୯ମ ଲୋକ ସଭା ୧୯୮୯ ମସିହାରେ ଗଠିତ ହୋଇଥିଲା । ଏହି ଲୋକ ସଭା ୧୯୮୯ ସାଧାରଣ ନିର୍ବାଚନ ପରେ ୨ ଡିସେମ୍ବର ୧୯୮୯ରେ ଗଠିତ ହୋଇଥିଲା ଏବଂ ପାଖାପାଖି ଦେଢ଼ ବର୍ଷ ପରେ ଅର୍ଥାତ ୧୩ ମାର୍ଚ୍ଚ ୧୯୯୧ ମସିହାରେ ଭଙ୍ଗ ହୋଇଥିଲା । ୯ମ ଲୋକ ସଭା ପାଇଁ ନିର୍ବାଚନ ପରେ ରାଜ୍ୟସଭାରୁ ୧୨ ଜଣେ ସଦସ୍ୟ ମନୋନୀତ ହୋଇ ଆସିଥିଲେ ।[୧]
ଏହି ଲୋକ ସଭାରେ ବିଶ୍ୱନାଥ ପ୍ରତାପ ସିଂହ ପ୍ରଧାନମନ୍ତ୍ରୀ ହୋଇଥିଲେ ଏବଂ ସେ ୨ ଡିସେମ୍ବର ୧୯୮୯ରୁ ୧୦ ନଭେମ୍ବର ୧୯୯୦ ଯାଏଁ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ । ବିଶ୍ୱନାଥ ପ୍ରତାପ ସିଂହ ଭାରତୀୟ ଜତା ପାର୍ଟି ଏବଂ ଅନ୍ୟାନ୍ୟ ଦଳମାନଙ୍କର ମିଳିତ ସଂଗଠନରେ ପ୍ରଧାନମନ୍ତ୍ରୀ ହୋଇଥିଲେ । ଏହା ପୂର୍ବବର୍ତ୍ତୀ ୮ମ ଲୋକ ସଭା ତୁଳନାରେ ଏହି ଲୋକ ସଭାରେ କଂଗ୍ରେସ ଦଳ ୨୦୭ଟି ଆସନ କମ ଜତିଥିଲା ।
ବିଶ୍ୱନାଥ ପ୍ରତାପଙ୍କ ପରେ ଚନ୍ଦ୍ର ଶେଖର ୧୦ ନଭେମ୍ବର ୧୯୯୦ରୁ ୨୧ ଜୁନ ୧୯୯୧ ଯାଏଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ତାଙ୍କୁ ରାଜୀବ ଗାନ୍ଧୀଙ୍କର କଂଗ୍ରେସ ଦଳ ତରଫରୁ ବାହ୍ୟ ସମର୍ଥନ ମିଳିଥିଲା । ଏହି ଲୋକ ସଭା ଭଙ୍ଗ ହେବାପରେ ୧୯୯୧ ସଧାରଣ ନିର୍ବାଚନ ପରେ ୨୦ ଜୁନ ୧୯୯୧ ମସିହାରେ ୧୦ମ ଲୋକ ସଭା ଗଠିତ ହୋଇଥିଲା ।
ବିଭିନ୍ନ ରାଜନୈତିକ ଦଳରୁ ୬ଷ୍ଠ ଲୋକ ସଭାକୁ ନିର୍ବାଚିତ ହୋଇଥିବା ସଦସ୍ୟମାନଙ୍କର ତାଲିକା ନିମ୍ନରେ ଦର୍ଶାଯାଇଛି-
S.No. | Party Name | Number of MPs |
---|---|---|
୧ | ଭାରତୀୟ ଜାତୀୟ କଂଗ୍ରେସ | ୧୯୫ |
୨ | ଜନତା ଦଳ | ୧୪୨ |
୩ | ଭାରତୀୟ ଜନତା ପାର୍ଟି | ୮୯ |
୪ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) | ୩୪ |
୫ | ଭାରତୀୟ କମ୍ୟୁନିଷ୍ଟ ପାର୍ଟି | ୧୨ |
୬ | ଏ.ଆଇ.ଏ ଡି.ଏମ୍.କେ | ୧୧ |
୭ | ସ୍ୱାଧୀନ | ୮ |
୮ | ଶିରୋମଣୀ ଅକାଳୀ ଦଳ | ୭ |
୯ | ବହୁଜନ ସମାଜ ପାର୍ଟି | ୪ |
୧୦ | ରିଭୋଲ୍ୟୁସ୍ନାରୀ ସୋସିଆଲିଷ୍ଟ ପାର୍ଟି | ୪ |
୧୧ | ଅଲ ଇଣ୍ଡିଆ ଫରୱାର୍ଡ଼ ବ୍ଳକ | ୩ |
୧୨ | ଜାମ୍ମୁ ଆଣ୍ଡ କାଶ୍ମୀର ନେସ୍ନାଲ୍ କନ୍ଫରେନ୍ସ | ୩ |
୧୩ | ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା | ୩ |
୧୪ | ଶିବ ସେନା | ୩ |
୧୫ | ନୋମିନେଟେଡ୍ | ୩ |
୧୬ | ସର୍ବଭାରତୀୟ ମୁସଲମାନ ଦଳ | ୨ |
୧୭ | ତେଲୁଗୁ ଦେଶମ୍ ପାର୍ଟି | ୨ |
୧୮ | ଏଆଇଏମ୍ଆଇଏମ୍ | ୧ |
୧୯ | ଅଖିଳ ଭାରତୀୟ ହିନ୍ଦୁ ମହାପରିଷଦ | ୧ |
୨୦ | କଂଗ୍ରେସ (ଏସ୍) | ୧ |
୨୧ | ଗୋର୍ଖା ନେସ୍ନାଲ୍ ଲିବରେସନ୍ ଫ୍ରଣ୍ଟ | ୧ |
୨୨ | ଇଣ୍ଡିଆନ ପିପୁଲସ୍ ଫ୍ରଣ୍ଟ | ୧ |
୨୩ | କରେଳ କଂଗ୍ରେସ | ୧ |
୨୪ | ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି | ୧ |
୨୫ | ମାରିଷ୍ଟ କୋଡ଼ିନେସନ୍ | ୧ |
୨୬ | ସିକ୍କିମ ସଂଗ୍ରାସ ପରିଷଦ | ୧ |