ସତ୍ୟନାରାୟଣ ଗଙ୍ଗାରାମ ପିତ୍ରୋଦା | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | ବୈଜ୍ଞାନିକ, ଏଣ୍ଟରପ୍ରିନର |
ବୈବାହିକ-ସାଥୀ | ଅନୁ ଛାୟା |
ୱେବସାଇଟ | www |
ସତ୍ୟନାରାୟଣ ଗଙ୍ଗାରାମ ପିତ୍ରୋଦା ବା ଶ୍ୟାମ୍ ପିତ୍ରୋଦା ଓଡ଼ିଶାର ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ଠାରେ ଜନ୍ମିତ ଜଣେ ଜଣାଶୁଣା ଓଡ଼ିଆ ଟେଲିକମ୍ ଇଞ୍ଜିନିୟର୍ ତଥା ବୈଜ୍ଞାନିକ । ୧୯୬୪ ମସିହାରେ ସେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ପଢ଼ିବା ନିମିତ୍ତ ଚିକାଗୋ ଯାତ୍ରା କରିଥିଲେ । ବହୁବର୍ଷ ପରେ ପିତ୍ରୋଦା ତାଙ୍କ ଭାରତ ଯାତ୍ରା ସମୟରେ ସ୍ତ୍ରୀଙ୍କୁ ଫୋନ କଲ୍ଟିଏ କରିପାରି ନ ଥିଲେ । ତେଣୁ ସେ ଭାରତକୁ ଫେରି ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହାୟତାରେ ଭାରତର କୋଣ ଅନୁକୋଣକୁ ଟେଲିକମୁନିକେସନ୍ ମାଧ୍ୟମରେ ଯୋଡିବାରେ ପ୍ରମୁଖ ଭୂମିକା ଗ୍ରହଣ କଲେ । ତାଙ୍କରି ପ୍ରଚେଷ୍ଟାରେ ସି ଡଟ୍ (Center for the Development of Telematics)ର ଶୁଭାରମ୍ଭ ହେଲା । ସେ ଭାରତର ପ୍ରଧାନମନ୍ତ୍ରୀଙ୍କ ଜଳ ସଂପଦ, ଶିକ୍ଷା, ସ୍ୱାସ୍ଥ୍ୟ ତଥା ଟେଲିକମୁନିକେସନ୍ ସମ୍ପର୍କିତ ପ୍ରଦ୍ୟୋଗିକୀ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ । ସେ ମଧ୍ୟ ଥିଲେ ଭାରତର ଟେଲିକମ୍ ଆୟୋଗ (Telecom Commission)ର ସଂସ୍ଥାପକ ଅଧ୍ୟକ୍ଷ୍ୟ ।
ସତ୍ୟନାରାୟଣ ଗଙ୍ଗାରାମ ପିତ୍ରୋଦାଙ୍କ ପିତାମାତା ଗୁଜରାଟି ଥିଲେ । ସେ ସାତ ଭାଇ ଭଉଣୀଙ୍କ ମଧ୍ୟରେ ତୃତୀୟ ।[୧] ସତ୍ୟନାରାୟଣଙ୍କ ପିତାମାତା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ଥିଲେ । ଅତଏବ ଗୁଜରାଟସ୍ଥିତ ବଲ୍ଲଭ ବିଦ୍ୟାନଗରରେ ସେ ସ୍କୁଲ ଶିକ୍ଷା ସମାପ୍ତ କରି ବରୋଦାସ୍ଥିତ ମହାରାଜା ସାୟାଜୀରାଓ ୟୁନିଭରସିଟିରୁ ପଦାର୍ଥବିଜ୍ଞାନ ଏବଂ ଇଲେକ୍ଟ୍ରୋନିକ୍ସରେ ସ୍ନାତୋକତ୍ତର ଶିକ୍ଷା ସମାପ୍ତ କଲେ । ତତ୍ପରେ ସେ ଚିକାଗୋସ୍ଥିତ ଇଲିନୋଇଜ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜିରୁ Illinois Institute of Technology ଇଲେକ୍ଟ୍ରୋନିକସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କଲେ ।
