ୟେଭାଡୁ Yevadu | |
---|---|
ନିର୍ଦ୍ଦେଶକ | ବାମସୀ ପେଡ଼ିପଲ୍ଲୀ |
ପ୍ରଯୋଜକ | ଦିଲ ରାଜୁ |
ସଂଳାପ | ଅବ୍ବୁରୀ ରବି (ସମ୍ବାଦ) |
ଚିତ୍ରନାଟ୍ୟ | ବଙ୍କାଥମ ବମସୀ ବାମସୀ ପେଡ଼ିପଲ୍ଲୀ |
କାହାଣୀ | ବଙ୍କାଥମ ବମସୀ |
କଳାକାର | ରାମ ଚରଣ ଅଲ୍ଲୁ ଅର୍ଜୁନ ଏମୀ ଜ୍ୟାକ୍ସନ ଶୃତୀ ହାସନ କାଜଲ ଅଗ୍ରୱାଲ |
ସଙ୍ଗୀତ | ଦେବୀ ଶ୍ରୀ ପ୍ରସାଦ |
ଚିତ୍ରଗ୍ରହଣ | ରାମ ପ୍ରସାଦ |
ସମ୍ପାଦକ | ମାର୍ତଣ୍ଡ କେ ଭେଙ୍କଟଶ |
Production company | ଶ୍ରୀ ଭେଙ୍କଟେଶ୍ୱର କ୍ରୀଏସନ |
ମୁକ୍ତିଲାଭ ତାରିଖ | 2014 |
କଥାଚିତ୍ରର ସମୟ | 165 ମିନିଟ |
ଦେଶ | ଭାରତ |
ଭାଷା | ତେଲୁଗୁ |
ଖର୍ଚ୍ଚ | ![]() |
ମୋଟ ଆୟ | ![]() |
ୟେଭାଡୁ (English: Yevadu) ୨୦୧୪ ମସିହାର ଭାରତୀୟ ତେଲୁଗୁ ଭାଷାର ଆକ୍ସନ ଫିଲ୍ମ ଅଟେ । ଏହା ବାମସୀ ପେଡ଼ିପଲ୍ଲୀଙ୍କଦ୍ୱାରା ଲିଖିତ ଓ ନିର୍ଦ୍ଦେଶିତ ହୋଇଛି । ଏହି ଫିଲ୍ମରେ ରାମ ଚରଣ, ଏମୀ ଜ୍ୟାକ୍ସନ ଓ ଶ୍ରୁତୀ ହାସନ ମୁଖ୍ୟ ଭୂମୀକା ଗ୍ରହଣ କରିଛନ୍ତି; ସାଇ କୁମାର, ଜୟ ସୁଧା, ବ୍ରହମାନ୍ଦମ ଓ ରାହୁଲ ଦେବ ସହାୟକ ଭୂମିକା ଗ୍ରହଣ କରିଛନ୍ତି । ଏଥିରେ ଅଲ୍ଲୁ ଅର୍ଜୁନ ଓ କାଜଲ ଅଗ୍ରୱାଲଙ୍କୁ ମୁଖ୍ୟ ଭୂମିକା ରୂପେ ସଂକ୍ଷିପ୍ତ ଭାବେ ଦେଖା ଯାଇଛି । ଏହି ଫିଲ୍ମ ଦିଲ ରାଜୁଙ୍କଦ୍ୱାରା ଶ୍ରୀ ଭେଙ୍କଟେଶ୍ୱର କ୍ରୀଏସନ ବ୍ୟାନର ତଳେ ନିର୍ମିତ ହୋଇଥିଲା । ବକ୍କାଥମ ବାମସୀ, ଫିଲ୍ମର ପଟକଥାକୁ ପେଡିପ୍ଳୀ ସହିତ ଲେଖିଥିଲେ । ଦେବୀ ଶ୍ରୀ ପ୍ରସାଦ ଫିଲ୍ମର ସଙ୍ଗୀତ ତିଅରି କରିଥିଲେ ଏବଂ ମାର୍ତଣ୍ଡ ଭେଙ୍କଟସ ଫିଲ୍ମର ସମ୍ପାଦକ ଥିଲେ ।
ଏହି ଫିଲ୍ମ ୩୫୦ ମିଲିୟନ ବଜେଟରେ ତିଆରି ହୋଇଥିଲା ଏବଂ ଆଧିକାରୀକ ଋପେ ୯ ଡିସେମ୍ବର ୨୦୧୧ ମସିହାରେ ଲଞ୍ଚ କରାଯାଇଥିଲା । ପ୍ରଧାନ ଫଟୋଗ୍ରାଫି ୨୭ ଏପ୍ରିଲ ୨୦୧୨ ମସିହାରୁ ଆରମ୍ଭ ହୋଇଥିଲା ଏବଂ ୨୨ ଜୁଲାଇ ୨୦୧୩ ପର୍ଯ୍ୟନ୍ତ ଚାଲିଥିଲା । ଫିଲ୍ମର ଅଧିକାଂଶ ଭାଗ ବିଶାଖାପାଟନମ୍ ଓ ହାଇଦ୍ରାବାଦରେ ନିର୍ମାଣ ହୋଇଥିଲା , ଅଧିକାଂଶ "ରାମଜୀ ଫିଲ୍ମ ସିଟୀ"ରେ ହୋଇଥିଲା । ଏହି ଫିଲ୍ମର ଦୁଇଟି ଗୀତ ସ୍ୱିଜରଲ୍ୟାଣ୍ଡ ଏବଂ ବ୍ୟାଙ୍କକରେ ହୋଇଥିଲା ।
ୟେଭାଡୁ ଫିଲ୍ମ ମକର ସଂକ୍ରାନ୍ତି ଉତ୍ସବରେ ରିଲିଜ ହୋଇଥିଲା । ଏହି ଫିଲ୍ମକୁ ଆଲୋଚକମାନଙ୍କଠାରୁ ଭଲ ପ୍ରତିକ୍ରୀୟା ମିଳିଥିଲା । ଏହି ଫିଲ୍ମ 600 ମିଲିୟନରୁ ଅଧିକ ରୋଜଗାର କରିଥିଲା ଏବଂ
୪୭୧ ମିଲିୟନର ବିତରକ ଅଂଶୀଦାର ଏକତ୍ର କରିଥିଲା ଯାହା ୨୦୧୪ ମସିହାର ସବୁଠାରୁ ଅଧିକ ରୋଜଗାର କରିଥିବା ତେଲୁଗୁ ଫିଲ୍ମରୁ ଗୋଟିଏ ଥିଲା । ଏହି ଫିଲ୍ମକୁ ତାମିଲରେ "ମଗଧୀରା" ଋପେ ଓ ମାଲାୟଲାମରେ "ଭାଇ ମାଇଁ ବ୍ରଦର" ଋପେ (Dub) (ଅନ୍ୟ ଭାଷାରେ ଅନୁବାଦ କରିବା) କରାଯାଇଥିଲା ।
ଦିଲ ରାଜୁ ଟେକ୍ନିକ ଋପେ ସଞ୍ଚାଳିତ ଫିଲ୍ମର ନିର୍ମାଣ କରିବାକୁ ଚାହୁଁଥିଲେ ଏବଂ ବାମସୀ ପେଡିପଲ୍ଲୀଙ୍କଦ୍ୱାରା ଲିଖିତ ଏକ ସ୍କ୍ରିପ୍ଟର ଚୟନ କରିଥିଲେ ।[୩] ରାଜୁ ଅକ୍ଟୋବର ୨୦୧୧ ମସିହା ଆରମ୍ଭରେ ଆଧିକାରିକ ଋପେ ଏହି ପରିୟୋଜନାର ଘୋଷଣା କରିଥିଲେ ଏବଂ ତା'ସହିତ ରାମ ଚରଣଙ୍କୁ ଫିଲ୍ମର ନାୟକ ଭାବେ ଘୋଷଣା କରିଥିଲେ ।ଏହି ପରିୟୋଜନାର ନିର୍ମାଣ ଶ୍ରୀ ଭେଙ୍କଟେଶ୍ୱର କ୍ରିଏସନ ବ୍ୟାନର ତଳେ କରାଯାଇଥିଲା , ଏହା ସହିତ ଏହାର କଳାକାର ଏବଂ କର୍ମୀ ଦଳ ସହ ବିବରଣୀର ଘୋଷଣା କରାଯାଇଥିଲା ।[୪] ଚରଣଙ୍କ ସହିତ ପଟକଥା ସେୟାର କରିବା ପୂର୍ବରୁ, ପେଡିପଲ୍ଲୀ ପାଖାପାଖି ଦୁଇ ମାସ ପର୍ଯ୍ୟନ୍ତ "ବୃନ୍ଦାବନ" (୨୦୧୦) ପରି ନିର୍ଦ୍ଦେଶିତ ପାରିବାରିକ ନାଟକ ପରେ ଏହା ଉପରେ କାମ କରିଥିଲେ ।