Congenital syphilis ଫାଇଲ:Congenital syphilis. Papulosquamous lesions with oral involvement.png Early onset rash of congenital syphilis
ବିଭାଗ Infectious disease ଲକ୍ଷଣ
Early: No symptoms, small baby , rash, fever , large liver and spleen , congested nose , jaundice , large glands , seizures , cranial nerve disease , warty bumps on genitals , cataracts , irritability[ ୧]
Late: Skeletal abnormalities, intellectual disability , hydrocephalus , general paresis [ ୧]
ଆକ୍ରାନ୍ତ ସମୟ Unborn baby , at birth, infancy , and later[ ୨] କାରଣ Spread from mother to baby of untreated syphilis (Treponema pallidum ) during pregnancy or at birth [ ୨] ରୋଗ ନିର୍ଣ୍ଣୟ ପଦ୍ଧତି
ପ୍ରତିକାର Safe sex , adequate screening, early treatment in pregnancy[ ୫] ଔଷଧ Penicillin by injection; Benzylpenicillin (IV), procaine benzylpenicillin (IM), benzathine penicillin G (IM)[ ୬] ଚିକିତ୍ସା Antibiotics [ ୬] ପୁନଃପୌନିକ 473 per 100,000 live births worldwide (2016)[ ୭] ମୃତ୍ୟୁ ସାନ୍ଦ୍ରତା 204,000 worldwide (2016)[ ୭]
ଆଜନ୍ମ ସିଫିଲିସ ହେଉଛି ସିଫିଲିସ ରୋଗଗ୍ରସ୍ତ ଜଣେ ମହିଳା ବିନା ଚିକିତ୍ସାରେ ଗର୍ଭଧାରଣ ସମୟରେ ନିଜ ଶିଶୁକୁ ସଂକ୍ରମିତ କରେଇଥାଏ ।[ ୧] ଜନ୍ମ ପୂର୍ବରୁ ଶିଶୁର ସ୍ୱଳ୍ପ ଅଭିବୃଦ୍ଧି ବା ମୃତ୍ୟୁ ହୁଏ ଯଦିଓ କେତେକଙ୍କର କୌଣସି ଚିହ୍ନ ନଥାଏ ।[ ୨] [ ୮] ବୈଶିଷ୍ଟ୍ୟଗୁଡ଼ିକ ବ୍ୟାପକ ଭାବରେ ଭିନ୍ନ ହୋଇଥାଏ ଏବଂ ସେମାନେ ୨ ବର୍ଷ ବୟସ ପୂର୍ବରୁ କିମ୍ବା ପରେ ଉପସ୍ଥାପିତ ଅନୁସାରେ ବିଭକ୍ତ ହୋଇପାରେ ।[ ୧] ସାଧାରଣତ ଜୀବନର ପ୍ରଥମ କିଛି ସପ୍ତାହରେ କୌଣସି ଚିହ୍ନ ନଥାଏ ଯଦିଓ ଶିଶୁମାନେ ଛୋଟ ଏବଂ ଚିଡ଼ଚିଡ଼ା ସ୍ୱଭାବର ହୋଇପାରନ୍ତି ।[ ୧] ବୈଶିଷ୍ଟ୍ୟରେ ଜ୍ୱର , ଦାଗ, ବଡ଼ ଯକୃତ ଓ ପ୍ଲୀହା ଏବଂ କଫ, ନାକରୁ ପାଣି ବୋହିବା କିମ୍ବା ହାଡ଼ ତଥା ଗଣ୍ଠି ଯନ୍ତ୍ରଣା ହୋଇପାରେ ।[ ୧] [ ୪] ପିଲାର ହଳଦିଆ ଚର୍ମ ଏବଂ ଆଖି , ବଡ଼ ଗ୍ରନ୍ଥି , ନିମୋନିଆ , ମେନିଞ୍ଜାଇଟିସ୍ , ଯୌନାଙ୍ଗରେ କଣ୍ଡାଇଲୋମା ଲାଟା, ବଧିରତା କିମ୍ବା ଅନ୍ଧତ୍ୱ ହୋଇପାରେ ।[ ୧] [ ୫] ଚିକିତ୍ସା ହୋଇନଥିବା ଶିଶୁମାନଙ୍କର ନାକ, ଗୋଡ଼, କପାଳ, କଲାର ହାଡ, ହନୁ ହାଡ଼ କିମ୍ବା ଗାଲର ହାଡ଼ର ବିକଳାଙ୍ଗ ହୋଇପାରନ୍ତି ।[ ୧] ତାଳୁରେ ଏକ ଛିଦ୍ର ବା ଉଚ୍ଚ ତାଳୁ, ଗଣ୍ଠି ରୋଗ ଏବଂ ବୌଦ୍ଧିକ ଅକ୍ଷମତା ହୋଇପାରେ ।[ ୧] [ ୪] ଉଭୟ ପ୍ରାରମ୍ଭ ଏବଂ ବିଳମ୍ବିତ ପର୍ଯ୍ୟାୟରେ ବାତ ଏବଂ କ୍ରାନିଆଲ୍ ସ୍ନାୟୁ ପାରାଲିସିସ ହୋଇପାରେ ।[ ୧]
ପ୍ରସବ ସମୟରେ ପ୍ଲାସେଣ୍ଟା ଅତିକ୍ରମ କରିବା ପରେ କିମ୍ବା ଜନ୍ମ ସମୟରେ ସିଫିଲିଟିସ ଘା’ର ସଂସ୍ପର୍ଶରେ ଆସିବାଦ୍ୱାରା ଏହା ଜୀବାଣୁ ଟ୍ରେପୋନାମା ପାଲିଡମର ଏକ ପ୍ରଜାତି ପାଲିଡମଦ୍ୱାରା ସଂକ୍ରମିତ ହୋଇଥାଏ । [ ୧] [ ୮] ସ୍ତନ୍ୟପାନ ସମୟରେ ଏହା ସଂକ୍ରମିତ ହୁଏ ନାହିଁ ଯଦି ମାତାର ସ୍ତନରେ ସିଫିଲିଟିକ୍ ଘା’ ନଥାଏ ।[ ୧] ଗର୍ଭାବସ୍ଥାରେ ଅଣ-ପର୍ଯ୍ୟାପ୍ତ ସ୍କ୍ରିନିଂ ଏବଂ ଚିକିତ୍ସା ହେତୁ ଅଧିକାଂଶ ଘଟଣା ଘଟିଥାଏ | [ ୯] ଯଦି ରାସ (ପିତ୍ତିକା) ଏବଂ ଶ୍ଳେଷ୍ମା ସ୍ରାବ ଥାଏ ତେବେ ଶିଶୁ ଅତ୍ୟଧିକ ସଂକ୍ରାମକ ହୁଏ ।[ ୧] ମା’ଙ୍କ ରକ୍ତ ପରୀକ୍ଷା ଏବଂ ଅଲଟ୍ରାସାଉଣ୍ଡ ପରୀକ୍ଷଣରୁ ଏହି ରୋଗ ସନ୍ଦେହ କରାଯାଇପାରେ ।[ ୩] ଶିଶୁର ପରୀକ୍ଷଣରେ ରକ୍ତ, ସିଏସଏଫ CSF ଏବଂ ମେଡିକାଲ ଇମେଜିଙ୍ଗ କରାଯାଇପାରେ ।[ ୧୦] ଅନୁସନ୍ଧାନରେ ରକ୍ତହୀନତା , କମ୍ ପ୍ଲାଟେଲେଟ , କମ୍ ଶର୍କରା , ପରିସ୍ରାରେ ପ୍ରୋଟିନ୍ କିମ୍ବା କମ ଥାଇରଏଡ଼ ପ୍ରକାଶ ପାଇପାରେ ।[ ୧] ପ୍ଲାସେଣ୍ଟା ବଡ଼ ଏବଂ ଫିକା ଦେଖାଯାଏ | [ ୧] ଅନ୍ୟାନ୍ୟ ଅନୁସନ୍ଧାନରେ ଏଚ୍.ଆଇ.ଭି. କରାଯାଇପାରେ ।[ ୧୦]
ମାଆର ସିଫିଲିସ ପ୍ରତିଷେଧ ନିମନ୍ତେ ସୁରକ୍ଷିତ ଯୌନ କ୍ରିୟା ଏବଂ ଗର୍ଭାବସ୍ଥାରେ ଶୀଘ୍ର ସ୍କ୍ରିନିଂ ଏବଂ ଚିକିତ୍ସା କରାଯାଏ ।[ ୫] ଯଥା ଶୀଘ୍ର ଗର୍ଭବତୀ ମହିଳାଙ୍କୁ ଦିଆଯାଇଥିବା ବେଞ୍ଜାଥିନ ପେନିସିଲିନ ଜିର ଗୋଟିଏ ଇଣ୍ଟ୍ରାମସ୍କୁଲାର ଇଞ୍ଜେକସନ୍ ତାଙ୍କ ଶିଶୁର ଜନ୍ମଗତ ସିଫିଲିସ ରୋକିପାରେ ।[ ୧୧] ସନ୍ଦିଗ୍ଧ ଜନ୍ମଗତ ସିଫିଲିସର ଚିକିତ୍ସାରେବେଞ୍ଜାଇଲପେନିସିଲିନ୍ , ପ୍ରୋକେନ ବେଞ୍ଜାଇଲପେନିସିଲିନ୍ , କିମ୍ବା ବେଞ୍ଜାଥିନ ପେନିସିଲିନ୍ ଜି ଦିଆଯାଏ ।[ ୬] [ ୧୦] [ ୧୦] ଯଦି ପେନିସିଲିନ୍ ଆଲର୍ଜି ଥାଏ, ତେବେ ଡିସେନ୍ସିଟାଇଜେସନ ଏକ ବିକଳ୍ପ ହୋଇପାରେ ।[ ୧୦] [ ୧୨]
ସିଫିଲିସ ବର୍ଷକୁ ପ୍ରାୟ ଏକ ନିୟୁତ ଗର୍ଭବତୀଙ୍କୁ ପ୍ରଭାବିତ କରିଥାଏ ।[ ୧୩] ୨୦୧୬ରେ ୧୦୦,୦୦୦ ଜୀବନ୍ତ ଜନ୍ମରେ ପ୍ରାୟ ୪୭୩ଟି ଆଜନ୍ମ ସିଫିଲିସ ଥିଲା ଏବଂ ବିଶ୍ୱବ୍ୟାପୀ ଏହି ରୋଗରେ ୨୦୪,୦୦୦ ମୃତ୍ୟୁ ଘଟିଥିଲା।[ ୭] ୨୦୧୬ରେ ରିପୋର୍ଟ ହୋଇଥିବା ୬୬୦,୦୦୦ ମାମଲା ମଧ୍ୟରୁ ୧୪୩,୦୦୦ ଶିଶୁ ଜନ୍ମ ପୂର୍ବ ମୃତ୍ୟୁ ଓ ୬୧,୦୦୦ ନବଜାତ ଶିଶୁର ମୃତ୍ୟୁ, ୪୧,୦୦୦ କମ୍ ଓଜନ କିମ୍ବା ସମୟ ପୂର୍ବ ଜନ୍ମ ଏବଂ ୧୦୯,୦୦୦ ସଂଖ୍ୟକ ଛୋଟ ପିଲାଙ୍କର ଆଜନ୍ମ ସିଫିଲିସ୍ ରୋଗରେ ଆକ୍ରାନ୍ତ ହୋଇଥିଲେ।[ ୧୪] ପ୍ରାୟ ୭୫% ଆଫ୍ରିକୀୟ ଏବଂ ପୂର୍ବ ଭୂମଧ୍ୟସାଗରୀୟ ଅଞ୍ଚଳର ଲୋକ ଥିଲେ ।[ ୪] ମା ଏବଂ ଶିଶୁରେ ସିଫିଲିସ୍ ରୋକିବା ଏବଂ ରୋଗର ଚିକିତ୍ସା ପାଇଁ ଖର୍ଚ୍ଚ ସାଧାରଣତଃ ଶସ୍ତା ଅଟେ ।[ ୧୧] [ ୧୫] ଏହି ରୋଗ ପ୍ରଥମେ ଷୋଡ଼ଶ ଶତାବ୍ଦୀରେ ବର୍ଣ୍ଣନା କରାଯାଇଥିଲା। [ ୧୬] ୧୯୦୬ ମସିହାରେ ସିଫିଲିସ ପାଇଁ ରକ୍ତ ପରୀକ୍ଷା ଆରମ୍ଭ କରାଯାଇଥିଲା ଏବଂ ଏହା ପରେ ମା'ଙ୍କଠାରୁ ବିସ୍ତାର ହେଉଥିବା ଦେଖାଯାଇଥିଲା । [ ୧୭]
↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ Medoro, Alexandra K.; Sánchez, Pablo J. (June 2021). "Syphilis in Neonates and Infants" . Clinics in Perinatology . 48 (2): 293–309. doi :10.1016/j.clp.2021.03.005 . ISSN 1557-9840 . PMID 34030815 . Archived from the original on 2022-07-20. Retrieved 2023-05-10 .
↑ ୨.୦ ୨.୧ ୨.୨ Ghanem, Khalil G.; Hook, Edward W. (2020). "303. Syphilis" . In Goldman, Lee; Schafer, Andrew I. (eds.). Goldman-Cecil Medicine (in ଇଂରାଜୀ). Vol. 2 (26th ed.). Philadelphia: Elsevier. p. 1986. ISBN 978-0-323-55087-1 . Archived from the original on 2023-06-30. Retrieved 2023-05-08 .
↑ ୩.୦ ୩.୧ "Congenital Syphilis" . Centers for Disease Control and Prevention (in ଆମେରିକୀୟ ଇଂରାଜୀ). 1 April 2021. Archived from the original on 13 April 2023. Retrieved 12 May 2023 .
↑ ୪.୦ ୪.୧ ୪.୨ ୪.୩ Adamson, Paul C.; Klausner, Jeffrey D. (2022). "60. Syphilis (Treponema palladium )" . In Jong, Elaine C.; Stevens, Dennis L. (eds.). Netter's Infectious Diseases (in ଇଂରାଜୀ) (2nd ed.). Philadelphia: Elsevier. pp. 339–347. ISBN 978-0-323-71159-3 . Archived from the original on 2023-07-06. Retrieved 2023-07-05 .
