ହଜରତ ବେଗମ | |
---|---|
ମୋଗଲ ସାମ୍ରାଜ୍ୟର ରାଜକୁମାରୀ
| |
ଜୀବନସାଥୀ | ଅହମ୍ମଦ ଶାହା ଦୁରାନୀ |
ବଂଶ | ତିମୁରିଦ ରାଜବଂଶ (ଜନ୍ମ ଅନୁଯାୟୀ) ଦୁରାନୀ (ବିବାହ ପରେ) |
ବାପା | ମହମ୍ମଦ ଶାହା |
ମାଆ | ସାହିବା ମହଲ |
ଜନ୍ମ | c. ୧୭୪୦ ଦିଲ୍ଲୀ, ମୋଗଲ ସାମ୍ରାଜ୍ୟ |
ଧର୍ମ | ଇସଲାମ ଧର୍ମ |
ହଜରତ ବେଗମ (Persian: حضرت بیگم; Pashto: حضرت بېګم; ଜନ୍ମ-୧୭୪୦), (ଅନ୍ୟନାମ: ହଜରତ ମହଲ[୧][୨] ଏବଂ ସାହିବା ବେଗମ)[୩] ଜଣେ ମୋଗଲ ସାମ୍ରାଜ୍ୟର ରାଜକୁମାରୀ ଥିଲେ । ସେ ମୋଗଲ ସମ୍ରାଟ ମହମ୍ମଦ ଶାହାଙ୍କ ଝିଅ ଥିଲେ । ସେ ଦୁରାନୀ ସାମ୍ରାଜ୍ୟର ପ୍ରଥମ ଏମିର ଅହମ୍ମଦ ଶାହା ଦୁରାନୀଙ୍କ ପତ୍ନୀ ଥିଲେ ।
ହଜରତ ବେଗମ ଜଣେ ମୋଗଲ ରାଜକୁମାରୀ ଭାବରେ ଜନ୍ମଗ୍ରହଣ କରିଥିଲେ ଏବଂ ସେ ମୋଗଲ ସମ୍ରାଟ ମହମ୍ମଦ ଶାହା ଏବଂ ତାଙ୍କ ପତ୍ନୀ ସାହିବା ମହଲଙ୍କ ଝିଅ ଥିଲେ ।[୪] ଏପ୍ରିଲ ୧୭୪୮ ମସିହାରେ, ତାଙ୍କ ପିତା ମହମ୍ମଦ ଶାହାଙ୍କର ମୃତ୍ୟୁ ପରେ ତାଙ୍କ ଭାଇ ଅହମ୍ମଦ ଶାହା ବାହାଦୂର ସିଂହାସନ ଆରୋହଣ କରିଥିଲେ ।[୫] ତାଙ୍କ ମାତା କୁଦସିଆ ବେଗମ ସ୍ୱର୍ଗତ ସମ୍ରାଟଙ୍କ ଧର୍ମପତ୍ନୀ ଏବଂ ପିଲାମାନଙ୍କୁ କେବଳ ସରକାରଙ୍କ ଖର୍ଚ୍ଚରେ ନୁହେଁ ବରଂ ନିଜ ପାଣ୍ଠିରୁ ମଧ୍ୟ ଭରଣପୋଷଣ କରିଥିଲେ ।[୬]
୨୬ ମଇ ୧୭୫୪ ମସିହାରେ, ମଲହର ରାଓ ହୋଲକରଙ୍କ ନେତୃତ୍ୱରେ ମରାଠାଙ୍କର ଏକ ସୈନ୍ୟବାହିନୀ ଅହମ୍ମଦ ଶାହାଙ୍କୁ ଆକ୍ରମଣ କରିଥିଲେ ।[୭]
ଏପ୍ରିଲ ୧୭୫୭ ମସିହାରେ, ସାମ୍ରାଜ୍ୟର ରାଜଧାନୀ ଦିଲ୍ଲୀରୁ ଲୁଟିବା ପରେ ଦୁରାନି ରାଜା ଅହମ୍ମଦ ଶାହା ଅବଦାଲୀ ମୃତ ସମ୍ରାଟ ମହମ୍ମଦ ଶାହାଙ୍କ ୧୬ ବର୍ଷର ଝିଅକୁ ବିବାହ କରିବାକୁ ଇଚ୍ଛା କରିଥିଲେ ।[୮] ତାଙ୍କୁ ମାତ୍ର ୧୬ ବର୍ଷ ହୋଇଥିବାରୁ ବାଦଶାହ ବେଗମ ତାଙ୍କୁ ୩୫ ବର୍ଷ ବୟସ୍କ ଆଫଗାନିସ୍ତାନ ରାଜାଙ୍କୁ ହସ୍ତାନ୍ତର କରିବାକୁ ପ୍ରତିରୋଧ କରିଥିଲେ, କିନ୍ତୁ ଶାହା ତାଙ୍କୁ ୫ ଏପ୍ରିଲ ୧୭୫୭ ମସିହାରେ ଦିଲ୍ଲୀରେ ବିବାହ କରିଥିଲେ ।[୯] ବିବାହ ସମାରୋହ ପରେ ଅହମ୍ମଦ ଶାହା ତାଙ୍କ ସାନ ପତ୍ନୀଙ୍କୁ ନିଜ ଦେଶ ଆଫଗାନିସ୍ତାନକୁ ନେଇ ଯାଇଥିଲେ । ନବବଧୂଙ୍କ ସହିତ ବାଦଶାହ ବେଗମ୍, ସାହିବା ମହଲ ଏବଂ ରାଜ ମୋଗଲ ହରେମର କିଛି ପ୍ରତିଷ୍ଠିତ ମହିଳା ଥିଲେ ।