ଇଣ୍ଟରଫେରନ ଆଲଫା | |
---|---|
Drug class | |
Class identifiers | |
Pronunciation | in"' ter feer' on[୧] |
Synonyms | HuIFN-alpha-Le |
Use | Cancers, viral infections[୧] |
Clinical data | |
Drugs.com | monograph |
In Wikidata |
ଇଣ୍ଟରଫେରନ ଆଲଫା ହେଉଛି ଅନେକ ଔଷଧର ଏକ ଗୋଷ୍ଠୀ ଯାହାକି ଅନେକ କର୍କଟ ଏବଂ ଭୁତାଣୁ ସଂକ୍ରମଣର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ବୃକ୍କ କର୍କଟ, ମେଲାନୋମା, ଏକାଧିକ ମାଇଲୋମା, ଲ୍ୟୁକେମିଆ, କାପୋସିର ସାର୍କୋମା ଏବଂ ଅଣ-ହଜକିନ୍ସ ଲିମ୍ଫୋମା ପାଇଁ ଏହା ବ୍ୟବହୃତ ହୁଏ ।[୨] ହେପାଟାଇଟିସ୍ ବି ଏବଂ ହେପାଟାଇଟିସ୍ ସି ସଂକ୍ରମଣରେ ମଧ୍ୟ ଏହା ବ୍ୟବହାର ହୋଇପାରେ ।[୧] ଏହା ସାଧାରଣତଃ ଚର୍ମ ତଳେ ଇଞ୍ଜେକସନ ଆକାରରେ ଦିଆଯାଏ ।[୨]
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଜ୍ୱର, ମୁଣ୍ଡବିନ୍ଧା, ଗଣ୍ଠି ଯନ୍ତ୍ରଣା, ଥକାପଣ, କେଶ ଝଡ଼ିବା, ଉଦାସୀନତା, ଅଣନିଶ୍ୱାସ ଏବଂ ସ୍ୱଳ୍ପ ଶ୍ୱେତ ରକ୍ତ କଣିକା ହୋଇପାରେ ।[୩] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଯକୃତ ସମସ୍ୟା ଏବଂ ଅଗ୍ନାଶୟ ପ୍ରଦାହହୋଇପାରେ ।[୧] [୩] ଏହା ସାଧାରଣତଃ ପ୍ରତିରକ୍ଷା ପ୍ରଣାଳୀଦ୍ୱାରା ଉତ୍ପାଦିତ ଏକ ସାଇଟୋକାଇନ୍ ।[୧] ଇଣ୍ଟରଫେରନ୍ ଆଲଫା-୨ଏ, ଇଣ୍ଟରଫେରନ୍ ଆଲଫା-୨ବି, ଏବଂ ଇଣ୍ଟରଫେରନ୍ ଆଲଫା-ଏନ୩ ଇତ୍ୟାଦି ଏହି ଗୋଷ୍ଟିରେ ଅନେକ ପ୍ରକାର ଔଷଧ ଅଛି ।[୧] [୩] ପ୍ରଭାବର ଅବଧି ବଢ଼େଇବା ପାଇଁ ଏଗୁଡିକ ପେଜିଲେଟେଡ୍ ( ପେଜିଣ୍ଟରଫେରନ୍ ଆଲଫା-୨ ଏବଂ ଆଲଫା-୨ ବି) କରାଯାଇପାରେ । [୧]
୧୯୮୦ ଦଶକରେ କର୍କଟ ରୋଗ ପାଇଁ ଏବଂ ୧୯୯୦ ଦଶକରେ ହେପାଟାଇଟିସ୍ ବି ଏବଂ ସି ଇତ୍ୟାଦିର ଚିକିତ୍ସା ବ୍ୟବହାର ପାଇଁ ଇଣ୍ଟରଫେରନ୍ ଆଲଫା ଅନୁମୋଦିତ ହୋଇଥିଲା ।[୧] ୨୦୦୦ରେ ପେଜିଲେଟେଡ୍ ସଂସ୍କରଣ ଉପଲବ୍ଧ ହେଲା ।[୧] ଇଣ୍ଟରଫେରନ୍ ଆଲଫା-୨ ଆଉ ତିଆରି ହେଉନାହିଁ ।[୪] ଯୁକ୍ତରାଜ୍ୟରେ ପେଜିନଣ୍ଟରଫେରନ୍ ଆଲଫା-୨ଏ ବ୍ୟବସାୟିକ ଭାବରେ ଉପଲବ୍ଧ | [୫]