[୫] ଦେବୀ ଶ୍ରୀ ପ୍ରସାଦଙ୍କୁ ନଭେମ୍ବର ୨୦୧୧ ମସିହା ଆରମ୍ଭରେ ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶକ ଋପେ ଘୋଷଣଆ କରାଯାଇଥିଲା, ସେ ପେଡିପଲ୍ଲୀ ଓ ଚରଣଙ୍କ ସହିତ ନିଜର ପ୍ରଥମ ସହକାର୍ଯ୍ୟତାକୁ ଚିହ୍ନିତ କରିଥିଲେ । ସଙ୍ଗୀତର ବୈଠକ ଗୋଆରେବା ଆୟୋଜିତ କରାଯାଇଥିଲା ।[୬]
ଫିଲ୍ମର ନିର୍ମାଣ ଆଧିକାରିକ ଋପେ ହାଇଦ୍ରାବାଦରେ ୯ ଡିସେମ୍ବର ୨୦୧୧ ମସିହାରେ ଆରମ୍ଭ ହୋଇଥିଲା ;[୭] ଫିଲ୍ମର ଶୀର୍ଷକ ୟେଭାଡୁ ଘୋଷଣା କରାଗଲା ଓ ସେହିଦିନ ଏକ ଫାଷ୍ଟ ଲୁକ ପୋଷ୍ଟରର ଅନାବରଣ କରାଯାଇଥିଲା ।[୮] ପେଡିପଲ୍ଲୀ , ବଙ୍କାଥମ ବମସୀଙ୍କଦ୍ୱାରା ଲିଖିତ କାହାଣୀରୁ ତାଙ୍କ ପଟକଥାର ଆଧାର ବନେଇଥିଲେ ।[୯] ଆନନ୍ଦ ସାଇ, ଫିଲ୍ମର କଳା ନିର୍ଦ୍ଦେଶକ ଥିଲେ ଏବଂ ସେ ସେପ୍ଟେମ୍ବର ୨୦୧୩ ପର୍ଯ୍ୟନ୍ତ ନିଜ କାମ ପୁରଣ କରିଥିଲେ ।[୧୦] ଅବ୍ବୂରୀ ରବି, ସମ୍ବାଦରେ ଯୋଗଦାନ ଦେଇଥିଲେ ।[୧୧] ଶ୍ରୀ ରାମ ପ୍ରସାଦ, ଫିଲ୍ମର ଛାୟାକାର ଥିଲେ ଏବଂ ଭେଙ୍କଟଶ ଫିଲ୍ମର ସମ୍ପାଦକ ଥିଲେ ।[୧୨]
ଫିଲ୍ମର ଲେଖକ ମାନଙ୍କ ସତ୍ତ୍ୱେ, ବଙ୍କାଥମ ବମସୀ ଜୁନ ୨୦୧୩ ମସିହା ଆରମ୍ଭରେ ଏହାର ଖଣ୍ଡନ କରିଥିଲେ ।[୧୩] ବହୁ ଆଲୋଚକ ମାନଙ୍କ ମତ ଥିଲା ଯେ, ୧୯୯୭ ମସିହା ଆକ୍ସନ ଫିଲ୍ମ "ଜାନ ବୁ"ର ଫେସ ଅଫ ଉପରେ ଅଧିକ ପ୍ରେରିତ ଥିଲା, ତା'ସହିତ ତେଲୁଗୁ ଫିଲ୍ମ "ଛତ୍ରପତୀ" (୨୦୦୫) ଓ "ବିକ୍ରମାରକୁଡୁ" (୨୦୦୬)ର ସମାନତା, ଦୁହେଁ ଏସ ଏସ ରାଜାମୌଲୀଙ୍କଦ୍ୱାରା ନିର୍ଦ୍ଦେଶିତ ଥିଲା । ଆମ ସହିତ ଫିଲ୍ମ ନିର୍ମାତା ନାହାନ୍ତି, ଯାହାଙ୍କ ପାଖେ ଆବଶ୍ୟକ ରଚନାତ୍ମକ ଓ ଟେକେନିକ ରହିବା ଆବଶ୍ୟକ , ଯେଉଁମାନେ ୧୯୯୭ ମସିହାର ଆକ୍ସନ ଥ୍ରିଲର ଫିଲ୍ମର ଅନୁକୂଳନକୁ ତିଆରି କରିବାର ଉପାୟ ଜାଣିଛନ୍ତି । ନିର୍ଦ୍ଦେଶକ କେବଳ ଜଣେ ଏକ ନାଟକକୁ ତିଆରି କରିବା ପାଇଁ କେନ୍ଦ୍ରୀୟ ବିଚାରକୁ ଆଧାର ଭାବେ ନେଇଥାନ୍ତି ।