↑ ୫.୦ ୫.୧ ୫.୨ "STD Facts - Congenital Syphilis" . www.cdc.gov (in ଆମେରିକୀୟ ଇଂରାଜୀ). 10 April 2023. Archived from the original on 21 April 2023. Retrieved 9 May 2023 .
↑ ୬.୦ ୬.୧ ୬.୨ Ferri, Fred F. (2022). "Syphilis" . Ferri's Clinical Advisor 2022 (in ଇଂରାଜୀ). Philadelphia: Elsevier. pp. 1452–1454. ISBN 978-0-323-75571-9 . Archived from the original on 2023-06-30. Retrieved 2023-05-09 .
↑ ୭.୦ ୭.୧ ୭.୨ Global progress report on HIV, viral hepatitis and sexually transmitted infections, 2021 (PDF) (in ଇଂରାଜୀ). Geneva: World Health Organization;. 2021. ISBN 978-92-4-003098-5 . Archived (PDF) from the original on 2023-03-26. Retrieved 2023-05-08 .{{cite book }}
: CS1 maint: extra punctuation (link )
↑ ୮.୦ ୮.୧ James, William D.; Elston, Dirk; Treat, James R.; Rosenbach, Misha A.; Neuhaus, Isaac (2020). "18. Syphilis, Yaws, Bejel, and Pinta" . Andrews' Diseases of the Skin: Clinical Dermatology (in ଇଂରାଜୀ) (13th ed.). Edinburgh: Elsevier. pp. 347–361. ISBN 978-0-323-54753-6 . Archived from the original on 2023-06-30. Retrieved 2023-05-11 .
↑ Gilmour, Leeyan S.; Walls, Tony (15 March 2023). "Congenital Syphilis: a Review of Global Epidemiology" . Clinical Microbiology Reviews : e0012622. doi :10.1128/cmr.00126-22 . ISSN 1098-6618 . PMID 36920205 . Archived from the original on 30 June 2023. Retrieved 12 May 2023 .
↑ ୧୦.୦ ୧୦.୧ ୧୦.୨ ୧୦.୩ ୧୦.୪ "Congenital Syphilis - STI Treatment Guidelines" . www.cdc.gov (in ଆମେରିକୀୟ ଇଂରାଜୀ). 19 October 2022. Archived from the original on 1 April 2023. Retrieved 9 May 2023 .
↑ ୧୧.୦ ୧୧.୧ WHO guideline on syphilis screening and treatment for pregnant women . Geneva: World health Organization. 2017. ISBN 978-92-4-155009-3 . Archived from the original on 2023-06-30. Retrieved 2023-05-10 .
↑ Chastain, DB; Hutzley, VJ; Parekh, J; Alegro, JVG (9 August 2019). "Antimicrobial Desensitization: A Review of Published Protocols" . Pharmacy (Basel, Switzerland) . 7 (3). doi :10.3390/pharmacy7030112 . PMID 31405062 . Archived from the original on 2 February 2022. Retrieved 10 May 2023 . {{cite journal }}
: CS1 maint: unflagged free DOI (link )
↑ Hussain, Syed A.; Vaidya, Ruben (2023). "Congenital Syphilis" . StatPearls . StatPearls Publishing. PMID 30725772 . Archived from the original on 2022-12-10. Retrieved 2023-05-12 .
↑ "Congenital syphilis - Mother-to-child transmission of syphilis" . www.who.int (in ଇଂରାଜୀ). Archived from the original on 21 April 2023. Retrieved 9 May 2023 .
↑ Akhtar, F; Rehman, S (16 January 2018). "Prevention of Congenital Syphilis Through Antenatal Screenings in Lusaka, Zambia: A Systematic Review" . Cureus . 10 (1): e2078. doi :10.7759/cureus.2078 . PMID 29560291 . Archived from the original on 11 March 2023. Retrieved 10 May 2023 .
↑ Nissanka-Jayasuriya, EH; Odell, EW; Phillips, C (September 2016). "Dental Stigmata of Congenital Syphilis: A Historic Review With Present Day Relevance" . Head and neck pathology . 10 (3): 327–31. doi :10.1007/s12105-016-0703-z . PMID 26897633 . Archived from the original on 2023-02-10. Retrieved 2023-05-13 .
↑ Oriel, J. David (2012). "5. "The sins of the fathers": Congenital syphilis" . The Scars of Venus: A History of Venereology (in ଇଂରାଜୀ). London: Springer-Verlag. pp. 69–70. ISBN 978-1-4471-2068-1 . Archived from the original on 2023-06-30. Retrieved 2023-05-10 .