ହବସପୁରୀ (ଇଂରାଜୀ: Habaspuri, ଇଂରାଜୀ ଉଚ୍ଚାରଣ: /hɵbɵsɵpuɾʲi/) ଓଡ଼ିଶାର ଏକ ପାରମ୍ପରିକ ସୁତା ବସ୍ତ୍ର । ବୟନ ଶିଳ୍ପରେ ହବସପୁରୀ ଏକ ପ୍ରମୁଖ ଉତ୍ପାଦ । କଳାହାଣ୍ଡି ଜିଲ୍ଲାର ଚେଚିଗୁଡ଼ାର କନ୍ଧ ବୁଣାକାରମାନେ ହବସପୁରୀ ଶାଢି ବୁଣିଥାନ୍ତି । [୧] ଏପରି ଏକ ସ୍ୱତନ୍ତ୍ର କାରୀଗରୀ ଓ ବୁଣାଶୈଳୀ ପାଇଁ ଏହା ଭାରତର ଭୌଗଳିକ ସଙ୍କେତ ଭାବେ ପଞ୍ଜୀକୃତ ହୋଇଛି ।[୨][୩] ଏହି ଲୁଗାମାନଙ୍କରେ ପାରମ୍ପରିକ ଆକୃତିର କୁମ୍ଭ (ମନ୍ଦିର), ମାଛ, ଏବଂ ଫୁଲ ଚିତ୍ରିତ ହୋଇଥାଏ ।
ହବସପୁରୀ ହସ୍ତକଳା ସେହି ଗ୍ରାମର ନାମ ଅନୁସାରେ ନାମିତ ହୋଇଛି ଯେଉଁଠାରେ ୧୯ ଶତାବ୍ଦୀ ପୁର୍ବରୁ ଏହି ଶୈଳୀରେ ବୁଣାହେଉଥିଲା । [୧]
ହବସପୁରୀ ଶାଢ଼ୀ ତିଆରିରେ ଚେଚିଗୁଡ଼ା ଗ୍ରାମର ପାଖାପାଖି ୩୦ରୁ ଉର୍ଦ୍ଧ ପରିବାର ନିୟୋଜିତ ହୋଇଛନ୍ତି ।[୧]
ହବସପୁରୀ ଲୁଗା ଏକାକୀ ଜଣେ ବୁଣାକାର କାରିଗର ହାତରେ ତିଆରି ହୋଇ ଭାରତ ସରକାରଙ୍କ ବୟନ ଶିଳ୍ପ ବିଭାଗ ଜରିଆରେ ସ୍ଥାପିତ ହୋଇଥିବା ବିକ୍ରୟ କେନ୍ଦ୍ରମାନଙ୍କରେ ବିକ୍ରୟ ହୋଇଥାଏ । [୪]
{{cite journal}}
: CS1 maint: multiple names: authors list (link)