ହୀରା ଦେବୀ ୱାଇବା | |
---|---|
ଜନ୍ମ | Ambootia Tea Estate, Kurseong, West Bengal, Darjeeling, India | ୯ ସେପ୍ଟେମ୍ବର ୧୯୪୦
ମୃତ୍ୟୁ | ୧୯ ଜାନୁଆରୀ ୨୦୧୧ Kadamtala, Darjeeling, West Bengal, India | (ବୟସ ୭୦)
ଅନ୍ୟ ନାମ | Lok Geet Samragi (Queen of Nepali Folk Songs) |
ଶିକ୍ଷାନୁଷ୍ଠାନ |
|
ବୃତ୍ତିସମୂହ |
|
ସକ୍ରିୟ ବର୍ଷ | 1974–2011 |
ପ୍ରସିଦ୍ଧି | Pioneer of Nepali folk songs and music |
ବୈବାହିକ-ସାଥୀ | Late Ratal Lal Aditya |
ସନ୍ତାନ |
|
ପିତାମାତା |
|
Musical career | |
ଶୈଳୀ | Tamang Selo, Nepali Folk |
ବାଦ୍ୟଯନ୍ତ୍ର | |
ଲେବଲ |
|
ଅନ୍ୟ ଅଂଶଗ୍ରହଣ |
ହୀରା ଦେବୀ ୱାଇବା (୯ ସେପ୍ଟେମ୍ବର ୧୯୪୦ - ୧୯ ଜାନୁଆରୀ ୨୦୧୧) ଜଣେ ଭାରତୀୟ ଲୋକ ସଙ୍ଗୀତ ଗାୟକ ଥିଲେ ଯିଏ ନେପାଳୀ ଭାଷାରେ ଗୀତ ଗାଉଥିଲେ । ତାଙ୍କୁ ନେପାଳୀ ଲୋକ ସଙ୍ଗୀତର ଅଗ୍ରଦୂତ କୁହାଯାଉଥିଲା ।
ତାଙ୍କର ଗୀତ ଚୁରା ତା ହୋଇନା ଅସ୍ତୁରା ନେପାଳୀ ଶୈଳୀର ପ୍ରଥମ ତାମଙ୍ଗ ସେଲୋ ଗୀତ ଥିଲେ ଯାହା ରେକର୍ଡ଼ିଙ୍ଗ ହୋଇଥିଲା । ହୀରା ଦେବୀ ୱାଇବା ପ୍ରଥମ ଲୋକ ସଙ୍ଗୀତ ଗାୟିକା ଥିଲେ ଯାହାଙ୍କର ଗୀତ ଏଚଏମଭି ତରଫରୁ ରେକର୍ଡ଼ କରାଯାଇଥିଲା ।[୧] ଆକାଶବାଣୀର ସେ ଏକମାତ୍ର ଏ ଗ୍ରେଡ ନେପାଳୀ ଲୋକ ସଙ୍ଗୀତ ଗାୟିକା ଥିଲେ । ନେପାଳରେ ଥିବା ଏକ ମୁଖ୍ୟ ସଙ୍ଗୀତ ଗୃହ ତାଙ୍କର ଗୀତ ରେକର୍ଡ଼ କରିଥିଲେ ଓ ସେ ତାଙ୍କର ପ୍ରଥମ ନେପାଳୀ କଳାକାର ଥିଲେ ଯାହାଙ୍କର ଗୀତ ରେକର୍ଡ଼ ହୋଇ ଆଲବମ ତିଆରି ହୋଇଥିଲା ।[୧]
କୁର୍ସେଓଙ୍ଗ, ନେପାଳ ପାଖରେ ଅମ୍ବୁତିଆ ଚା ବଗିଚା ନିକଟରେ ଲୋକ ସଙ୍ଗୀତ ଗାୟକ ଓ ସଙ୍ଗୀତଜ୍ଞ ଥିବା ଏକ ଦୀର୍ଘ ପିଢ଼ୀରେ ହୀରା ଦେବୀ ୱାଇବା ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ 'ସିଂ ମାନ ସିଂହ ୱାଇବା' ଓ ମାତାଙ୍କ ନାମ 'ଶେରୋଙ୍ଗ ଡୋଲମା' ଥିଲା । ହୀରା ଦେବୀ ୱାଇବାଙ୍କର ଦୀର୍ଘ ୪୦ ବର୍ଷର ସଙ୍ଗୀତ ଜୀବନରେ ପ୍ରାଯ ୩୦୦ ଲୋକ ଲୋକଗୀତ ଗାଇଥିଲେ ।[୨] ରେଡିଓ ନେପାଳ, କୁର୍ସେଓଙ୍ଗ ନିମନ୍ତେ ୧୯୬୬ ମସିହାରେ ତାଙ୍କର ପ୍ରଥମ କରି ତିନୋଟି ଗୀତ ୧୯୬୬ ମସିହାର ରେକର୍ଡ଼ ହୋଇଥିଲା । କୁର୍ସେଓଙ୍ଗରେ ଥିବା ଆକାଶବାଣୀ ଷ୍ଟେସନରେ ସେ ୧୯୬୩ରୁ ୧୯୬୫ ପର୍ଯ୍ୟନ୍ତ ରେଡିଓ ଘୋଷକ ଥିଲେ ।[୩]
ହୀରା ଦେବୀ ୱାଇବାଙ୍କର ଗୀତମାନଙ୍କ ମଧରେ ଫରିୟା ଲ୍ୟାଇଦିୟେଚାନ (Phariya Lyaaidiyechan,), ଓରା ଦାଉଦି ଜାନ୍ଦା (Ora Daudi Jaanda) ଓ ରାମରି ତାଃ ରାମରି (and Ramri tah Ramri) ଉଲ୍ଲେଖନୀୟ ଲୋକପ୍ରିୟ ହୋଇଥିଲେ । ତାଙ୍କ ପିତାଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ସେ ସିଲିଗୁଡ଼ି ପାଖରେ ଥିବା କଦମତାଲାରେ ୨୦୦୮ ମସିହାରେ ସେ 'ଏସଏମ ୱାଇବା ଆନ୍ତର୍ଜାତୀୟ ସଙ୍ଗୀତ ଓ ନୃତ୍ୟ ଏକାଡେମୀ' ଖୋଲିଥିଲେ ।
ହୀରା ଦେବୀ ତାଙ୍କର ନିଜ ଘରେ ଏକ ଦୁର୍ଘଟଣାରେ ପୋଡ଼ିଯିବା ଆଘାତ ଯୋଗୁ ୧୯ ଜାନୁଆରୀ ୨୦୧୧ ମସିହାର ମୃତ୍ୟୁ ବରଣ କରିଥିଲେ । [୪] ସେ ସଂସାରରେ ନବନୀତ ଆଦିତ୍ୟା ୱାଇବା ଓ ସତ୍ୟ ଆଦିତ୍ୟ ୱାଇବା ନାମକ ଦୁଇଟି ସନ୍ତାନ ଛାଡ଼ିଯାଇଥିଲେ ଯେଉଁମାନେ ତାଙ୍କ ଭଳି ସଙ୍ଗୀତଜ୍ଞ ହୋଇଛନ୍ତି ।[୫]
ହୀରା ଦେବୀଙ୍କୁ ନେପାଳି ଅକାଦେମୀ ପକ୍ଷରୁ ୧୯୮୬ ମସିହାରେ ମିତ୍ରସେନ ପୁରସ୍କାର, ୧୯୯୬ ମସିହାରେ ସିକ୍କିମ ସରକାରଙ୍କ ତରଫରୁ ମିତ୍ରସେନ ସ୍ମୃତି ପୁରସ୍କାର, ଭାନୁ ଅକାଦେମି ପୁରସ୍କାର, ୨୦୦୧ ମସିହାର ଅଗମ ସିଂହ ଗିରି ପୁରସ୍କାର ଓ ଗୋର୍ଖା ସହୀଦ ସେବା ସମିତି ତରଫରୁ ଲାଇଫ ଟାଇମ ଅଚିଭମେଣ୍ଟ ପୁରସ୍କାର ମିଳିଥଲା । ନେପାଳ ସରକାର ତାଙ୍କୁ ଗୋର୍ଖା ଦକ୍ଷିନା ବୋହୁ (Knighthood of Nepal) ସମ୍ମାନ, ସାଧନା ସମ୍ମାନ ଓ ମଧୁରିମା ଫୁଲ କୁମାରୀ ମାହାତୋ ପୁରସ୍କାର ପ୍ରଦାନ କରିଥିଲେ ।[୪]