Marine Drive
मरीन ड्राईव्ह Queen's Necklace | |
---|---|
Neighbourhood | |
ମେରାଇନ ଡ୍ରାଇଭ ଭାରତୀୟ ରାଜ୍ୟ ମହାରାଷ୍ଟ୍ରର ମୁମ୍ବାଇ ମହାନଗରର ଦକ୍ଷିଣ ମୁମ୍ବାଇରେ ସମୁଦ୍ର କୁଳକୁ ଲାଗି ରହିଥିବା ଏକ ୩.୫ କିଲୋମିଟର ଦୀର୍ଘ ସମୁଦ୍ର ତଟ ରାସ୍ତା । ଏହା C ଆକୃତିର ଏକ ୬-ଲେନ ବିଶିଷ୍ଟ ପ୍ରଶସ୍ତ କଂକ୍ରିଟ ନିର୍ମିତ ରାସ୍ତା । ଏହା ନାରୀମାନ ପଏଣ୍ଟରୁ ବାବୁଳନାଥ ଓ ମାଲାବାର ପାହାଡକୁ ସଂଯୋଗ କରିଥାଏ । ସମୁଦ୍ର ଭିତରୁ ଉଦ୍ଧାର କରାଯାଇଥିବା ସ୍ଥାନରେ ଏହି ମେରାଇନ ଡ୍ରାଇଭ ନିର୍ମାଣ କରାଯାଇଛି ।ରାତ୍ର କାଳରେ ଉଛ ସ୍ଥାନରୁ ଦେଖିଲେ ରାସ୍ତା ଆଲୋକମାଳାରେ ସଜ୍ଜିତ ଏହି ସ୍ଥାନ ଏକ ମୁକ୍ତା ଖଚିତ ହାର ପରି ଦୃଶ୍ୟମାନ ହେଇଥିବାରୁ ମେରାଇନ ଡ୍ରାଇଭକୁ " କୁଇନ୍ସ ନେକଳସେ " ବୋଲି କୁହାଯାଇଥାଏ ।
ସରକାରୀ ଭାବରେ ଏହି ରାସ୍ତାର ନାମ " ନେତାଜୀ ସୁଭାଷ ଚନ୍ଦ୍ର ମାର୍ଗ " ରଖାଯାଇଥିଲେ ମଧ୍ୟ ଏହା କ୍ୱଚିତ ବ୍ୟବହାର ହେଇଥାଏ । ଏହାର ତତବର୍ତୀ ସ୍ୱ୍ଠନ ପାମ ବୃକ୍ଷ ମାଳ ରହିଛି । ମେରାଇନ ଡ୍ରାଇଭର ଉତ୍ତର ମୁଣ୍ଡରେ ଚୌପାତି ବେଳାଭୂମି ରହିଛି ।ଏହି ବେଳାଭୂମିକୁ ଲାଗି ଅନେକ ରେଷ୍ଟୁରାଣ୍ଟ ରହିଥିବା ବେଳେ ବେଳାଭୂମିରେ ମିଳୁଥିଉବା " ଭେଲ ପୁରୀ " ଏକ ବହୁଳ ଆଦୃତ ଖାଦ୍ୟ । ଏହି ବେଳା ଭୂମିର ତଳ ଅଞ୍ଚଳରେ ସହରର ଏକ ସମ୍ଭ୍ରାନ୍ତ ଆବାସିକ ଅଞ୍ଚଳ " ୱାଲକେଶ୍ୱର ରହିଛି । ଏଠାରେ ମହାରାଷ୍ଟ୍ରର ଗଭର୍ଣରଙ୍କ ଆବାସ ମଧ୍ୟ ରହିଛି ।
୧୯୨୦ ଓ ୧୯୩୦ ମସିହା ସମୟରେ ଏଠାରେ ବହୁ ସଂଖ୍ୟାରେ ପାର୍ସି ଧନାଢ୍ୟ ବ୍ୟକ୍ତି ଡେକୋ ସ୍ଥାପତ୍ୟ କଳା ଅନୁସାରେ ଗୃହ ନିର୍ମାଣ କରିଥିଲେ । ଏସପ୍ଲାନଡେ ଅଞ୍ଚଳର ,ଭୂସତ୍ତିର ମୂଲ୍ୟ ଖୁବ ଅଧିକ । ଏହି ଅଞ୍ଚଳରେ ପଞ୍ଚ-ତାରକା ବିଶିଷ୍ଟ ଓବେରୟ ହୋଟେଲ , ଇଣ୍ଟର କଣ୍ଟିନେଣ୍ଟାଲ ହୋଟେଲ , ହୋଟେଲ ମେରାଇନା ପ୍ଲାଜା , ସି ଗ୍ରୀନ ହୋଟେଲ ସହ କିଛି କ୍ଷୁଦ୍ର ହୋଟେଲ ମଧ୍ୟ ରହିଛି । ଏହି ମେରାଇନ ଡ୍ରାଇଭ ମୁମ୍ବାଇ ରନାରୀମାନ ପଏଣ୍ଟଠାରେ ଥିବା ମୁଖ୍ୟା ବ୍ଯବସାୟିକ ଅଞ୍ଚଳକୁ ସହରର ଅନ୍ୟ ଅଞ୍ଚଳକୁ ସଂଯୁକ୍ତ କରିଥାଏ ।
୧୯୪୦ ମସିହାରୁ ଏଠାରେ ଅନେକ ବିଖ୍ୟାତ ଚଳଚ୍ଚିତ୍ର ଅଭିନେତା , ଅଭିନେତ୍ରୀ , ଗାୟକ , ଗାୟିକା ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଏଠାରେ ରହିଆସୁଛନ୍ତି । ନାର୍ଗିସ , ରାଜକପୁର , ସୁରେଇୟାଙ୍କ ପରି ଜନପ୍ରିୟ ଫିଲ୍ମ କଳାକାର ଏଠାରେ ରହୁଥିଲେ ।
ବୃହତ୍ତର ମୁମ୍ବାଇ ମୁନ୍ସିପାଳ କର୍ପୋରେସନଦ୍ୱାରା ୭୨ ବର୍ଷ ଆଗରୁ ନିର୍ମିତ ହେଇଥିବା ଏହି ରାସ୍ତାର ପୁନର୍ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । [୧]
== ମୁଖ୍ୟ ଘଟଣା ବଳି == ନିକଟ ଅତୀତରେ ଏଠାରେ ହେଇଥିବା କେତେକ ବିଖ୍ୟାତ ଘଟଣା ବଳି ,
{{cite web}}
: Cite has empty unknown parameter: |1=
(help)