ହୀର-ରାଞ୍ଝା (पंजाबी भाषा: ہیر رانجھا, ਹੀਰ ਰਾਂਝਾ) ପଞ୍ଜାବର ଚାରି ପ୍ରସିଦ୍ଧ "ପ୍ରେମ-କଥା"ମାନଙ୍କ ମଧ୍ୟରେ ଗୋଟେ ଅଟେ । ଏହା ଛଡା ମିର୍ଜା-ସାହିବା , ସସୀ-ପୂଂନ୍ନୁ ଏବଂ ସୋହନୀ- ମହୀବାଲ ବାକି ତିନିଜଣ ଅଟନ୍ତି । ଏହି କଥାର କିଛି ବର୍ଣ୍ଣନା ଲେଖା ହୋଇଛି କିନ୍ତୁ ସବୁଠାରୁ ପ୍ରସିଦ୍ଧ "ବାବା ବାରିସ ଶାହା"ଙ୍କ ଗାଥା ହିର-ରାଞ୍ଝା ଅଟେ । ଦାମୋଦର ଦାସ ଅରୋଡା , ମୁକବାଜ ଏବଂ ଅହମଦ ଗୁଜ୍ଜର ମଧ୍ୟ ଏହାର ନିଜ ରୂପ-ରୂପାନ୍ତର ଲେଖିଛନ୍ତି । ହୀର-ରାଞ୍ଝା ପଞ୍ଜାବ (ବର୍ତ୍ତମାନର ପାକିସ୍ଥାନ)ର ଏକ ପ୍ରସିଦ୍ଧ ଦୁଃଖ , ପ୍ରେମ କାହାଣୀ ଅଟେ । [୧]
ଏହି କାହାଣୀ ବର୍ତ୍ତମାନ ପାକିସ୍ଥାନର ବହୁ ଲୋକପ୍ରିୟ କାହାଣୀ ରୂପେ ଖ୍ୟାତି ଅର୍ଜନ କରିପାରିଛି । ବହୁ ଯୁବକ-ଯୁବତୀ ଯେଉଁମାନେ ଏହି ପ୍ରଣୟୀ ପ୍ରେମରେ ପଡିଛନ୍ତି , ସେମାନେ ମଧ୍ୟ ଏହିପରି ସମାନ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । [୨] କିଛି ଲୋକ ବହୁ ବର୍ଷର ବାସ୍ତବ ହୀର-ରାଞ୍ଝାର ପ୍ରେମ କାହାଣୀ ଉପରେ ବିଶ୍ୱାସ କରନ୍ତି । ସେମାନେ କୁହନ୍ତି ଯେ , ହୀର-ରାଞ୍ଝାଙ୍କ ଦେହାନ୍ତ ହେବା ପରେ ଉଭୟଙ୍କୁ ପଞ୍ଜାବି (ପାକିସ୍ଥାନ)ର "ଝାଙ୍ଗ"ରେ ଶବ କବର ଦିଆଯାଇଥିଲା । [୩] କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ପ୍ରକୃତ ପ୍ରମାଣ ମିଳି ପାରିନାହିଁ ।
ଏହି କାହାଣୀ ଦୁଇ ପ୍ରେମୀ ଯୁଗଳଙ୍କ ସମ୍ପର୍କରେ ବର୍ଣ୍ଣିତ । "ହୀର" ପଞ୍ଜାବର ଝାଙ୍ଗ ସହରର ସିୟାଳ ଉପଜାତି ସମ୍ପ୍ରଦାୟ ଧନୀ ପରିବାରରେ ଜନ୍ମ ଲାଭ କରିଥିବା ଏକ ସୁନ୍ଦରୀ କନ୍ୟା ଥିଲେ । "ରାଞ୍ଝା" ଚନାବ ନଦୀ କୂଳରେ "ତଖ୍ୱତ ହଜାରା" ନାମକ ଗ୍ରାମର ଏକ କୃଷକ ଉପଜାତି ପରିବାରର ଚାରି ପୁତ୍ରମାନଙ୍କ ମଧ୍ୟରେ ସବୁଠାରୁ ଛୋଟ ପୁତ୍ର ଥିଲେ । ସେ ତାଙ୍କ ପିତାଙ୍କର ସବୁଠାରୁ ପ୍ରିୟ ପୁତ୍ର ଥିଲେ ; ସେଥିପାଇଁ ଯେଉଁଠାରେ ତାଙ୍କ ଭାଈମାନେ କ୍ଷେତରେ ପରିଶ୍ରମ କରୁଥିଲେ , ରାଞ୍ଝା ବଂଶୀ (ପଞ୍ଜାବୀରେ 'ବଞ୍ଜଳୀ') ବଜାଇ ଆରାମରେ ଜୀବନ ନିର୍ବାହ କରୁଥିଲେ । ରାଞ୍ଝାଙ୍କୁ ପିଲାବେଳୁ ହିଁ ସୁନ୍ଦରତା ପସନ୍ଦ ଥିଲା । ସେ ନିଜ ପାଇଁ ସ୍ୱପ୍ନରେ ହିଁ ଜଣେ ହସିନାର ରୂପ ଚିତ୍ର ଗଢ଼ି ଦେଇଥିଲେ । ୧୨ ବର୍ଷ ବୟସରେ ପିତାଙ୍କର ସାୟା ରାଞ୍ଝାଙ୍କ ମୁଣ୍ଡରୁ ଉଠି ଯାଇଥିଲା । ତାଙ୍କର ଭାଉଜମାନେ ତାଙ୍କୁ ଖାଇବାକୁ ଦେବାପାଇଁ ମନ କରିଦେଲେ । ନିଜ ଭାଈମାନଙ୍କଠାରୁ ଅଲଗା ହେବା ପରେ ସବୁଦିନ ଏକ ଗଛ ତଳେ ବସି ରହୁଥିଲେ ଏବଂ ନିଜ ସ୍ୱପ୍ନର ରାଣୀ ବିଷୟରେ ଭାବୁଥିଲେ । ଦିନେ ଜଣେ ପୀର୍ ବାବା ପଚାରିଲେ କି- ତୁମେ ଏତେ ଦୁଃଖୀ କାହିଁକି ଅଛ? ସେହି ସମୟରେ ରାଞ୍ଝା ପୀରଙ୍କୁ ନିଜଦ୍ୱାରା ରଚିତ ପ୍ରେମ ଗୀତ ଶୁଣାଇ ଥିଲେ, ଯେଉଁଥିରେ ସ୍ୱପ୍ନ ରାଣୀର କଥା ଉଲ୍ଲେଖ ଥିଲା । ପୀର୍ କହିଥିଲେ ଯେ- ତୁମ ସ୍ୱପ୍ନର ରାଣୀ ହୀରଙ୍କ ଛଡ଼ା ଆଉ କେହି ମଧ୍ୟ ହୋଇପାରିବେ ନାହିଁ । ଏହା ଶୁଣି ରାଞ୍ଝା ନିଜ ଗ୍ରାମ ଛାଡ଼ି ହୀରଙ୍କୁ ଖୋଜିବାକୁ ବାହାରି ଗଲେ ଏବଂ ଚାଲି-ଚାଲି "ହୀର"ଙ୍କ ଗ୍ରାମରେ ପହଞ୍ଚିଗଲେ । ହୀର ବହୁତ ଦୃଢ଼ ଶକ୍ତି ବୁଦ୍ଧି ବିଶିଷ୍ଟ ଝିଅ ଥିଲେ । ଦିନେ ରାତ୍ରି କାଳରେ ରାଞ୍ଝା "ହୀର"ଙ୍କ ନାବରେ ଲୁଚି ଶୋଇ ପଡ଼ିଥିଲେ । ଏହା ଦେଖି ହୀର ପୁରା ରାଗି ଯାଇଥିଲେ , କିନ୍ତୁ ଯେତେବେଳେ ହୀର ଜଣେ ଯବାନ ପୁରୁଷଙ୍କୁ ଦେଖିଲେ ସେତେବେଳେ ନିଜ ରାଗକୁ ଭୁଲି ଗଲେ ଏବଂ ରାଞ୍ଝାଙ୍କୁ ଦେଖି ରହିଗଲେ । ତା'ପରେ ରାଞ୍ଝା ନିଜ ସ୍ୱପ୍ନ କଥା ହୀରଙ୍କୁ ଜଣେଇ ଥିଲେ । ରାଞ୍ଝାଙ୍କ ଉପରେ ଆକୃଷ୍ଟ ହୀର ତାଙ୍କୁ ନିଜ ଘରକୁ ନେଇଗଲେ ।ସେଠାରେ ତାଙ୍କୁ ମଧ୍ୟ ହୀରଙ୍କ ସହ ପ୍ରେମ ହୋଇଗଲା । ହୀର ତାଙ୍କୁ ପିତାଙ୍କର ଗାଈ-ମଇଁଷି ଚରାଇବାର କାମ ଦେଲେ । ରାଞ୍ଝାଙ୍କ ବଂଶୀ ବାଦନ ଶୁଣି ହିର ମୁଗ୍ଧ ହୋଇଗଲେ ଏବଂ ତାଙ୍କୁ ମଧ୍ୟ ଭଲପାଇ ବସିଲେ । ସେମାନେ ଦୁହେଁ ଦୁହିଁଙ୍କୁ ଲୁଚି-ଲୁଚି ଦେଖା କରିବାକୁ ଲାଗିଲେ । ଗୋଟେ ଦିନ ହିରଙ୍କ ଦାଦା , ସମ୍ପର୍କୀୟ ଦେଖିଦେଲେ ଏବଂ ତାଙ୍କ ପିତା (ଚୂଚକ) ଓ ମାତା (ମଲକୀ) ଜବରଦସ୍ତୀ ହିରଙ୍କ ବିବାହ ଜଣେ "ସୌଦା ଖେଦା" ନାମକ ବ୍ୟକ୍ତିଙ୍କ ସହ କରିଦେଲେ ।
ରାଞ୍ଝାଙ୍କ ହୃଦୟ ଭାଙ୍ଗିପଡ଼େ ଏବଂ ସେ ଯୋଗ ଶିକ୍ଷା କରିବା ପାଇଁ "ବାବା ଗୋରଖନାଥ"ଙ୍କ ଡେରେ , ଟିଲ୍ଲା ଯୋଗିୟାଁକୁ ପଳେଇଲେ ।
ଗୋରଖନାଥଙ୍କ ଚେଲାମାନେ ନିଜ କାନ ଛେଦନ କରି ବାଳି ପିନ୍ଧିବା କାରଣରୁ ତାଙ୍କୁ କାନଫଟେ କୁହାଯାଉଥିଲା । ରାଞ୍ଝା ମଧ୍ୟ କାନ ଛେଦନ କରି "ଅଲେଖ ନିରଞ୍ଜନ"ର ଜପ କରି ପୁରା ପଞ୍ଜାବରେ ବୁଲିବାକୁ ଲାଗିଲେ । ଶେଷରେ ଗୋଟେ ଦିନ ସେ ହୀରଙ୍କ ଶଶୁର ଘର ଗ୍ରାମରେ ପହଞ୍ଚି ଗଲେ । ହୀର-ରାଞ୍ଝା ଦୁହେଁ ହିରଙ୍କ ଗ୍ରାମ ପଳେଇଆସିଲେ ଯେଉଁଠାରେ ହିରଙ୍କ ମାତା-ପିତା ସେମାନଙ୍କୁ ବିବାହ କରିବା ପାଇଁ ମଞ୍ଜୁରୀ ଦେଇଦେଲେ । କିନ୍ତୁ ହୀରଙ୍କ ଦାଦା ଫୌଦୋ ସେମାନଙ୍କୁ ଖୁସିରେ ଦେଖି ଜଳୁଥିଲେ । ବାହାଘର ଦିନ ହୀରଙ୍କ ଦାଦା , ହୀରଙ୍କ ଖାଦ୍ୟରେ ବିଷ ମିଶାଇଦେଲେ । ଏହି ଖବର ଶୁଣି ରାଞ୍ଝା ହୀରଙ୍କୁ ବଞ୍ଚେଇବା ପାଇଁ ଦୌଡ଼ି ଆସିଲେ କିନ୍ତୁ ବହୁତ ଡେରି ହୋଇସାରିଥିଲା । ରାଞ୍ଝା ଏହି ଦୁଃଖକୁ ବରଦାସ୍ତ କରି ନ ପରି ସେହି ବିଷାକ୍ତ ମିଠାକୁ ଖାଇଦେଲେ ଏବଂ ହିରଙ୍କ ପାଖରେ ନିଜ ଶେଷ ଜୀବନ ତ୍ୟାଗ କଲେ । ତାଙ୍କୁ ହିରଙ୍କ ଶହର , ଝାଙ୍ଗରେ ପୋତା ଯାଇଥିଲା ଏବଂ ସବୁ ଆଡୁ ଲୋକମାନେ ତାଙ୍କ ଶ୍ରଦ୍ଧାଲିପି ଥିବା ସମାଧି ଫଳକ ପାଖକୁ ଆସି ତାଙ୍କୁ ବହୁ ମନେ ପକାଇଥା'ନ୍ତି । [୪]
ଏହି ପରି ଖୁଦା ଦୁଇ ସତ୍ୟ ପ୍ରେମୀ ଯୁଗଳଙ୍କୁ ମିଳାଇ ଥିଲେ, କିନ୍ତୁ ଦୁନିଆ ସେମାନଙ୍କର ହତ୍ୟା କରିଦେଲା । ଆଜି ପର୍ଯ୍ୟନ୍ତ ପ୍ରେମୀ ମାନଙ୍କ ସହିତ ଦୁନିଆର ଲୋକମାନେ ଏହିପରି ଦୁଷ୍କର୍ମ କରିଆସୁଛନ୍ତି । ଜଣା ନାହିଁ ଏହାର ଅନ୍ତ କେବେ ହେବ ।
ଏହି ଦୁନିଆରେ ସମସ୍ତଙ୍କୁ ଦିନେ ନା ଦିନେ ମରିବାକୁ ହେବ । ସମସ୍ତ ପିଲାବେଳରୁ ବୃଦ୍ଧା ଅବସ୍ଥା ପର୍ଯ୍ୟନ୍ତ ଜୀବନ ନିର୍ବାହ କରିଥାନ୍ତି ଏବଂ ମୃତ୍ୟୁବରଣ କରିଥାନ୍ତି । କିନ୍ତୁ ହୀର ରାଞ୍ଝାର ମୃତ୍ୟୁ ସାଧାରଣ ନଥିଲା । ଦୁନିଆ ଶେଷ ହୋଇଯିବ କିନ୍ତୁ ହୀର ରାଞ୍ଝାର ପ୍ରକୃତ ପ୍ରେମ କାହାଣୀ ସବୁଦିନ ପାଇଁ ବଞ୍ଚିଥିବ ।
ଈଶ୍ୱରଙ୍କ ପାଖରେ ପ୍ରାର୍ଥନା ଆରମ୍ଭରୁ , [୫] ଏହିପରି ଏକ ପାଠାନ୍ତର ଦିଆଯାଇଥିଲା
(ପଞ୍ଜାବର ଆର୍.ସି. ମନ୍ଦିରର ଏକ କିମ୍ବଦନ୍ତୀ , ରୁପା ଏବଂ କମ୍ପାନୀ , ଦୁଇ ଗ୍ରନ୍ଥଖଣ୍ଡ , ପୃଷ୍ଠା ୬୦୬)
ରାଗ ହୀର-ରାଞ୍ଝା
:
ଅୱାଲ-ଆଖିର ନାମ ଆଲ୍ଲା ଦ ଲେନା , ଦୁଜା ଦସ ମହମ୍ମଦ ମିରାନ
ତିଜା ନୌନ ମତ ପିତା ଡ଼ ଲେନା , ଉନ୍ହା ଦ ଚୁଙ୍ଗା ଦୁଧ୍ ସରିରାନ
ଚଉଥା ନୌନ ଆନ ପାଣି ଦ ଲେନା , ଜିସ ଖାଭେ ମାନ ବନ୍ହେ ଧିରନ
ପଞ୍ଚମାନ ନୌନ ଧରତି ମାତା ଦ ଲେନା , ଜିସ ପର କଦମ ତାକିମାନ
ଛେୱାନ ନୌନ ଖ୍ୱଜା ପୀର ଦ ଲେନା , ଝୁଲ ପିଲାଭେ ଥଣ୍ଡେ ନିରାନ
ସତୱାନ ନୌନ ଗୁରୁ ଗୋରଖନାଥ ଦେ ଲେନା , ପତଲ ପୂଜା ଭୋଜନ
ଆଠୱାନ ନୌନ ଲାଲାନୱାଲେ ଦ ଲେନା , ବନ୍ଦେ ବନ୍ଦେ ଦେ ତବକ ଜ଼ାଞ୍ଜିରାନ
ପ୍ରଥମ ଆଲ୍ଲାଙ୍କ ନାମ ଏବଂ ଦ୍ୱିତୀୟ ପ୍ରଧାନ ମହମ୍ମଦ , (ଭଗବାନ)ଙ୍କର ଅର୍ଧପ୍ରବର୍ତ୍ତକ
ତୃତୀୟ , ପିତା ଏବଂ ମାତାଙ୍କ ନାମ , ଯାହାଙ୍କ ରକ୍ତ , କ୍ଷୀର ମୋ ଶରୀରରେ ଉନ୍ନତି କରିଥିଲା ।
ଚତୁର୍ଥ , ରୁଟି ଏବଂ ପାଣିର ନାମ ନିଅ , ଯାହାକୁ ଖାଇବାଦ୍ୱାରା ମୋ ହୃଦୟ ଆନନ୍ଦିତ ହୋଇଥିଲା ।
ପଞ୍ଚମ , ମାତୃଭୂମିର ନାମ ନିଅ , ଯେଉଁଠାରେ ମୁଁ ମୋ ସ୍ଥାନ ପାଇଁ ଉପଯୋଗ ଥିଲି ।
ଷଷ୍ଠ , ଖୱାଜ (ଖିଜ଼ର , ସିଦ୍ଧିପୁରୁଷ) , ଯିଏ ମୋତେ ପିଇବା ପାଇଁ ଥଣ୍ଡା ପାନୀୟ ଦେଇଥିଲେ ।
ସପ୍ତମରେ , ଗୁରୁ ଗୋରଖନାଥଙ୍କ ନାମ ନିଅ , ଯିଏ ଖାଦ୍ୟ ପାଇଁ ବଡ଼ ଥାଳିରେ ଥିବା କ୍ଷୀର ଏବଂ ଭାତକୁ ଉପାସନା କରୁଥିଲେ ।
ଅଷ୍ଟମରେ , ଲାଲାନୱାଲାଙ୍କ ନାମ ନିଅ , ଯିଏ ଶିକୁଳିରେ ଆବଦ୍ଧ ବ୍ୟକ୍ତି ଓ ପଶୁଙ୍କ ବନ୍ଧନକୁ ଭାଙ୍ଗିଥିଲେ ।
ଦାମୋଦର କବି , ଅକବରଙ୍କ ରାଜ୍ୟକଳାରେ ବଞ୍ଚିଲେ ଏବଂ ନିଜକୁ ହୀରଙ୍କ ପିତା "ଚୂଚକ"ଙ୍କ ମିତ୍ର ବୋଲି କୁହନ୍ତି ; ସେ ନିଜ ମତ ଦିଅନ୍ତି ଯେ , ଏସବୁ ମୋର ଆଖିରେ ଦେଖିଥିବା ଘଟଣା ଅଟେ । ଦାମୋଦରଙ୍କର (ଖ୍ରୀଷ୍ଟପୂର୍ବ ୧୫୭୨) ପରେ ପଞ୍ଜାବୀ ସାହିତ୍ୟରେ ପାଖାପାଖି ୩୦ ଗାଥା "ହୀର" କିମ୍ବା "ହୀର-ରାଞ୍ଝା" ନାମରେ ଉପଲବ୍ଧ ହୋଇଛି ; ଯେଉଁଥିରେ , ଗୁରଦାସ (୧୬୦୭) , ଅହମଦ ଗୁଜ୍ଜର (୧୭୯୨) , ଗୁରୁ ଗୋବିନ୍ଦସିଂ (୧୭୦୦) , ମିୟାଁ ଚିରାଗ ଅବାନ (୧୭୧୦) , ମୁକବଲ (୧୭୫୫) , ବାରିସ ଶାହା (୧୭୭୫) , ହାମିଦଶାହା (୧୮୦୫) , ହାଶିମ , ଅହମଦୟାର , ପୀର ମୁହମ୍ମଦ ବସ୍ୱଶ , ଫଜଲଶାହ , ମୌଲାଶାହା , ଭଗବାନ ସିଂହ , କିଶନ ସିଂହ ଆରିଫ (୧୮୮୯) , ସନ୍ଥ ହଜାରାସିଂହ (୧୮୯୪) ଏବଂ ଗୋକୁଳଚନ୍ଦ ଶର୍ମାଙ୍କ ଗାଥା ସର୍ବ ବିଦିତ ରହିଛି , କିନ୍ତୁ ଯାହା ପ୍ରସିଦ୍ଧ ବାରିସଶାହଙ୍କ କୃତିରେ ଯାହା ପ୍ରାପ୍ତ ହୋଇଥିଲା ତାହା ଅନ୍ୟ କୌଣସି କବିଙ୍କୁ ମିଳିପାରିନାହିଁ । ନାଟକୀୟ ଭାଷା , ଅଳଙ୍କାର ଏବଂ ଅନ୍ୟେକ୍ତିୟଂଙ୍କ ନବୀନତା , ଅନୁଭୁତିର ବିସ୍ତୃତି , ଆଚାର ବ୍ୟବହାରର ଆଦର୍ଶବାଦିତା , ଇଷ୍କ ମଜାଜରେ ଇଷ୍କର ବ୍ୟାଖ୍ୟା , ବର୍ଣ୍ଣନା ଏବଂ ଭାବ ଇତ୍ୟାଦି ଏହି ଗାଥାର ଅନେକ ବିଶେଷତା ରହିଛି । ଏଥିରେ ଛନ୍ଦର ପ୍ରୟୋଗ ଅତ୍ୟନ୍ତ ସଫଳତାପୂର୍ବକ ହୋଇଛି । ଗ୍ରାମୀଣ ଜୀବନର ଚିତ୍ରଣ , ଦୃଶ୍ୟବର୍ଣ୍ଣନା , କଳ୍ପନା ଏବଂ ସହିତ୍ୟିକତାର ଦୃଷ୍ଟିରେ ମୁକାବଲର "ହୀର-ରାଞ୍ଝା" ବାରିସର "ହୀର"ଙ୍କର ସମକକ୍ଷ ବୋଲି ଗ୍ରହଣ କରାଯାଇପାରେ ।