ହିନ୍ଦୁ ଧର୍ମ ହିସାବରେ ଯେଉଁ କ୍ରିୟା କଲେ ସବୁଠାରୁ କମ (ମାତାପିତା, ସମାଜ ବା ଭୃଣ ମଧ୍ୟରୁ) କ୍ଷତି ପହଞ୍ଚିବ ତାହା କରିବା ଉଚିତ । ପୁରାତନ ହିନ୍ଦୁ ଲେଖାଗୁଡ଼ିକ ଗର୍ଭପାତକୁ କଦାପି ପ୍ରଶ୍ରୟ ଦିଅନ୍ତିନି । ବେଦ ଉପନିଷେଦରେ ଗର୍ଭପାତକୁ ନିଜର ମାତାପିତାଙ୍କର ହତ୍ୟା ସହ ସମାନବୋଲି ତୁଳନା କରାଯାଇଛି ।
ଗର୍ଭ ଉପନିଷଦରେ କୁହାଯାଇଛି ଯେ "ଗର୍ଭ ଧାରଣର ସପ୍ତମ ମାସରେ ଶିଶୁ ମଧ୍ୟକୁ ଜୀବନ ଆସିଥାଏ " । [୧] ପ୍ରାଣ ବା ବୁଦ୍ଧିମତ୍ତା ବା ଆତ୍ମା ସାତ ମାସ ଆଗରୁ ମାତୃ ଶରୀରରେ ଥିବା ଶିଶୁ ଦେହରେ ପ୍ରବେଶ କରିନଥାଏ । ଅନ୍ୟାନ୍ୟ ଗ୍ରନ୍ଥରେ କୁହାଯାଇଛି ଏକ ଜୀବନର ଗର୍ଭପାତ କରିବା ପାପ ଅଟେ । ସେହି ସବୁ ତାଙ୍କ ଦୃଷ୍ଟିରୁ ଠିକ କିନ୍ତୁ ଗର୍ଭ ଉପନିଷଦ ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରୁଛି ଯେ ଜୀବନ ଗର୍ଭରେ ଆସୁଛି କେବେ । ଏହା ଅର୍ଥ ଏହି ହିନ୍ଦୁ ଗ୍ରନ୍ଥାବଳୀ ଅନୁଯାଇ ସାତ ମାସ ପୂର୍ବରୁ ଗର୍ଭପାତକୁ ମନା କରାଯାଇ ନାହିଁ । ଅଧିକାଂଶତଃ ଏହି ଗର୍ଭ ଉପନିଷଦର ମୁଖ୍ୟ କଥାଟିକୁ ବ୍ୟାଖ୍ୟା ନକରାଜି ଅନ୍ଧ ଭାବରେ ଗର୍ଭପାତ ପାପ ବୋଲି କୁହାଯାଇଥାଏ ।
ହିନ୍ଦୁଇଜିମ ଟୁଡେ ୱେବସାଇଟ ମତରେ "ଅନେକ ହିନ୍ଦୁ ସଂଗଠନ ଗର୍ଭପାତ ଉପରେ ନିଜର ମତ ସ୍ଥାପନ କରିଛନ୍ତି । ବ୍ରହ୍ମ କୁମାରୀ ସଂଗଠନ ଉପଦେଶ ଦିଅନ୍ତି ଯେ ପ୍ରତ୍ୟେକ ଗର୍ଭପାତ ହେଉଛି ଏକ ସ୍ୱତନ୍ତ୍ର କଥା ଯାହାକୁ ଅଲଗା ଭାବରେ ବିଚାରକୁ ନିଆଯିବା ଉଚିତ । ସେମାନେ କୁହନ୍ତି ଯେ ଅମର ଆତ୍ମାର ଏକ ବାହନ ସ୍ୱରୂପ ହେଉଛି ମନୁଷ୍ୟର ଦେହ , ତେଣୁ ଗର୍ଭପାତ ସମୟରେ ମାତାପିତାଙ୍କର ଆତ୍ମାକୁ କେତେ କଷ୍ଟ ହେଉଛି ବା ଶିଶୁର ବିଚାର କରି ନିଷ୍ପତି ନିଆଯିବ ଉଚିତ ।
