୧୯୫୪ ଓଡ଼ିଶା ରାଜଭାଷା ଆଇନ | |
---|---|
ସରକାରୀ କାମରେ ଓଡ଼ିଆ ବ୍ୟବହାର କରିବା ପାଇଁ ଓଡ଼ିଶା ସରକାରଙ୍କୁ କିଛି ବିଶେଷ ଅଧିକାର ଦେବା ପାଇଁ ଏକ ଆଇନ | |
ନିୟମାକାରକ | ଓଡ଼ିଶା ବିଧାନ ସଭା |
ପରିଚାଳିକା ଇତିହାସ | |
ବିଲ | ୧୯୫୪ର ଆଇନ ସଂଖ୍ୟା ୧୪ |
ବିଲ ଟୀକା | "The-orissa-official-language-act-1954" |
Amendments | |
୧୯୬୩ର ଆଇନ ସଂଖ୍ୟା ୧୮ ଓ ୧୯୮୫ର ଆଇନ ସଂଖ୍ୟା ୧୨ |
୧୯୫୪ ଓଡ଼ିଶା ରାଜଭାଷା ଆଇନ (ଇଂରାଜୀ: The Orissa Official Language Act, 1954) ଓଡ଼ିଆ ଭାଷାକୁ "ଓଡ଼ିଶାର ସମସ୍ତ ସରକାରୀ କାମରେ ବ୍ୟବହାର କରିବା" ପାଇଁ ଓଡ଼ିଶା ବିଧାନ ସଭାର ଏକ ଆଇନ ।[୧]
ଭାରତୀୟ ସମ୍ବିଧାନର ୩୪୫ ଧାରା ଅନୁସାରେ ରାଜ୍ୟ ବ୍ୟବସ୍ଥାପିକା ହିନ୍ଦୀ କିମ୍ବା ଏକ/ଏକାଧିକ ଭାଷା ରାଜ୍ୟର ଶାସନ ନିମନ୍ତେ ସମସ୍ତ ସରକାର କାମରେ ପ୍ରଣୟନ କରିପାରିବେ । ତେବେ ରାଜ୍ୟର ବ୍ୟବସ୍ଥାପିକା କୌଣସି ଭାଷା ପ୍ରଣୟନ କରିବା ଯାଏ ଏହା ସମ୍ବିଧାନ ପ୍ରଣୟନ ହେବା ଆଗରୁ ଚାଲିଥିବା ଭଳି ଇଂରାଜୀ ବ୍ୟବହାର କରିପାରିବେ ।[୨] ଭାଷା ଭିତ୍ତିରେ ଗଠିତ ହୋଇଥିବା ଭାରତୀୟ ରାଜ୍ୟ ଭାବେ ଓଡ଼ିଶା ପ୍ରଥମ । ତେଣୁ ୧୯୫୪ ଓଡ଼ିଶା ରାଜଭାଷା ଆଇନ ୧୯୫୪ରେ ଲାଗୁହୋଇଥିଲା ।[୩]
ଆଇନ କାର୍ଯ୍ୟକାରୀ ହେବା ସତ୍ତ୍ୱେ ସମସ୍ତ ସରକାରୀ କାମ ଓଡ଼ିଆରେ ହେଉନଥିବାରୁ ଓଡ଼ିଶାର ଲୋକେ ଏହାକୁ ଠିକଭାବେ କାର୍ଯ୍ୟକାରୀ କରିବା ନିମନ୍ତେ ଦାବି କରିଛନ୍ତି । ଆନ୍ଦୋଳକ ଗଜାନନ ମିଶ୍ରଙ୍କ ଆମରଣ ଅନଶନ ଏହି ଦାବିମାନଙ୍କ ମଧ୍ୟରୁ ଅନ୍ୟତମ ।[୪][୫]
୧୯୫୪ ଓଡ଼ିଶା ରାଜଭାଷା ଆଇନ ୧୯୫୪ର ଓଡ଼ିଶା ଆଇନ ୧୪ର ଅନ୍ତର୍ଗତ ଓ ୧୯୫୪ ମସିହା ଅକ୍ଟୋବର ପହିଲାରେ ରାଜ୍ୟପାଳଙ୍କ ଅନୁମୋଦନ ଲାଭ କରିଥିଲା । ତାହାପରେ ଏହି ଆଇନ ସେହି ମାସ ୧୫ ତାରିଖରେ ଓଡ଼ିଶା ଗ୍ୟାଜେଟରେ ପ୍ରକାଶ ପାଇଥିଲା ।[୬]
୩କ ବିଭାଗ (Section 3A) ୧୯୬୩ କାର୍ଯ୍ୟକାରୀ ଆଇନର ଅନ୍ତର୍ଭୁକ୍ତ । ଏହା ଅନୁସାରେ ଆଇନ ପାଳିକାରେ ଇଂରାଜୀର ବ୍ୟବହାର ବଳବତ୍ତର ରଖିବା ବାବଦରେ ଉଲ୍ଲିଖିତ:
Notwithstanding the expiration of the period of fifteen years from the commencement of the Constitution of India, the English language may, as from the 26th day of January, 1965, continue to be used, in addition to Oriya for the transaction of business in Legislature of the State of Orissa"
— ୧୯୬୩ କାର୍ଯ୍ୟକାରୀ ଆଇନ
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |