Clinical data | |
---|---|
Trade names | HepaGam B, Nabi-HB, Zutectra, others |
AHFS/Drugs.com | monograph |
Pregnancy category | |
Routes of administration | Intramuscular, intravenous |
Legal status | |
Legal status |
|
Pharmacokinetic data | |
Onset of action | Immediate[୨] |
Duration of action | 3 to 6 months[୨] |
(verify) |
ହେପାଟାଇଟିସ ବି ଇମ୍ୟୁନୋଗ୍ଲୋବୁଲିନ (ଇଂରାଜୀ ଭାଷାରେ Hepatitis B immunoglobulin/ HBIG) ହେଉଛି ଏକ ଔଷଧ ଯାହା ହେପାଟାଇଟିସ ବି ଏକ୍ସପୋଜର ପରେ ରୋକିବା ପାଇଁ ବ୍ୟବହୃତ ହୁଏ ।[୩] ହେପାଟାଇଟିସ ବି ପଜିଟିଭ ଥିବା ମହିଳାଙ୍କ ଶିଶୁ ଜନ୍ମ ପରେ, ହେପାଟାଇଟିସ ବି ରୋଗୀର ଲିଭର ପ୍ରତିରୋପଣ ପରେ ଏବଂ ଯେଉଁମାନେ ରୋଗ ପ୍ରତିରୋଧକ ନଥାଇ ଏକ୍ସପୋଜର ବା ଅନାବରଣ କେଶରେ ଏହା ଦିଆଯାଏ । [୩] ଏହା ଶିରା କିମ୍ବା ମାଂସପେଶୀରେ ଇଞ୍ଜେକସନ ଆକାରରେ ଦିଆଯାଇପାରେ ।[୩] ହେପାଟାଇଟିସ୍ ବି ଟିକା ସହିତ ଏକ ସମୟରେ ଔଷଧ ଦିଆଯାଇପାରେ, କିନ୍ତୁ ଏକ ଶରୀରର ଭିନ୍ନ ଭିନ୍ନ ସ୍ଥାନରେ ।[୪] [୫]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ଦିଆଯାଇଥିବା ସ୍ଥାନରେ ଯନ୍ତ୍ରଣା, ମୁଣ୍ଡବିନ୍ଧା, ଅଇ, ମୁଣ୍ଡ ହାଲୁକା ଏବଂ ଜ୍ୱର ହୋଇପାରେ ।[୩] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଅନ୍ତର୍ଭୁକ୍ତ ହୋଇପାରେ [୩] ଆବଶ୍ୟକ ସମୟରେ ଏହା ଗର୍ଭାବସ୍ଥାରେ ବ୍ୟବହୃତ ହୋଇପାରେ ।[୩] ଏହା ହେପାଟାଇଟିସ୍ ବି ପୃଷ୍ଠ ଭାଗ ଆଣ୍ଟିଜେନ୍ (ଆଣ୍ଟି-ଏଚ୍) ବିରୁଦ୍ଧରେ ଆଣ୍ଟିବଡି ଅଟେ ।[୩]
୧୯୭୪ ମସିହାରେ ଚିକିତ୍ସା କ୍ଷେତ୍ରରେ 'ହେପାଟାଇଟିସ ବି ଇମ୍ୟୁନୋଗ୍ଲୋବୁଲିନ' ଔଷଧର ବ୍ୟବହାର ଆରମ୍ଭ ହୋଇଥିଲା ।[୨] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ ।[୪] ଯୁକ୍ତରାଜ୍ୟରେ ୫୦୦ ଯୁନିଟ/ଏକକର ମୂଲ୍ୟ ୨୦୨୧ ସୁଦ୍ଧା ପ୍ରାୟ ୫୦୦ ପାଉଣ୍ଡ ଥିଲା ।[୪] ଯୁକ୍ତରାଷ୍ଟ୍ରରେ ୫ ମି.ଲି. ଔଷଧର ମୂଲ୍ୟ ୮୩୦ ଡଲାର ଥିଲା ।[୬] ଏହା ମାନବ ପ୍ଲାଜ୍ମାରୁ ତିଆରି ହୁଏ ।[୩]
{{cite book}}
: CS1 maint: date format (link)