ଇସ୍କନ ସଂଗଠନ ପ୍ରତିବର୍ଷ ଯୁକ୍ତରାଷ୍ଟ୍ର ଆମେରିକାରେ ହେଉଥିବା ଲକ୍ଷ ଲକ୍ଷ ଗର୍ଭପାତକୁ ବିବାଦୀୟ ଦର୍ଶାଇଛି, ଯେଉଁଥିରେ ଲୋକମାନେ ଭୃଣ ଉପରୁ ମାନବୀୟତା ହଟାଇଦେଇଛନ୍ତି ।
ବେଦପୁରାଣ ଗ୍ରନ୍ଥ ହିସାବରେ ଗୋଟିଏ ଚିର ସବୁଜଭରା ଆତ୍ମା ପ୍ରତ୍ୟେକ ଜୀବିତ ଜୀବ ମଧ୍ୟରେ ବାସ କରିଥାଏ । ଗର୍ଭଧାରଣ କରିବା ମାତ୍ରେ ଆତ୍ମାଟି ଭୃଣ ମଧ୍ୟରେ ପ୍ରବେଶ କରିଥାଏ ଯାହାକି ତାକୁ ପରେ ଗୋଟିଏ ଜୀବିତ ସ୍ୱତନ୍ତ୍ର ମନୁଷ୍ୟରୂପେ ଗଢ଼ିତୋଳେ । [୨] ମହାନାରାୟଣ ଉପନିଷଦ ଗର୍ଭପାତକାରୀଙ୍କୁ ଗୋଟିଏ ଆତ୍ମାର ଶୁଦ୍ଧତା ନାଶ କରିବା ସହ ତୁଳନା କରିଛି ।[୩]
କେତେକ ହିନ୍ଦୁ ଧର୍ମ ଗବେଷଣାକାରୀ ମତ ଦିଅନ୍ତି କି ଗୋଟିଏ ଭୃଣର ଅନ୍ୟ ଭୃଣଗୁଡିକ ତୁଳନାରେ ସ୍ୱତନ୍ତ୍ର ହେବ ଗର୍ଭଧାରଣର ତିନି ମାସ ପରେ ହିଁ ଆରମ୍ଭ ହୋଇଯାଇଥାଏ, ତେଣୁ ତିନି ମାସ ପୂର୍ବରୁ ଗର୍ଭପାତକୁ ସମ୍ମତି ଦେବା ଉଚିତ ହେବ କାରଣ ତିନି ମାସପରେ ଆତ୍ମଟିର ପୂର୍ବ ପ୍ରକଳ୍ପିତ ଶରୀରକୁ ଆମେ ଛଡାଇନେଲା ଭଳି ହେବ ।[୪]
ହିନ୍ଦୁ ଶିକ୍ଷାରେ କର୍ମ ବିଷୟରେ ବୁଝିଲା ବେଳେ, କର୍ମ ହେଉଛି ଭଲ ଏବଂ ଖରାପ କ୍ରିୟାର ଏକ ପ୍ରତିକ୍ରିୟା, ଯେଉଁଥିରେ ଗର୍ଭପାତକୁ ଏକ ଖରାପ କ୍ରିୟା ବୋଲି ଧରାଯାଏ । ଶିକ୍ଷାରେ କୁହାଯାଏ କି ଜୀବନର ବିପରୀତ ହେଉଛି ପୁନର୍ଜନ୍ମ । ଗର୍ଭପାତଦ୍ୱାରା କେବଳ ଜନ୍ମ ହୋଇଥିବା ଶିଶୁର ପୁନର୍ଜନ୍ମ ହିଁ ନୁହେଁ ତାହାର ଏହି ଜନ୍ମର କର୍ମକୁବି ଆମେ ନଷ୍ଟ କରିଦେଉଛେ । ଏହି ଖରାପ କର୍ମ ସେହିମାନଙ୍କ ଉପରେ ଲାଗେ ଯେଉଁମାନେ କର୍ମର ଚକ୍ରକୁ ପ୍ରଭାବିତ କରିବାକୁ ଚେଷ୍ଟା କରିଥାନ୍ତି ।
ଯଦିଓ ଭାରତରେ ଗର୍ଭପାତ ସଂଖ୍ୟା ଅଧିକ, ୮୦% ମହିଳା ଗର୍ଭପାତ ମନ କରନ୍ତି ଏବଂ ୫୬% ଏହାକୁ ଏକ ଅକ୍ଷମଣୀୟ ଅପରାଧ ବୋଲି କୁହନ୍ତି ।[୫] ହିନ୍ଦୁମାନେ ସେମାନଙ୍କର ପବିତ୍ର ଗ୍ରନ୍ଥରେ ଆହୁରି ଗଭୀର ଭାବରେ ଗର୍ଭପାତ ଏବଂ ଅକାଳ ପ୍ରସବ ଉପରେ ପାର୍ଥକ୍ୟ ଦର୍ଶାଇଛନ୍ତି । ଆହୁରି ସ୍ପଷ୍ଠ ଭାବରେ କୁହାଯାଇଛି କି ଗୋଟିଏ ପୁରୁଷ ବ୍ରାହ୍ମଣ ଭୃଣର ଗର୍ଭପାତ କରିବାର ଅର୍ଥ ଗୋଟିଏ ବୟସ୍କ ବ୍ରାହ୍ମଣର ହତ୍ୟା କରିବା ସହ ସମାନ ।
ବ୍ରିଟିଶ ବ୍ରଡ଼କାଷ୍ଟିଙ୍ଗ କର୍ପୋରେସନ ହିସାବରେ "ଯେତେବେଳେ ଗର୍ଭପାତ କରିବାକୁ ଚିନ୍ତା କରାଯାଏ ତେବେ ହିନ୍ଦୁ ହିସାବରେ କର୍ମ ଅନୁସାରେ ଯେଉଁ କ୍ରିୟା କଲେ ସବୁଠାରୁ କମ (ମାତାପିତା, ସମାଜ ବା ଭୃଣ ମଧ୍ୟରୁ) କ୍ଷତି ପହଞ୍ଚିବ ତାହା କରିବା ଉଚିତ । ପୁରାତନ ହିନ୍ଦୁ ଲେଖାଗୁଡ଼ିକ ଗର୍ଭପାତକୁ କଦାପି ପ୍ରଶ୍ରୟ ଦିଅନ୍ତିନି ।" ଏହାପରେ ବ୍ରିଟିଶ ବ୍ରଡ଼କାଷ୍ଟିଙ୍ଗ କର୍ପୋରେସନ ପୁଣି କହେଯେ "ବାସ୍ତବିକତାରେ ହିନ୍ଦୁ ଧର୍ମରେ ଭାରତରେ ଗର୍ଭପାତ ହୋଇଥାଏ, ଗୋଟିଏ ପୁତ୍ର ସନ୍ତାନ ଲାଭ କରିବାର ସଂସ୍କୃତିଗତ ଇଛା ଆଧ୍ୟାତ୍ମିକ ରୋକଠାରୁ ଅଧିକ ଗୁରୁତ୍ୱପୂର୍ଣ ହୋଇଥାଏ । ତେଣୁ କନ୍ୟା ଭୃଣ ହତ୍ୟା ହୋଇଥାଏ ।" [୬]
ସାଧାରଣତଃ ହିନ୍ଦୁମାନେ ମାତୃ ସ୍ୱାସ୍ଥ୍ୟକୁ ବିପଦ ଥିଲେ ଗର୍ଭପାତକୁ ସମ୍ମତି ଜଣାଇଥାନ୍ତି ।[୭] ବେଦ ଉପନିଷେଦରେ ଗର୍ଭପାତକୁ ନିଜର ମାତାପିତାଙ୍କର ହତ୍ୟା ସହ ସମାନବୋଲି ତୁଳନା କରାଯାଇଛି ।