ଆଣ୍ଟି-ଏନଏମଡିଏ ରିସେପ୍ଟର ଏନକେଫାଲାଇଟିସ (Anti-NMDA receptor encephalitis) | |
---|---|
ଏନଏମଡିଏ ରିସେପ୍ଟର ଆଣ୍ଟିବଡି ଏନକେଫାଲାଇଟିସ (NMDA receptor antibody encephalitis) | |
ଲକ୍ଷଣ | ପ୍ରାରମ୍ଭ: ଜ୍ୱର, ମୁଣ୍ଡ ବିନ୍ଧା, ଥକ୍କାଣ ଅନୁଭବ, ସାଇକୋସିସ, ଉତ୍ତେଜିତ[୧][୨] ପରେ: ବାତ (Seizures), ହାଇପୋଭେଣ୍ଟିଲେସନ (decreased breathing), ଅଟୋନିମିକ ଇନସ୍ଟାବିଲିଟି (blood pressure and heart rate variability)[୧] |
ଆକ୍ରାନ୍ତ ସମୟ | କିଛି ଦିନଠାରୁ କିଛି ସପ୍ତାହ [୩] |
ବିପଦ କାରକ | ଓଭାରିଆନ ଟେରାଟୋମା (Ovarian teratoma), ଅଜ୍ଞାତ[୧][୪] |
ରୋଗ ନିର୍ଣ୍ଣୟ ପଦ୍ଧତି | ନିର୍ଦ୍ଦିଷ୍ଟ ଆଣ୍ଟିବଡି (antibodies) ସେରେବ୍ରୋ ସ୍ପାଇନାଲ ଫ୍ଲୁଇଡ (cerebral spinal fluid)[୧] |
ସଠିକ ରୋଗ ନିର୍ଣ୍ଣୟ | ଭୁତାଣୁ ଏନକେଫାଲାଇଟିସ (Viral encephalitis, ଆକ୍ୟୁଟ ସାଇକୋସିସ (acute psychosis), ନିଉରୋଲେପ୍ଟିକ ମାଲିଗନାଣ୍ଟ ସିଣ୍ଡ୍ରୋମ [୨] |
ଔଷଧ | କର୍ଟିକୋସ୍ଟିରଏଡ (Corticosteriods), ଇଣ୍ଟ୍ରାଭେନସ ଇମ୍ମ୍ୟୁନୋଗ୍ଲୋବ୍ୟୁଲିନ (intravenous immunoglobulin/ IVIG), ପ୍ଲାଜ୍ମା ବିନିମୟ (plasma exchange), ଆଜାଥାଇଓପ୍ରିନ[୨] |
ଚିକିତ୍ସା | ଇମ୍ମ୍ୟୁନୋସପ୍ପ୍ରେସିଭ ଔଷଧ (Immunosuppresive medication), ଅପରେଶନ[୧] |
Prognosis | ଚିକିତ୍ସାରେ ଉପଶମ ହୋଇଯାଏ [୧] |
ପୁନଃପୌନିକ | ଅପେକ୍ଷାକୃତ ସାଧାରଣ[୨] |
ମୃତ୍ୟୁ ସାନ୍ଦ୍ରତା | ~୪% ମୃତ୍ୟୁ ସଙ୍କଟ[୨] |
ଆଣ୍ଟି-ଏନଏମଡିଏ ରିସେପ୍ଟର ଏନକେଫାଲାଇଟିସ (ଇଂରାଜୀ ଭାଷାରେ Anti-NMDA receptor encephalitis) ଏକ ପ୍ରକାର ମସ୍ତିଷ୍କ ପ୍ରଦାହ (brain inflammation) ରୋଗ ଯାହା ଆଣ୍ଟିବଡି (antibodies) ଯୋଗୁ ହୁଏ ।[୪] ପ୍ରାରମ୍ଭରେ ଜ୍ୱର, ମୁଣ୍ଡ ବିନ୍ଧା ଓ ଥକ୍କାଣ ଅନୁଭବ ହୁଏ ।[୧][୨] ଏହା ପରେ ସାଇକୋସିସ (psychosis) ହୁଏ ଯାହା ଡିଲ୍ୟୁଜନ (false beliefs) ବା ମିଥ୍ୟା ବିଶ୍ୱାସ ଓ ହାଲ୍ୟୁସିନେସନ (seeing or hearing things that others do not see or hear) ବା ନଥିବା ଜିନିଷ ଦେଖାଯାଏ ଓ ଶୁଣାଯିବା ଲକ୍ଷଣ ଦେଖାଏ ।[୧] ରୋଗୀ ଦ୍ୱନ୍ଦ୍ୱପୂର୍ଣ୍ଣ ଓ ଉତ୍ତେଜିତ ଥିବା ଦେଖାଯାଏ ।[୧] ସମୟକ୍ରମେ ବାତ (Seizures), ହାଇପୋଭେଣ୍ଟିଲେସନ (decreased breathing), ଅଟୋନିମିକ ଇନସ୍ଟାବିଲିଟି (blood pressure and heart rate variability) ଇତ୍ୟାଦି ଲକ୍ଷଣ ଦେଖାଯାଏ ।[୧]
ପ୍ରାୟ ୫୦% କେଶ୍ରେ ଅର୍ବୁଦ (tumors) ଥିବା ଦେଖାଯାଏ ବିଶେଷତଃ ଓଭାରି ବା ଡିମ୍ବାଶୟର (ovaries) ଟେରାଟୋମା (teratoma) ଥାଏ ଓ ବାକି କେଶ୍ମାନଙ୍କରେ କାରଣ ଜଣାପଡ଼େନାହିଁଁ । [୧][୪] ଅନ୍ତର୍ନିହିତ କାରଣରୂପେ ଅଟୋଇମ୍ମ୍ୟୁନ (autoimmune) ଦୋଷୀ ଥିବା ବିଶ୍ୱାସ କରାଯାଏ ଯେଉଁଥିରେ ମସ୍ତିଷ୍କରେ ଥିବା ଏନ-ମିଥାଇଲ ଡି-ଆସ୍ପାର୍ଟେଟ ରିସେପ୍ଟରର (en:N-methyl D-aspartate receptors) ଜିଏଲୟୁଏନ୧ (en:GluN1 subunit) (N-methyl D-aspartate receptors) ଟାର୍ଗେଟରେ ଥିବା ଜଣାଯାଏ । [୧][୫] ସେରେବ୍ରୋ ସ୍ପାଇନାଲ ଫ୍ଲୁଇଡରେ (cerebral spinal fluid) ନିର୍ଦ୍ଦିଷ୍ଟ ଆଣ୍ଟିବଡି (antibodies) ପାଇଲେ ରୋଗ ନିର୍ଣ୍ଣୟ ହୁଏ ।[୧] ଏମଆରଆଇ (MRI) ସାଧାରଣ ଥାଏ । [୨] ଅନେକ ସମୟରେ ଭୂଲ ନିର୍ଣ୍ଣୟ କରାଯାଇଥାଏ । [୫]
ସ୍ୱାଭାବିକ ଭାବରେ ଏହକୁ ଇମ୍ମ୍ୟୁନୋସପ୍ପ୍ରେସିଭ ଔଷଧ (Immunosuppresive medication) ଦେଇ ଚିକିତ୍ସା କରାଯାଏ ଓ ଅର୍ବୁଦ ଥିଲେ ଅପରେଶନ କରାଯାଏ ।[୧] ପ୍ରାୟ ୮୦% ରୋଗୀ ସୁଫଳ ପାଆନ୍ତି ।[୧] ରୋଗ ଆରମ୍ଭ ହେବା ସମୟରେ ଚିକିତ୍ସା ଆରମ୍ଭ କଲେ ଅଧିକ ସୁଫଳ ମିଳେ ।[୨] ଦୀର୍ଘକାଳୀନ ମାନସିକ ଓ ବ୍ୟବହାରିକ ସମସ୍ୟା ରହିପାରେ ।[୨] ପ୍ରାୟ ୪% ରୋଗୀ ମୃତ୍ୟୁ ବରଣ କରନ୍ତି ।[୨] ପ୍ରାୟ ୧୦% ରୋଗୀଙ୍କର ପୁନର୍ବାର ରୋଗ ହୁଏ । [୧]
ଏହା ଏକ ଅପେକ୍ଷାକୃତ ସାଧାରଣ ରୋଗ ।[୨] ପ୍ରାୟ ୮୦% ମହିଳା ରୋଗୀ ଅଛନ୍ତି ।[୨] ସ୍ୱାଭାବିକ ଭାବରେ ୪୫ରୁ କମ୍ ବୟସ୍କ ଯୁବକମାନଙ୍କୁ ଏ ରୋଗ ହେଉଥିଲେ ମଧ୍ୟ ଯେ କୌଣସି ବୟସରେ ହୋଇପାରେ । [୪][୫] ସନ ୨୦୦୭ରେ ପ୍ରଥମେ ଜୋସେଫ ଡାଲମୁ ଏହି ରୋଗ ବର୍ଣ୍ଣନା କରିଥିଲେ ।[୧][୬]
ଶ୍ରେଣୀବିଭାଗ |
---|