ହୋଇଥାଏ ।[୨] ସେଗୁଡ଼ିକ କିଛି ମିଲିମିଟରରୁ କିଛି ସେଣ୍ଟିମିଟର ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଆକାରର ହୋଇଥାଏ ।[୨] ସେଗୁଡ଼ିକ ସାଧାରଣତଃ ଯନ୍ତ୍ରଣାଦାୟକ ନୁହଁନ୍ତି; ଯଦିଓ କେତେକଙ୍କର ସାମାନ୍ୟ ଯନ୍ତ୍ରଣା ହୁଏ ।[୧] ସେମାନେ ବନ୍ଧ୍ୟାତ୍ୱ ସହିତ ଜଡ଼ିତ ନୁହଁନ୍ତି ।[୨]
ଏହାର କାରଣ ଜଣା ପଡ଼ିନାହିଁ ।[୫] ପ୍ରସ୍ତାବିତ ସମ୍ଭାବନା ମଧ୍ୟରେ ଆଘାତ, ସଂକ୍ରମଣ ଏବଂ ପ୍ରଦାହ ହୋଇପାରେ ।[୫] ସେଥିରେ ଥିବା ତରଳ ପଦାର୍ଥ ସାଧାରଣତଃ କ୍ଷୀର ରଙ୍ଗର ଏବଂ ସେଥିରେ ଶୁକ୍ରାଣୁ ଥାଏ ।[୫] ଶାରୀରିକ ପରୀକ୍ଷା ଏବଂ ବେଳେବେଳେ ଅଲଟ୍ରାସାଉଣ୍ଡ ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ [୬] ସେଗୁଡ଼ିକ କର୍କଟ ନୁହଁନ୍ତି କିମ୍ବା ଟେଷ୍ଟିକୁଲାର କର୍କଟ ହେବାର ଆଶଙ୍କା ମଧ୍ୟ ନାହିଁ ।[୧]
ସ୍ପର୍ମାଟୋସିଲ କ୍ୱଚିତ୍ ନିର୍ଦ୍ଦିଷ୍ଟ ଚିକିତ୍ସା ଆବଶ୍ୟକ କରନ୍ତି ।[୧] ଯଦି ଯନ୍ତ୍ରଣା ହୁଏ, ପାରାସେଟାମୋଲ କିମ୍ବା ଆଇବୁପ୍ରୋଫେନ୍ ବ୍ୟବହାର କରାଯାଇପାରେ ।[୧] ବେଳେବେଳେ ଆସ୍ପିରେସନ୍ କିମ୍ବା ସ୍କ୍ଲେରୋଥେରାପି କିମ୍ବା ଅସ୍ତ୍ରୋପଚାର ଭଳି ପ୍ରକ୍ରିୟା କରାଯାଇପାରେ ।[୧] ୩୦% ପୁରୁଷଙ୍କର ସ୍ପର୍ମାଟୋସିଲ ଦେଖାଯାଏ ।[୨] ସେମାନଙ୍କ ୪୦ରୁ ୫୦ ବର୍ଷ ବୟସରେ ଅଧିକ ଦେଖାଯାଏ ।[୨]