ପିତ୍ରୋଦା ଦ୍ୱିତୀୟବାର ଯେତେବେଳେ ୨୦୦୪ରେ ଭାରତ ଫେରିଲେ, ଭାରତରେ ବୌଦ୍ଧିକ ଅନୁଷ୍ଠାନ ତଥା ଭିତ୍ତିଭୂମି ଗଠନରେ ଲାଗିପଡିଲେ । ଜାତୀୟ ଜ୍ଞାନ ଆୟୋଗର en:National Knowledge Commission ସେ ଥିଲେ ଅଧ୍ୟକ୍ଷ୍ୟ(୨୦୦୫-୨୦୦୯) । ଉକ୍ତ ପଦବୀରେ ଥାଇ ସେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଭାରତର ବୌଦ୍ଧିକ ଅନୁଷ୍ଠାନ ତଥା ଭିତ୍ତିଭୂମି ସଂପ୍ରସାରଣ ସଂପର୍କିତ ନୀତିଗତ ପରାମର୍ଶ ଦେଉଥିଲେ । ଉକ୍ତ ସମୟରେ ଜାତୀୟ ଜ୍ଞାନ ଆୟୋଗ ଭିନ୍ନ ଭିନ୍ନ ୨୭ଗୋଟି ବିଷୟରେ ପ୍ରାୟ ୩୦୦ରୁ ଅଧିକ ସୁପାରିଶ ପ୍ରଦାନ କରିଥିଲେ ।
ଭାରତରେ ଜାତୀୟ ନବୋନ୍ମେଷ ପରିଷଦର National Innovation Council ଗଠନରେ ସେ ଥିଲେ ମୁଖ୍ୟ ପୁରୋଧା । [୨]
ସି- ସାମ (C-SAM) ନାମକ ସଂସ୍ଥାର ସେ ଥିଲେ ଅଧ୍ୟକ୍ଷ୍ୟ ।[୩] । ଏହାର ମୁଖ୍ୟାଳୟ ଚିକାଗୋଠାରେ ଏବଂ ସିଙ୍ଗାପୁର, ଟୋକିଓ, ପୁନା, ମୁମ୍ବାଇ ଓ ବରୋଦାଠାରେ ଏକାଧିକ ଶାଖା ପ୍ରତିଷ୍ଠା ଲାଭ କରିଥିଲା । ପ୍ରାୟ ୧୦୦ରୁ ଅଧିକ ଉଦ୍ଭାବନ/ଟେକ୍ନୋଲୋଜିର ପେଟେଣ୍ଟ (ସତ୍ତ୍ୱାଧିକାର) ହାସଲ କରିଥିବା ଶ୍ରୀ ପିତ୍ରୋଦା ଜଣେ ଏଣ୍ଟରପ୍ରିନର ଭାବେ ମଧ୍ୟ ଜଣାଶୁଣା । ଅନେକେ ହୁଏତ ଜାଣି ନଥିବେ, ପିତ୍ରୋଦା ଜଣେ ଚିତ୍ରକର ଏବଂ ତବଲା ବାଦକ ମଧ୍ୟ ଥିଲେ ।
ଜାନୁୟାରୀ ୨୦୧୬ରେ ଓଡ଼ିଶା ସରକାର ତାଙ୍କୁ ରାଜ୍ୟର ବୈଷୟିକ ପରାମର୍ଶଦାତା ଭାବେ ନିୟୁକ୍ତି ଦେଲେ ।[୪]
ପିତ୍ରୋଦାଙ୍କ ସମ୍ପର୍କରେ ପ୍ରକାଶିତ ବହିଗୁଡିକ ଏକ ତାଲିକା :
ନିକଟରେ ପିତ୍ରୋଦାଙ୍କ ଲିଖିତ " Dreaming Big- My journey to connect India" ପ୍ରକାଶିତ ହୋଇଛି । ଏତଦ୍ ବ୍ୟତୀତ ପିତ୍ରୋଦାଙ୍କ ଜୀବନୀ ଉପରେ ଲିଖିତ ଅନ୍ୟାନ୍ୟ ବହି ହେଉଛି:
(Part II) This biography of Sam Pitroda by Mayank Chhaya was on the best seller list in India.
{{cite web}}
: Cite has empty unknown parameter: |1=
(help)
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |