ହୀରାକୁଦ ବନ୍ଧ | |
---|---|
![]() ହୀରାକୁଦ ବନ୍ଧର ପାଣିଛାଡ଼ିବା ବାଟ | |
ପ୍ରଶାସନିକ ନାଆଁ | ହୀରାକୁଦ ବନ୍ଧ |
ସ୍ଥାନୀୟତା | ହୀରାକୁଦ ବନ୍ଧ |
ଦିଗବାରେଣି | 21°34′N 83°52′E / 21.57°N 83.87°E |
କାମ ଆରମ୍ଭ ହେଲା | ୧୯୪୮ |
ଖୋଲା ଗଲା | ୧୯୫୭ |
ତିଅରି ଖର୍ଚ | ୧୦୧ କୋଟି ଟଙ୍କା (୧୯୫୭) |
ବନ୍ଧ ଓ ପାଣି ଯିବା ବାଟ | |
ବନ୍ଧର ପ୍ରକାର | ବନ୍ଧ ଓ ଜଳ ଭଣ୍ଡାର |
ଉଚ୍ଚତା | 60.96 m (200 ft) |
ଲମ୍ବା | 4.8 km (3 mi) (main section) 25.8 km (16 mi) (entire dam) |
ଜବତ କରିବା | ମହାନଦୀ |
ପାଣିଯିବା ବାଟ | ୬୪ ସ୍ଲୁଇସ ଗେଟ |
ପାଣିଯିବା ବାଟର କ୍ଷମତା | 42,450 cubic metres per second (1,499,000 cu ft/s) |
ଜଳଭଣ୍ଡାର | |
କ୍ଷମତା | 5,896,000,000 m3 (4,779,965 acre⋅ft) |
ନିଷ୍କାସନ କୁଣ୍ଡ | 83,400 km2 (32,201 sq mi) |
ପାବାର ଷ୍ଟେସନ | |
ଟରବାଇନସବୁ | ପାବାର ହାଉସ ୧ (ବୁର୍ଲା): ୫ x ୩୭.5 MW, ୨ x ୨୪ MW କାପଲାନ ପ୍ରକାରର ପାବାର ହାଉସ ୨ (ଚିପିଲିମା): : ୩ x ୨୪ MW |
ପ୍ରତିଷ୍ଠିତ କ୍ଷମତା | ୩୦୭.୫ MW |
ହୀରାକୁଦ ନଦୀବନ୍ଧ, ମହାନଦୀ ତଟରେ ଅବସ୍ଥିତଥିବା ଓଡ଼ିଶାର ସବୁଠୁ ବଡ଼ ନଦୀବନ୍ଧ ଓ ଜଳ ପରିଯୋଜନା । ଏଠାରୁ ଜଳ ବିଦ୍ୟୁତ ଶକ୍ତି ଉତ୍ପାଦନ କରାଯାଇ ସାରା ଓଡ଼ିଶାକୁ ବିତରଣ କରାଯାଏ । ଏହା କୃଷି ଜଳସେଚନରେ ମଧ୍ୟ ସାହାଯ୍ୟ କରେ । ବନ୍ୟା ନିୟନ୍ତ୍ରଣ, ଜଳସେଚନ ଓ ବିଦ୍ୟୁତ ଉତ୍ପାଦନକୁ ଦୃଷ୍ଟିରେ ରଖି ହୀରାକୁଦ ବହୁମୁଖୀ ନଦୀବନ୍ଧ ଯୋଜନା ଭାରତ ସରକାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୧୯୫୭ରେ ସମ୍ପୂର୍ଣ୍ଣ ହୋଇଥିଲା । ଏହି ନଦୀବନ୍ଧ ଯୋଜନାରେ ସମୁଦାୟ ୮୪,୯୯୪ ବର୍ଗ କି.ମି. ଅଞ୍ଚଳରୁ ଜଳ ସଂଗୃହିତ ହେଉଥିବାବେଳେ ସେଥିରୁ ୬୭,୧୬୮ ବର୍ଗ କି.ମି. ଅର୍ଥା ୯୦% ଛତିଶଗଡ଼ ରାଜ୍ୟର ଅନ୍ତର୍ଭୁକ୍ତ । ହୀରାକୁଦ ଜଳଭଣ୍ଡାରର କ୍ଷମତା ୪,୮୨୧ ନିୟୁତ ଘନ ମିଟର ଏବଂ ସିଧାସଳଖଭାବେ ଏଥିରୁ ୨ ଲକ୍ଷ ୬୭ ହଜାର ଜମି ଜଳସେଚିତ ହେଉଛି । ଏହାଛଡା ହୀରାକୁଦର ଦୁଇଟି ପ୍ରକଳ୍ପରୁ ୩୪୭ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଛି । [୧]
ମୂଳ ପ୍ରସ୍ତାବ ଅନୁଯାୟୀ ହୀରାକୁଦ, ଟିକରପଡା,ନରାଜଠାରେ ବନ୍ଧ ନିର୍ମାଣ ହେବାର ଥିଲା । ଆନ୍ଦୋଳନ ଯୋଗୁଁ ଟିକରପଡ଼ା ବନ୍ଧ,ମଣିଭଦ୍ରା ବନ୍ଧ ଓ ସୁବଳୟା ବନ୍ଧ ବନ୍ଦ ହୋଇଯାଇଥିଲା । କେବଳ ହୀରାକୁଦ ବନ୍ଧ ନିର୍ମାଣ ସମ୍ଭବ ହେଲା ।
ଚଳନ୍ତି ରୁଲ କର୍ଭ ଅନୁଯାୟୀ ସର୍ବନିମ୍ନ ଜଳସ୍ତର ଜୁଲାଇ ୧ରେ ୫୯୫ ଫୁଟ, ଅଗଷ୍ଟ ୧ରେ ୫୯୦ ଫୁଟ, ଅଗଷ୍ଟ ୧୧ରେ ୬୦୫-୬୧୧ ଫୁଟ, ଅଗଷ୍ଟ ୨୧ରେ ୬୧୦-୬୨୨ ଫୁଟ, ସେପ୍ଟେମ୍ବର ୧ରେ ୬୧୯-୬୨୭ ଫୁଟ, ସେପ୍ଟେମ୍ବର ୧୧ରେ ୬୨୪-୬୨୯ ଫୁଟ, ସେପ୍ଟେମ୍ବର ୨୧ରେ ୬୨୯.୫-୬୩୦ ଫୁଟ ଏବଂ ଅକ୍ଟୋବର ୧ରେ ୬୩୦ ଫୁଟ ରହିବ ବୋଲି ନିର୍ଦ୍ଧାରଣ ହୋଇଛି ।[୨]
ହୀରାକୁଦ ଜଳଭଣ୍ଡାର ନିର୍ମାଣ ପାଇଁ [୩]168ଟି ଗ୍ରାମ ଜଳମଗ୍ନ ହେଇଥିଲା । ଏହି ଗ୍ରାମ ସମୂହରେ 1,23,00 ଏକର ଚାଷ ଜମି , ତାହା ମଧ୍ୟରୁ ଅନେକ ଉର୍ବର ଜମି ଥାଏ ଜଳମଗ୍ନ ହେଇଥିଲା । ଏହି ଗ୍ରାମ ସବୁ ଜଳମଗ୍ନ ହେବାଦ୍ୱାରା ସମୁଦାୟ 26,561ଟି ପରିବାର ବାସହରା ହେଇ 1 ଲକ୍ଷ ଲୋକ ଦୁର୍ଦିନ ଭିତରେ ରହିଲେ । ବରତମା ଯାଏ ବନ୍ଧା ନିର୍ମାଣର 60 ବର୍ଷ ପରେ ମଧ୍ୟ ଏହି ବିସ୍ଥାପିତ ପରିବାର ମଧ୍ୟରୁ 10,000 ପରିବାର କୌଣସି ପ୍ରକାର ସହାୟତା ପାଇ ନାହାନ୍ତି । [୪][୫]
୧୯୬୨ର ହୀରାକୁଦ ଇଭାଲୁଏସନ କମିଟି ରିପୋର୍ଟରେ ସ୍ପଷ୍ଟଭାବେ ଉଲ୍ଲେଖ ଅଛି ଯେ ହୀରାକୁଦ ମାଧ୍ୟମରେ ସାଧାରଣ ବନ୍ୟା ନିୟନ୍ତ୍ରଣ କରାଯାଇପାରିବ । ପ୍ରବଳ ବନ୍ୟା ଆଂଶିକ ଭାବେ ନିୟନ୍ତ୍ରଣ ସମ୍ଭବ ।