ହୋଶମାଣ୍ଡ ବାନୁ ବେଗମ | |
---|---|
ମୋଗଲ ସାମ୍ରାଜ୍ୟର ରାଜକୁମାରୀ
| |
ଜୀବନସାଥୀ | ହୁଶଙ୍ଗ ମିର୍ଜା |
ବଂଶ | ତିମୁରିଦ ରାଜବଂଶ |
ବାପା | ଖୁସ୍ରାଉ ମିର୍ଜା |
ଜନ୍ମ | ୧୬୦୫ |
ହୋଶମାଣ୍ଡ ବାନୁ ବେଗମ (ପାର୍ସୀ: هوشمند بانو بیگم; ଜନ୍ମ: ୧୬୦୫)[୧] ମୋଗଲର ରାଜକୁମାରୀ, ରାଜକୁମାର ଖୁସ୍ରାଉ ମିର୍ଜାଙ୍କ ଝିଅ ଏବଂ ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କ ନାତୁଣୀ ଥିଲେ ।
ହୋଶମାଣ୍ଡ ବାନୁ ବେଗମ ୧୬୦୫ ମସିହାରେ ଜନ୍ମଗ୍ରହଣ କରିଥିଲେ । ଜାହାଙ୍ଗୀର ଉଲ୍ଲେଖ କରିଛନ୍ତି ଯେ, ଜ୍ୟୋତିଷମାନେ ତାଙ୍କୁ କହିଥିଲେ ଯେ ବାନୁ ବେଗମଙ୍କ ଜନ୍ମ ତାଙ୍କ ପିତାଙ୍କ ପାଇଁ ଶୁଭ ନୁହେଁ ବରଂ ତାଙ୍କ ଜେଜେବାପାଙ୍କ ପାଇଁ ଶୁଭ ହେବ । ଜ୍ୟୋତିଷଙ୍କ ପୂର୍ବାନୁମାନ ଅନୁଯାୟୀ ଜାହାଙ୍ଗୀର ତାଙ୍କୁ ତିନି ବର୍ଷ ବୟସରେ ଭେଟିଥିଲେ ।[୨]
୨୮ ଅକ୍ଟୋବର ୧୬୨୭ ମସିହାରେ ତାଙ୍କ ଜେଜେବାପା ଜାହାଙ୍ଗୀରଙ୍କ ମୃତ୍ୟୁ ପରେ ମାମୁଁ ରାଜକୁମାର ଶହରୟାର ମିର୍ଜା ନିଜକୁ ସମ୍ରାଟ ଘୋଷଣା କରିଥିଲେ । ତେବେ ଲାହୋରରେ ତାଙ୍କ ଭାଇ ଦବାର ବାଖ ସିଂହାସନ ଆରୋହଣ କରିଥିଲେ । ଶାହ ଜାହାନ ୧୯ ଜାନୁୟାରୀ ୧୬୨୮ ମସିହାରେରେ ସିଂହାସନ ଆରୋହଣ କରିଥିଲେ ଏବଂ ୨୩ ଜାନୁଆରୀରେ ସେ ଶହରୟାର ମିର୍ଜା, ତାଙ୍କ ସ୍ୱାମୀ ହୁଶଙ୍ଗ ମିର୍ଜା, ତାଙ୍କ ଭାଇ ତହମୁରାସ ମିର୍ଜା ଓ ଦବାର ବାଖ ଏବଂ ଗରସପ ମିର୍ଜାଙ୍କୁ ମୃତ୍ୟୁଦଣ୍ଡ ଦେବାପାଇଁ ନିର୍ଦ୍ଦେଶ ଦେଇଥିଲେ ।[୩]
ଜଣେ ବିଧବା ଭାବରେ ହୋଶମାଣ୍ଡ ବାନୁ ବେଗମ ଶାହା ଜାହାନଙ୍କ ରାଜତ୍ୱ ଗ୍ରହଣ କରିଥିଲେ ।[୪]