ଅସାଧାରଣ ବନ୍ୟା ନିୟନ୍ତ୍ରଣ ସମ୍ଭବ ନୁହେଁ । ହୀରାକୁଦ ବନ୍ଧ ନିର୍ମାଣର ପଚାଶ ବର୍ଷ ପୂର୍ବରୁ ଯେତିକି ଥର ବନ୍ୟା ହେଉଥିଲା । ପରବର୍ତ୍ତୀ ପଚାଶ ବର୍ଷ ମଧ୍ୟରେ ଅଧିକ ଥର ବନ୍ୟା ହୋଇଛି । ଅବଶ୍ୟ ହୀରାକୁଦ ଯୋଗୁଁ ଆଂଶିକ ବନ୍ୟାନିୟନ୍ତ୍ରଣ ସମ୍ଭବ ହୋଇଛି । ବନ୍ୟାନିୟନ୍ତ୍ରଣ ସକାଶେ ହୀରାକୁଦର ଜଳ ଧାରଣ କ୍ଷମତା ଆରମ୍ଭରୁ ଯଥେଷ୍ଟ ନ ଥିଲା । ପଟୁମାଟି ଭର୍ତ୍ତି ଯୋଗୁଁ ଏହାର ଜଳ ଧାରଣ କ୍ଷମତା ଶତକଡା ୩୧ଭାଗ ପାଖାପାଖି କମିଛି । ଭବିଷ୍ୟତରେ ଆହୁରି କମିବାର ସମ୍ଭାବନା ଅଛି । ଅନ୍ୟାନ୍ୟ ଜଳଭଣ୍ଡାର ତୁଳନାରେ ଯଦିଓ ହୀରାକୁଦ ଜଳଭଣ୍ଡାର ବହୁତ ବଡ଼, ବାସ୍ତବରେ ନିଜ ଅବବାହିକା ପାଇଁ ଏହା ଅତି ଛୋଟ । ହୀରାକୁଦ ଅବବାହିକାରେ ହାରାହାରି ୧୫ ସେଣ୍ଟିମିଟର ବୃଷ୍ଟିପାତରେ ହୀରାକୁଦ ଜଳଭଣ୍ଡାର ପୂର୍ଣ୍ଣ ହୋଇଯାଏ । [୬]
ହୀରାକୁଦର ଗଭୀରତା ୧୩୦ ଫୁଟ ହୋଇଥିବାବେଳେ, କେବଳ ୪୦ଫୁଟ ଜଳ ବ୍ୟବହୃତ ହୁଏ । ବର୍ଷ ଯାକ ୪ ଫୁଟ ବାଷ୍ପ ହୋଇ ନଷ୍ଟ ହୁଏ । ପ୍ରକୃତରେ ୩୬ ଫୁଟ ଜଳ ଉପଯୋଗୀ ହୁଏ । ଏହି କାରଣରୁ ଏହି ସ୍ଥାନ ନଦୀବନ୍ଧ ଯୋଜନା ପାଇଁ ଉପଯୁକ୍ତ ସ୍ଥାନ ନୁହେଁ ବୋଲି ୧୯୪୬ ଡିସେମ୍ବରରେ ମହିଶୂରର ଅବସରପ୍ରାପ୍ତ ମୁଖ୍ୟ ଇଞ୍ଜିନିଅର ଏମ ଜି ରଙ୍ଗେୟା ମତ ଦେଇଥିଲେ । ବନ୍ୟା ନିୟନ୍ତ୍ରଣ ପାଇଁ ହୀରାକୁଦ ଉପଯୁକ୍ତ ସ୍ଥାନ ନୁହେଁ । ତାଙ୍କ ରିପୋର୍ଟ ଉପରେ ଗୁରୁତ୍ୱ ଦିଆନଯାଇ ହୀରାକୁଦ ବନ୍ଧ ନିର୍ମିତ ହୋଇଥିଲା । [୭]
ଜଳ ପରିଚାଳନା ପାଇଁ ଏକ ରୁଲକର୍ଭ ରହିଛି । କେଉଁ ତାରିଖରେ ହୀରାକୁଦ ଜଳ ସ୍ତର କେତେ ରଖାଯିବ ରୁଲକର୍ଭ ଅନୁସାରେ କରାଯାଏ ।ଶେଷଥର ପାଇଁ ୧୯୮୮ରେ ରୁଲକର୍ଭ ସଂଶୋଧିତ ହୋଇଥିଲା । ଏବେ ସୁଦ୍ଧା ଜଳ ପ୍ରବାହ ଓ ଧାରଣ କ୍ଷମତା ପାଇଁ ପୁରାତନ ପ୍ରଣାଳୀ ଅବଲମ୍ବନ କରାଯାଉଛି ଯାହାଦ୍ୱାରା ବନ୍ୟା ନିୟନ୍ତ୍ରଣରେ ଲାଭ ମିଳୁନାହିଁ । [୮]
ଜଳବାୟୁରେ ବିରାଟ ପରିବର୍ତ୍ତନ, ଛତିଶଗଡ଼ରେ ଅନେକ ବନ୍ଧ ନିର୍ମାଣ ଯୋଗୁଁ, ହୀରାକୁଦକୁ ଜଳପ୍ରବାହରେ ଅନେକ ପରିବର୍ତ୍ତନ ହୋଇଛି । ୨୦୧୧ ସେପ୍ଟେମ୍ବର ୫ ତାରିଖରୁ ୯ ତାରିଖ ମଧ୍ୟରେ ଛତିଶଗଡ଼଼ର ଅଧିକାଂଶ ଛୋଟ ବଡ଼ ବନ୍ଧ ପ୍ରବଳ ବର୍ଷା ଯୋଗୁଁ ଶତକଡା ନବେ ଭାଗ ଭର୍ତ୍ତି ଥିଲା । ଆବଶ୍ୟକତା ଦୃଷ୍ଟିରୁ ସେହି ବନ୍ଧ ସବୁରୁ ଜଳ ନିଷ୍କାସିତ ହେଉଥିଲା । ଏବଂ ଏହି ଜଳ ହୀରାକୁଦ ଜଳଭଣ୍ଡାରରେ ପ୍ରବେଶ କଲା । ସେହିପରି ଇବ ଓ ଭେଡେନ ନଦୀରୁ ପ୍ରବଳ ବର୍ଷା ଯୋଗୁଁ ଏକ ସଙ୍ଗେ ବନ୍ୟା ଜଳ ପ୍ରବେଶ କଲା । ୬୩୦ ଫୁଟ ସ୍ତର ପର୍ଯ୍ୟନ୍ତ ଜଳ ଗଛିତ ରହିପାରିବ ଜାଣି ସୁଦ୍ଧା ସେପ୍ଟେମ୍ବର ୭ ତାରିଖରେ ଜଳପତ୍ତନ ୬୨୫.୬୦ ରଖାଯାଇଥିଲା । ରୁଲକର୍ଭ ଅନୁସାରେ ଯେତିକି ଜଳପତ୍ତନ ରହିବା କଥା ତାହାର ବହୁ ଉପରେ ରହିଥିଲା । ୩୬ଟି ଗେଟ ଖୋଲା ଥିଲା । ସେପ୍ଟେମ୍ବର ୨ ତାରିଖରେ ଭାରତୀୟ ପାଣିପାଗ ବିଭାଗ (ଇଣ୍ଡିଆନ ମେଟ୍ରୋଲୋଜିକାଲ ଡିପାର୍ଟମେଣ୍ଟ) ତରଫରୁ ଛତିଶଗଡ଼଼ ଓ ଓଡ଼ିଶାରେ ସପ୍ତାହ କ ମଧ୍ୟରେ ପ୍ରବଳ ବର୍ଷା ହେବ ବୋଲି ଘୋଷଣା କରାଯାଇଥିଲା । କର୍ତୃପକ୍ଷ ଘୋଷଣା ଉପରେ ନଜର ନଦେଇ ତାହା ପରଦିନ ୮ ତାରିଖରେ ଥରକୁଥର କରି ୫୯ଟି ଗେଟ ଖୋଲିଥିଲେ ।ପରିସ୍ଥିତି ଅସମ୍ଭାଳ ହୋଇ ପ୍ରବଳ ବନ୍ୟା ଯୋଗୁଁ ଅନେକ କ୍ଷୟକ୍ଷତି ହେଲା ।[୯]
ଅର୍ଦ୍ଧଶତାବ୍ଦୀ ବିତିଯାଇଥିଲେ ବି ହୀରାକୁଦ ବିସ୍ଥାପିତମାନଙ୍କୁ କ୍ଷତିପୂରଣ ଦେବା ସରିନାହିଁ । ୨୬୫୦୦ ପରିବାର ଏହି ଯୋଜନାରେ ବିସ୍ଥାପିତ ହେଲେ । ଏବେ ସୁଦ୍ଧା ନଅ ହଜାରରୁ ଉର୍ଦ୍ଧ୍ୱ ପରିବାର କ୍ଷତିପୂରଣ ପାଇନାହାନ୍ତି । [୧୦]
ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବାହ ଉପରେ ବୁଝାମଣା ନାହିଁ ବୋଲି ଜଣାଯାଏ । ଉପର ମୁଣ୍ଡରେ ଅନେକ ବନ୍ଧ ଛତିଶଗଡ଼଼ ସରକାରଙ୍କଦ୍ୱାରା ନିର୍ମାଣ ହୋଇଥିବାରୁ ମହାନଦୀ ଶୁଖିଲା ପଡ଼ିବ ଅନୁମାନ କରି ଓଡ଼ିଶା ତରଫରୁ ଥରକୁ ଥର 'ମହାନଦୀ ବଞ୍ଚାଅ' ବିକ୍ଷୋଭ ହୋଇଥିଲା । ୨୦୧୬ ମସିହା ଶେଷ ସୁଦ୍ଧା ଏହାର କୌଣସି ସମାଧାନ ହୋଇପାରିନଥିଲା ।[୧୧]
{{cite web}}
: Cite has empty unknown parameter: |1=
(help)
{{cite web}}
: Cite has empty unknown parameter: |1=
(help)
![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |